ଅପରାଧ ରାଜ୍ୟ

ଘରେ ପଶି ନେଇଗଲେ ୧୫ ଭରି ସୁନା ଓ ନଗଦ ଟଙ୍କା, ତାଜା ଉପରେ ଚୋର ଛାଡିଗଲେ କମ୍ବଳ

ଆନନ୍ଦପୁର ୨୯।୦୫: ଝରକାର ଗ୍ରୀଲ ତାଡି ନେଇଗଲେ ଲୁଟେରା । ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଲୁଟେରା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆ ଗାଁରେ ଲୁଟ୍‌ ନେଇ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ଛାନ୍‌ଭିନ୍‌ କରୁଛି ।

ଖବର ଅନୁଯାୟୀ, ଶନିବାର ରାତିରେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ପରିବାର ଘରେ ଶୋଇଥିଲେ । ଏହାର ସୁଯୋଗ ନେଇ ଲୁଟେରାମାନେ ଘର ଝରକାର ଗ୍ରୀଲ୍‌ ତାଡି ଲୁଟ୍‌ କରିଛନ୍ତି । ଘରେ ଥିବା ଆଲ୍‌ମିରା ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଚୋରି କରିଛନ୍ତି । ନଗଦ ୫୨ ହଜାର ଟଙ୍କା ଓ ୧୫ ଭରି ସୁନା ଅଳଙ୍କାର ଲୁଟ୍‌ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ।

ସେପଟେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଲୁଟ୍‌ ପରେ ଲୁଟେରାମାନେ ଘରର ତାଜା ଉପରେ କମ୍ବଳ ଛାଡି ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।