ରାଜ୍ୟ ସ୍ପେଶାଲ ରିପୋର୍ଟ

ଘର ଉପରେ ବଜ୍ରପାତ: ଫାଟିଲା ଛାତ ଓ କାନ୍ଥ

ଜଳେଶ୍ୱର/ଚନ୍ଦନେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍‌ ମହମ୍ମଦନଗର ପାଟଣା ପଞ୍ଚାୟତର ଚାଲନ୍ତି ଗାଁରେ ରବିବାର ସକାଳେ ବଜ୍ରପାତ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ଗ୍ରାମର ଉମାକାନ୍ତ ଗିରିଙ୍କ ଘର ଉପରେ ବଜ୍ରପାତ ହେବାଫଳରେ ତାଙ୍କ ଘର କାନ୍ଥ ଫାଟିଯିବା ସହ ଆଜ୍‌ବେଷ୍ଟସ୍‌ ସବୁ ଫାଟି ଖଣ୍ଡଖଣ୍ଡ ହୋଇଯାଇଛି। ଏହାସହିତ ବାଡ଼ିରେ ଥିବା ଏକ ନଡ଼ିଆ ଗଛ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଘରେ ଟିଭି, ଫ୍ରିଜ୍, କୁଲର୍‌ ସମେତ ବହୁ ବୈଦ୍ୟୁତିକ ଉପକରଣ ପୋଡ଼ିଯାଇଛି। ଉମାକାନ୍ତଙ୍କର ଯୌଥ ପରିବାର। ଘର ଉପରେ ବଜ୍ର ପଡ଼ିବା ସମୟରେ ଭାଇ ନିଶିକାନ୍ତ, ଶଶିକାନ୍ତ ଓ ବିଶ୍ବନାଥଙ୍କ ସମେତ ୧୧ ଜଣ ସଦସ୍ୟ ଥିଲେ। ତେବେ ଭଗବାନଙ୍କ କୃପାରୁ ସମସ୍ତେ ସୁରକ୍ଷିତ ଅଛନ୍ତି। ସେହିପରି ପଡ଼ୋଶୀ ବିଷ୍ଣୁପଦ ଗିରିଙ୍କ ଘରେ ଅନେକ ବିଦ୍ୟୁତ୍‌ ଉପକରଣ ପୋଡ଼ିଯାଇଛି।

ସେପଟେ ଭୋଗରାଇ ବ୍ଲକ୍‌ ସାହାବାଜିପୁର ପଞ୍ଚାୟତ ଅନ୍ତର୍ଗତ ଉଦୟପୁର ବେଳାଭୂମିରେ ଆଜି ବଜ୍ରପାତ ଘଟି ୨ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କ ସହିତ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଜଣକ ସାହାବାଜିପୁର ଗ୍ରାମର ଯତୀନ୍ଦ୍ର ପଟ୍ଟାୟତଙ୍କ ପୁଅ ଅଞ୍ଜନ (୨୫)। ଅନ୍ୟ ଦୁଇଜଣ ବଙ୍ଗୀୟ ପର୍ଯ୍ୟଟକ ହେଲେ ପଶ୍ଚିମବଙ୍ଗ ନଦିଆ ଜିଲ୍ଲା କ୍ରିଷ୍ଣଗଞ୍ଜ ଥାନା ଟୁଙ୍ଗୁର ଗାଁର ରାଜକୁମାର ବରାଇ (୩୦) ଓ ତାଙ୍କର ଯୁବତୀ ବନ୍ଧୁ। ଆଜି ଅପରାହ୍ନରେ ସମୁଦ୍ରକୂଳରେ ଥିବା ଏକ ଦୋକାନରେ ଦୁଇ ପର୍ଯ୍ୟଟକ ଓ ଅଞ୍ଜନ ବସିଥିଲେ। ଏହିସମୟରେ ହଠାତ ବଜ୍ରପାତ ହେବାରୁ ୩ ଜଣ ଯାକ ସେହିଠାରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଦୀଘା ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଅଞ୍ଜନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ତେବେ ଯୁବତୀ ପର୍ଯ୍ୟଟକଙ୍କର କୌଣସି ପରିଚୟ ମିଳିପାରିନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।