ଗଜପତି ୨୨।୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ୟାମ ବିହାରରେ ଚୋରୀ । ଏହି ଅଞ୍ଚଳର ପ୍ରକାଶ ଚୌଧୁରୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଘରର ତାଲା ଭାଙ୍ଗି ସୁନାଗହଣା, ଟଙ୍କା ସହ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ଘରୁ ଲୁଟ୍ ହୋଇଛି । ସେହି ସମୟରେ ପରିବାର ଲୋକେ ବ୍ୟବସାୟ ଉଦ୍ଦେଶ୍ୟରେ ବାହାରକୁ ଯାଇଥିଲେ । ରାତି ପ୍ରାୟ ୧୦ଟା ସମୟରେ ଘରକୁ ଫେରି ଦେଖିଥିଲେ ଘରର ତାଲା ଭଙ୍ଗାଯାଇଛି । ଘରେ ପଶି ଆଲମାରୀ ଭାଙ୍ଗି ୭୨ ହଜାର ଟଙ୍କା, ଏକ ତୋଳା ସୁନା ଓ ରୂପା ସାମଗ୍ରୀ ସହ ବହୁ ମୂଲ୍ୟବାନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ତୁରନ୍ତ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ପ୍ରାଥମିକ ତଦନ୍ତରେ ଚୋରର କୌଣସି ସୁରାକ ମିଳିନଥିବା ବେଳେ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।