ଲମତାପୁଟ ୨୪।୦୮ : ଘରେ ରଖିଥିବା ୧୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ସହ ଅଭିଯୁକ୍ତ ଗିରଫ । ଗଞ୍ଜେଇ ବିରୋଧୀ ଅଭିଯାନରେ କୋରାପୁଟ ଲମତାପୁଟ ପୋଲିସ୍କୁ ବଡ଼ ସଫଳତା ମିଳିଛି ।
ତେବେ ସାନସଗର ଗାଁରେ ନିଜ ଘରେ ପ୍ରାୟ ୧ କ୍ବିଣ୍ଟାଲ ୨୫କିଲୋ ଗଞ୍ଜେଇ ରଖିଥିବା ଦେବ ମାଣ୍ଡିକୁ ପୋଲିସ ଗିରଫ କରିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ। ଏହି ଗଞ୍ଜେଇ ରାଜ୍ୟ ବାହାରକୁ ଚାଲାଣ ପାଇଁ ରଖାଯାଇଥିଲା ବୋଲି ଜଣାପଡ଼ିଛି। ଏହି ଘଟଣାରେ ସଂପୃକ୍ତ ଅନ୍ୟ କେତେକ ବ୍ୟକ୍ତି ଶୀଘ୍ର ଗିରଫ ହେବେ ବୋଲି ପୋଲିସ କହିଛି।