ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଘର କିଣିଥିବା ଗ୍ରାହକଙ୍କୁ ରିହାତି ଦେଲେ ସରକାର: ବଢ଼ିଲା ସର୍କଲ ହାର

ନୂଆଦିଲ୍ଲୀ ୧୭/୧୧ : ମୋଦି ସରକାର ଘର କିଣିଥିବା ଗ୍ରାହକଙ୍କୁ ଉପହାର ଦେଇଛନ୍ତି। ଘର କ୍ରୟ ଉପରେ ସରକାର ସର୍କଲ୍ ହାରରେ ରିହାତି ଦେବା ପାଇଁ ଘୋଷଣା କରିଛନ୍ତି। ସର୍କଲ୍ ହାରରେ ରିହାତି ୧୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରିଛନ୍ତି। ଅର୍ଥମନ୍ତ୍ରୀ ଦୁଇ କୋଟି ଟଙ୍କା ଯାଏଁ ହାଉସିଂ ୟୁନିଟ୍ସକୁ ପ୍ରଥମଥର ସର୍କଲ୍ ହାରରେ କମ ମୂଲ୍ୟରେ ବିକ୍ରି ଉପରେ ଆୟକର ଶୁଳ୍କ ନିୟମରେ ରିହାତି ଘୋଷଣା କରିଛନ୍ତି। ସରକାରଙ୍କ ଏହି ଘୋଷଣା ଦ୍ୱାରା ରେସିଡେନ୍ସିଆଲ ରିୟଲ ଇଷ୍ଟେଟକୁ ପ୍ରୋତ୍ସାହନ ମିଳିବ ଏବଂ ମଧ୍ୟବିତ୍ତ ପରିବାର ଆଶ୍ବସ୍ତି ଅନୁଭବ କରିବେ। କିପରି ଏହାର ଲାଭ ଉଠାଇପାରିବେ ଜାଣନ୍ତୁ :

କ୍ରେତା ଓ ବିକ୍ରେତା ଉଭୟଙ୍କୁ ଟ୍ୟାକ୍ସରେ ରିହାତି ପାଇବା ପାଇଁ ଏହା ହେଉଛି ନୂଆ ନିୟମ :

– ଆପଣଙ୍କ ଫ୍ଲାଟ କିମ୍ବା ଘର ନୂଆ ହୋଇଥିବା ଦରକାର, ଏହା ରିସେଲ ଫ୍ଲାଟରେ ଲାଗୁ ହେବନାହିଁ

– ଘରର ମୂଲ୍ୟ ଦୁଇ କୋଟିରୁ କମ ହୋଇଥିବା ଦରକାର

– ଏହି ସୁବିଧାର ଲାଭ ୨୦୨୧ ଜୁନ ୩୦ ତାରିଖ ଯାଏଁ ରହିବ

କଣ ଲାଭ ମିଳିବ ଜାଣନ୍ତୁ :

– ସେକ୍ସନ 43C ଏବଂ 50C ଅନୁସାରେ କ୍ରେତା ଓ ବିକ୍ରେତାଙ୍କୁ ଟ୍ୟାକ୍ସ ଦେବାକୁ ପଡୁଥିଲା

– ଷ୍ଟାମ୍ପ ଡ୍ୟୁଟି ଓ ଏଗ୍ରିମେଣ୍ଟ ଭେଲ୍ୟୁରେ ୧୦ ପ୍ରତିଶତରୁ ଅଧିକ ଅନ୍ତରରେ LTCG ଟ୍ୟାକ୍ସ ଦେବାକୁ ପଡୁଥିଲା

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଦିନ ଆତ୍ମନିର୍ଭର ଭାରତ ପ୍ୟାକେଜ ୩.୦ ଘୋଷଣା କରିଥିଲେ। ଏହି ପ୍ୟାକେଜରେ ସେ ଏହି ରିହାତି ଘୋଷଣା କରିଥିଲେ। ଅର୍ଥମନ୍ତ୍ରୀ ଗୁରୁବାର ଦିନ ୨.୬୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ। ଏହି ପ୍ୟାକେଜରେ ସରକାର ବ୍ୟବସାୟୀଙ୍କ ସହ ଶ୍ରମିକ, ଚାଷୀ ଓ ମଧ୍ୟବିତ୍ତଙ୍କୁ ମଧ୍ୟ ଆଶ୍ବସ୍ତି ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଥିଲେ ଯେ, ଘର କ୍ରେତା ଓ ଡେଭେଲପର୍ସଙ୍କୁ ଆୟକରରେ ଆଶ୍ବସ୍ତି ଦିଆଯାଉଛି। ସର୍କଲ୍ ହାର ଏବଂ ଏଗ୍ରିମେଣ୍ଟ ଭେଲ୍ୟୁର ଅନ୍ତର ୧୦ ପ୍ରତିଶତରୁ ବଢ଼ାଇ ୨୦ ପ୍ରତିଶତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଯଦି ଆପଣ ବିଭିନ୍ନ ଜିନିଷ କିଣି ଗୋଟିଏ ବାସ୍କେଟରେ ପ୍ୟାକ କରୁଛନ୍ତି କିମ୍ବା ଏକାସଙ୍ଗେ ପ୍ୟାକ କରି ଉପହାର ଦେଉଛନ୍ତି ତାହେଲେ ଭିନ୍ନ ଭିନ୍ନ ଜିଏସଟି ପ୍ରଡକ୍ଟର ଏକାସଙ୍ଗେ ପ୍ୟାକେଜିଙ୍ଗରେ ଜିଏସଟି ଲାଗିବ। ବାସ୍କେଟରେ ଥିବା ସବୁଠାରୁ ଅଧିକ ଜିଏସଟି ଥିବା ପ୍ରଡକ୍ଟ ହିସାବରେ ବାସ୍କେଟ ଉପରେ ଟ୍ୟାକ୍ସ ଲଗାଯିବ। ଏହାଫଳରେରେ ରିହାତି ଦରରେ ଥିବା ସାମଗ୍ରୀ ଉପରେ ଜିଏସଟି ଲାଗିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ