ଧର୍ମ

ଘରେ ଟ୍ରେଜେରୀ ବାକ୍ସକୁ ଏମିତି ରଖିଲେ ହେବେ ମାଲାମାଲ୍

ବାସ୍ତୁ ନିୟମ ଅନୁସାରେ ଘରେ ଦିଗ ଅତ୍ୟନ୍ତ ମହତ୍ତ୍ବ ରଖିଥାଏ। କେଉଁ ଦିଗରେ କ’ଣ ରଖିବା ଉଚିତ୍,କ’ଣ ନୁହେଁ ବାସ୍ତୁରେ ଏଥି ସହିତ ଜଡ଼ିତ ଅନେକ କଥା କୁହାଯାଇଛି। ବାସ୍ତୁ ଅନୁସାରେ କିଛି ବାସ୍ତୁ ନିୟମ ପାଳନ କରି ଆପଣ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇପାରିବେ। ଆଜି ଆମେ ଜାଣିବା ଟ୍ରେଜେରୀ ରଖିବାର ବାସ୍ତୁ ନିୟମ ଯାହାକୁ ଅବଲମ୍ବନ କରି ଆପଣ ନିଜ ଖର୍ଚ୍ଚକୁ କମ୍ କରି ନିଜ ଧନ ବୃଦ୍ଧି କରିପାରିବେ।
ଭଣ୍ଡାର ଘରକୁ ଘରର ଉତ୍ତର ପଟେ ଥିବା ରୁମରେ ରଖିବା ଆବଶ୍ୟକ। ଟ୍ରେଜେରୀ ଘରେ ରଖିବା ସମୟରେ ଦିଗ ପ୍ରତି ଧ୍ୟାନ ରଖନ୍ତୁ। ଆପଣଙ୍କ ଟ୍ରେଜେରୀର ମୁହଁ ପୂର୍ବ ଦିଗ ଆଡ଼କୁ ହେବା ଉଚିତ୍,ଅର୍ଥାତ୍ ଆପଣଙ୍କ ଟ୍ରେଜେରୀର ଦ୍ବାର ପୂର୍ବ ଦିଗକୁ ଖୋଲିବା ଆବଶ୍ୟକ। ଯଦି ଆପଣ ଟ୍ରେଜେରୀର ମୁହଁ ଦକ୍ଷିଣକୁ କରିଛନ୍ତି ତେବେ ଏହାର ମୁହଁ ପୂର୍ବ ଦିଗ ଆଡ଼କୁ କରି ଦିଅନ୍ତୁ। ଟ୍ରେଜେରୀ ରୁମର କେବଳ ଗୋଟିଏ ପ୍ରବେଶ ଦ୍ବାର ରହିବା ଆବଶ୍ୟକ।
ଟ୍ରେଜେରୀକୁ ସବୁବେଳେ ସଫା-ସୁତୁରା ରଖିବା ଆବଶ୍ୟକ। ଏକଥା ପ୍ରତି ଧ୍ୟାନ ରଖନ୍ତୁ ଯେ ଏଥିରେ କୌଣସି ପ୍ରକାରର ବ୍ୟର୍ଥ ଜିନିଷ ଏବଂ ବର୍ଜ୍ୟ ଜିନିଷ ନ ରହିବା ଉଚିତ୍। ସେହିପରି ଟ୍ରେଜେରୀକୁ କେବେ ଅପରିଷ୍କାର ହାତରେ ଧରନ୍ତୁ ନାହିଁ। ଏଥିପାଇଁ ଉଦ୍ୟମ କରନ୍ତୁ ଯେ ଏହାର ସ୍ଥାନ ସବୁବେଳେ ସଫା ସୁତୁରା ରହୁ। ବାସ୍ତୁର ଏହି ଉପାୟ ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଦୂର କରି ଧନମାର୍ଗ ଖୋଲିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ