କଳା ଓ ସଂସ୍କୃତି ସ୍ପେଶାଲ ରିପୋର୍ଟ

ଘରେ ସୁଖ ଶାନ୍ତି ରଖିବ ଏହି ଛୋଟ ଗଛ, ଜାଣନ୍ତୁ ୪ଟି ବିଶେଷ କଥା

ଭୁବନେଶ୍ୱର ୦୫/୦୩: ସମୟ ସହିତ ଜୀବନଶୈଳୀ ମଧ୍ୟ ବଦଳୁଛି । ଅନେକ ଲୋକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଘରେ ଗଛ ଲଗାଇବାକୁ ପାଇଁ ଭଲ ପାଇଥାନ୍ତି । ଆଜିକାଲି ବୋନସାଇ ଗଛ ଖୁବ୍ ଟ୍ରେଣ୍ଡିଙ୍ଗ ଚାଲିଛି । ଲୋକମାନେ ଏହି ଛୋଟ ଗଛକୁ ନିଜ ଘରେ ରଖିବାକୁ ପସନ୍ଦ କରୁଛନ୍ତି । କେହି କେହି ଏହାକୁ ସୁନ୍ଦରତା ପାଇଁ ରଖୁଥିବାବେଳେ ଆଉ କେହି ପ୍ରକୃତି ପ୍ରେମୀ ହେତୁ ରଖୁଛନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଏହି ଗଛକୁ ରଖିବା ଶୁଭ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଏହାର କାରଣ…

୧. କୁହାଯାଏ ଯେ ଯଦି ଆପଣଙ୍କୁ ବହୁତ କ୍ରୋଧ ଆସିଥାଏ କିମ୍ବା ଆପଣ ହତାଶ ହୋଇପଡନ୍ତି, ତେବେ ଏହା ଆପଣଙ୍କୁ ବହୁତ ଶାନ୍ତି ଦେଇଥାଏ । ଏହାକୁ ଘରେ ରଖିବା ଦ୍ୱାରା ଆପଣଙ୍କ ମନକୁ ଶାନ୍ତ ରଖିଥାଏ ।

୨. ବୋନସାଇ ଗଛଗୁଡିକ ଘରର ବାୟୁକୁ ଶୁଦ୍ଧ କରିଥାଏ । ଏହା ଘରର ବାୟୁରେ ଥିବା ବିଷାକ୍ତ ପଦାର୍ଥକୁ ବାହର କରିଥାଏ ।

୩. ଏହି ଗଛକୁ ଘରେ ରଖିବା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ । ଆପଣଙ୍କୁ ଅନେକ ରୋଗରୁ ଦୂରେଇ ରଖିଥାଏ । କେବଳ ଏତିକି ନୁହେଁ, ଏହା ଆପଣଙ୍କ ଭିତରେ ସକାରାତ୍ମକତା ବଢାଇଥାଏ ।

୪. ଅନେକ ଥର ଲୋକମାନେ ବ୍ୟସ୍ତ ହୋଇ କିଛି କାମ କରିଥିବା କିମ୍ବା ନିଷ୍ପତ୍ତି ନେଇଥିବା ପାଇଁ ଅନୁତାପ କରନ୍ତି । ଏଥିପାଇଁ ବୋନସାଇ ଗଛ ଆପଣଙ୍କୁ ସାହାଯ୍ୟ କରିଥାଏ । ଏହା ଆପଣଙ୍କୁ ଧୈର୍ଯ୍ୟବାନ କରିବା ସହିତ, ଚାପମୁକ୍ତ ରଖିଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,