ବଲାଙ୍ଗୀର ୧୮।୦୩ : ଆମରଣ ଅନଶନରେ ଅଭିଭାବକ l ଘରୋଇ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି l ଘରୋଇ ସ୍କୁଲର ମନମାନି ନେଇ ଧାରଣ ଦେଇଛନ୍ତି ଅଭିଭାବକ ସଂଘ ।
ବଲାଙ୍ଗୀର ଜିଲ୍ଲାରେ ଘରୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ କରୋନା ମହାମାରୀ ଲାଗି ଫିସ୍ ବୃଦ୍ଧି ସହ ବହି କିଣା ଏବଂ ଆଡମିଶନ ଉପରେ କିଛିଟା କଡ଼ା ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ସରକାରୀ ନିୟମକୁ ଯେମିତି ଖାତିର ନାହିଁ । ଏପରିକି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ମାନୁନାହାନ୍ତି ଘରୋଇ ସ୍କୁଲ । ଏନେଇ ଆଜି ଜିଲ୍ଲାପାଳଙ୍କ ଅଫିସ ଆଗରେ ଆମରଣ ଅନଶନରେ ବସିଛନ୍ତି ଅଭିଭାବକ ସଂଘ । ଯଦି ଜିଲ୍ଲାପାଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ନନେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଭିଭାବକ ସଂଘ କହିଛି । ଏପିରିକି ଅନଶନରେ କାହାର ଜୀବନ ଚାଲିଗଲେ ବି ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ସଂଘ ଚେତାବନୀ ଦେଇଛି ।