ଅପରାଧ ରାଜ୍ୟ

ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବାଲିପାଟଣା ୨୫।୬: ଘର ଗ୍ରୀଲ୍ ତାଡି ଚୋରୀ । ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ନିକଟ କଲେଜ ରାସ୍ତାରେ ଥିବା ମନୋଜ ମଣ୍ଡଳଙ୍କ ଘରୁ ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ ହଜାର ଟଙ୍କା ଚୋରି କରି ନେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତିରେ ମନୋଜଙ୍କ ପରିବାର ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଗୋଟିଏ ବଖରାର କବାଟ ଖୋଲି ନଥିଲା । ପରେ ଘର ଝରକା ଗ୍ରୀଲ୍ ଭଙ୍ଗା ଯାଇଥିବା ମନୋଜ ଦେଖିଥିଲେ । ଘରେ ଥିବା ଆଲମାରୀରେ ଥିବା ୮୦ଗ୍ରାମ ସୁନା, ୫୮ ହଜାର ଟଙ୍କା ଚୋରି ହୋଇଥିଲା । ଝରକା ଗ୍ରୀଲ୍ ତାଡି ଚୋରମାନେ ଗ୍ରୀଲ୍ କୁ ଫିଙ୍ଗିଦେଇଛନ୍ତି । ଘଟଣାରେ ଏକ ଗ୍ୟାଙ୍ଗ ସଂପୃକ୍ତି ଥିବା ଅନୁମାନ କରୁଛି ପୋଲିସ । ବାଲିଅନ୍ତା ପୋଲିସ ଏବଂ ବାଳକାଟି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ କରୁଛି । ଘରେ ଲଗାଯାଇଥିବା ସିସିଟିଭିରୁ ଚୋର ସମ୍ପର୍କରେ ଟେର୍ ପାଇବା ପାଇଁ ପୋଲିସ ଚେଷ୍ଟା କରୁଛି । ଫାଣ୍ଡି ପାଖ ଅଞ୍ଚଳରୁ ଏଭଳି ଚୋରିକୁ ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକଟ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।