ଧର୍ମ ଲାଇଫ୍ ଷ୍ଟାଇଲ

ଘରେ ମୟୁର ପୂଛ ରଖିଲେ ଖୋଲିଯାଏ ଭାଗ୍ୟ: ସ୍ୱାମୀ-ସ୍ତ୍ରୀ ସମ୍ପର୍କ ହୁଏ ମଧୁର, ରହିଛି ଅନେକ ଲାଭ

ଭୁବନେଶ୍ୱର ୦୩/୦୩ : ହିନ୍ଦୁ ଧର୍ମରେ ବାସ୍ତୁଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି। ବାସ୍ତୁଶାସ୍ତ୍ର ଅନୁସାରେ ମୟୁର ପୂଛକୁ ବହୁତ ଶୁଭ ହୋଇଥାଏ। ମହୁର ପୂଛ ଭଗବାନ ଶ୍ରୀକୃଷ୍ଣଙ୍କୁ ବହୁତ ପ୍ରିୟ। ସେଥିପାଇଁ ତାକୁ ବହୁତ ଶୁଭ ବୋଲି କୁହାଯାଏ। ଘରେ ମୟୁର ପୂଛ ରଖିଲେ ଧନଧାନ୍ୟ ବୃଦ୍ଧି ହୋଇଥାଏ ବୋଲି କୁହାଯାଏ। ସେଥିପାଇଁ ଲୋକେ ଘରେ ମୟୁର ପୂଛ ରଖନ୍ତି। ଅନେକଳକ ଠାକୁର ଘରେ ରଖି ଏହାକୁ ପୂଜା ବି କରନ୍ତି। ଘରେ ମୟୁର ପୂଛ ରଖିବାର ଅନେକ ଲାଭ ରହିଛି। କିନ୍ତୁ ଏହାକୁ ସଠିକ ଦିଗରେ ଓ ସଠିକ ସ୍ଥାନରେ ରଖିବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ, ଘରେ ମୟୁର ପୂଛ ରଖିଲେ ଅମଙ୍ଗଳ ଟଳି ଯାଇଥାଏ ଓ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଘରେ ସୁଖ ଶାନ୍ତି ବଜାୟ ରହେ। ମୟୁର ପୂଛ ଆପଣ ଠାକୁର ଘରେ ବା ପୂଜା ଘରେ ରଖିପାରିବେ।

ବୈବାହିକ ଜୀବନରେ ଅଶାନ୍ତି ଲାଗି ରହିଥିଲେ ଶୟନକକ୍ଷରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସମ୍ପର୍କ ମଧୁର ହୋଇଥାଏ ଏବଂ ପ୍ରେମ ବଢିଥାଏ। ବାସ୍ତୁ ଅନୁସାରେ ପିଲାଙ୍କ ପଢା ଘରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ପାଠ ପଢାରେ ପିଲାଙ୍କ ମନ ଲାଗିଥାଏ। ଏହାସହ ବୁଦ୍ଧି ବିକାଶ ମଧ୍ୟ ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ମୟୁର ପୂଛ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଯଦି ଆପଣଙ୍କୁ କୌଣସି କାମରେ ସଫଳତା ମିଳୁନି ତାହେଲେ ଆପଣ ପାଖରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ଆପଣଙ୍କ ହେଉନଥିବା କାମ ବି ହେବ। ଆର୍ଥିକ ସ୍ଥିତି ମଜବୁତ କରିବାକୁ ଅଫିସ କିମ୍ବା ଟ୍ରେଜେରିରେ ମୟୁର ପୂଛ ରଖନ୍ତୁ। ଦକ୍ଷିଣ-ପୂର୍ବ ଦିଗରେ ରଖିଲେ ଧନାଭାବ ଦୂର ହେବାସହ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ।


ମୟୁର ପୂଛରୁ ସକାରାତ୍ମକ ଶକ୍ତି ପ୍ରାପ୍ତ ହୋଇଥାଏ। ସେଥିପାଇଁ ପାଖରେ ମୟୁର ପୂଛ ରଖିବା ଉଚିତ। ଏହାଦ୍ୱାରା ଶତ୍ରୁଙ୍କ ସହ ଥିବା କଟୁ ସମ୍ବନ୍ଧ ସୁଧୁରି ଯାଇଥାଏ। ଘରର ମୁଖ୍ୟ ଦ୍ୱାରରେ ମୟୁର ପୂଛ ଲଗାଇବା ଉଚିତ। ଏହାଦ୍ୱାରା ବାସ୍ତୁ ଦୋଷ କଟିଯାଇଥାଏ। ଭଗବାନ ଗଣେଶଙ୍କ ପ୍ରତିମା ସହ ବି ମୟୁର ପୂଛ ରଖିପାରିବେ।

ଯଦି ଆପଣଙ୍କ ଘରେ ମୟୁର ପୂଛ ଅଛି ତାହେଲେ ଆପଣଙ୍କ ଘରକୁ କୌଣସି ଖରାପ ଶକ୍ତି ପ୍ରବେଶ କରିପାରିବନି। ଏହା ଘରକୁ ନକାରାତ୍ମକ ଶକ୍ତିକୁ ଆସିବାକୁ ଦେଇନଥାଏ ଏବଂ ସକାରାତ୍ମକ ଶକ୍ତି ବଜାୟ ରଖିଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ