ଧର୍ମ

ଘର ଆଗରେ ଭୁଲରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ : ନଚେତ୍ ଭୋଗିବେ ପାରିବାରିକ ସମସ୍ୟା

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘର ଆଗରେ କିଛି ଜିନିଷ ରହିଲେ ଅଶୁଭ ହୁଏ । ତେବେ ଆସନ୍ତୁ ଜାଣିବା ଘର ଆଗ ତଥା ଆଖପାଖରେ କ’ଣ ରଖିବେ ନାହିଁ ।

୧.କଣ୍ଟାଯୁକ୍ତ ଗଛ : ଘର ଆଗରେ କଣ୍ଟାଯୁକ୍ତ ଗଛ ଯେପରି ସିଜୁ, ଲେମ୍ବୁ, ଆଲୋଭେରା, କାକ୍ଟସ୍ ଆଦି ଥିଲେ ଶତ୍ରୁ ବଢ଼ିଥାନ୍ତି। ଏହାର ପ୍ରଭାବରେ ପାରିବାରିକ ଜୀବନରେ ମତଭେଦ ବଢ଼େ ଓ ଘର ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୁଏ।

୨.କ୍ଷୀର ବାହାରୁଥିବା ଗଛ : ଘର ଆଗରେ କ୍ଷୀର ବାହାରୁଥିବା ଗଛ ଯେପରି ଡିମିରି, ସିଜୁ ଆଦି ଥିଲେ ଘର ଲୋକଙ୍କ ମଧ୍ୟରେ ବିବାଦ ବଢ଼େ। ଯେତେ ଟଙ୍କା ଆୟ ହେଉଥିଲେ ବି ନିଅଣ୍ଟ ହୁଏ।

୩.ଘର ଆଗ ତଳୁଆ : ଘର ଆଗ ସର୍ବଦା ରାସ୍ତା ଠାରୁ ଉଚ୍ଚା ରହିବା ଦରକାର। ରାସ୍ତା ଠାରୁ ଘର ଆଗ ତଳୁଆ ରହିଲେ ବାସ୍ତୁ ଦୋଷ ଲାଗି ରହେ। ଏହା ଯୋଗୁଁ ଘର ଲୋକଙ୍କଠାରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଯାଏ।

୪.ଡଷ୍ଟବିନ୍ : ଘର ଆଗରେ ଅଳିଆ ଗଦା କରିବା କିମ୍ବା ଡଷ୍ଟବିନ୍ ରଖି ଅଳିଆ ରଖିବା ଦ୍ୱାରା ଘର ଭିତରକୁ ନକରାତ୍ମକ ଶକ୍ତି ପ୍ରବେଶ କରେ। ଏହାଦ୍ୱାରା ଘର ଲୋକଙ୍କ ସ୍ୱଭାବ ଓ ସ୍ୱାସ୍ଥ୍ୟ ଖରାପ ହୁଏ ।

୫.ବଡ଼ ଗଛ : ବାସ୍ତୁ ଅନୁସାରେ ଘରଠାରୁ ଉଚ୍ଚ ଗଛ ଦୁଃଖ ବଢ଼ାଏ । ଘରେ ସର୍ବଦା ସମସ୍ୟା ଲାଗି ରହେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ