କଳା ଓ ସଂସ୍କୃତି ଧର୍ମ

ଘରେ ଏହି ସ୍ଥାନରେ ଭୁଲରେ ବି ରଖନ୍ତୁନି ତୁଳସୀ ଗଛ: ଧନ ହାନି ସହ ହେବ ଏହିସବୁ ସମସ୍ୟା

ଭୁବନେଶ୍ୱର ୧୮/୦୩ : ହିନ୍ଦୁ ଧର୍ମ ଗ୍ରନ୍ଥରେ ତୁଳସୀକୁ ଶ୍ରୀକୃଷ୍ଣଙ୍କ ସ୍ୱରୂପ ବୋଲି କୁହାଯାଏ। ତୁଳସୀ ବୁଧ ଗ୍ରହଙ୍କ ପ୍ରତିନିଧିତ୍ବ କରନ୍ତି | ପ୍ରତ୍ୟେକ ହିନ୍ଦୁ ଘରେ ତୁଳସୀ ଗଛକୁ ପୂଜା କରାଯାଏ। ତୁଳସୀ ଗଛ ଘରର ଅନେକ ଦୋଷ ଦୂର କରିଥାଏ। କଲ୍ୟାଣକାରୀ ଜୀବନ ମଧ୍ୟ ପ୍ରଦାନ କରିଥାଏ। ତୁଳସୀ ପତ୍ର ସେବନ ଦ୍ୱାରା ଶରୀରର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ। ଘରେ ତୁଳସୀ ଗଛ ଥିଲେ ପରିବେଶକୁ ମଧ୍ୟ ସକାରାତ୍ମକ ରଖିଥାଏ। କିନ୍ତୁ ତୁଳସୀ ଗଛ ସଠିକ ସ୍ଥାନରେ ନ ରଖାଗଲେ ଅଶୁଭ ଫଳ ପ୍ରଦାନ କରିଥାଏ। ତୁଳସୀ ଗଛ କେଉଁଠି ରଖିବା ଉଚିତ ଜାଣନ୍ତୁ…

୧. କିଛି ଲୋକଙ୍କ ଘରେ ଜାଗା କମ ଥିବାରୁ ସେମାନେ ତୁଳସୀ ଗଛ ଛାତ ଉପରେ ରଖି ଦିଅନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ତୁଳସୀ ଗଛ ଛାତ ଉପରେ ରଖିଲେ ଅଶୁଭ ଫଳ ପ୍ରଦାନ କରିଥାଏ।

୨. ଯେଉଁମାନଙ୍କ କୁଣ୍ଡଳୀରେ ବୁଧଙ୍କ ସମ୍ବନ୍ଧ ଧନ ସହ ରହିଥାଏ ସେମାନେ ତୁଳସୀ ଗଛ ଛାତ ଉପରେ ରଖିଲେ ଆର୍ଥିକ ହାନି ହୋଇଥାଏ।

୩. ଯେଉଁମାନଙ୍କ ଘର ଛାତ ଉପରେ ତୁଳସୀ ଗଛ ଥାଏ ସେମାନଙ୍କ ଘରେ ପାରା ବା ଅନ୍ୟାନ୍ୟ ଚଢେଇ ଘର କରିଦିଅନ୍ତୁ। ଏହା ଅଶୁଭ କେତୁର ସଂକେତ।

୪. ତୁଳସୀ ଗଛ ପୂର୍ବ ଦିଗରେ ମଧ୍ୟ ରଖିବା ଉଚିତ ନୁହେଁ। ଏହାଦ୍ୱାରା ବ୍ୟବସାୟରେ ହାନି ହୋଇଥାଏ ଯାହାର ନକାରାତ୍ମକ ପ୍ରଭାବ ପରିବାର ଉପରେ ପଡିଥାଏ।

୫. ଘର ଛାତ ଉପରେ ତୁଳସୀ ଗଛ ରଖିଲେ ଉତ୍ତର ଦିଗରୁ ପିମ୍ପୁଡି ବାହାରିବା ଆରମ୍ଭ ହୋଇଯାଇଥାଏ ତଥା ଉତ୍ତର ଦିଗରେ କେଉଁଠି ନା କେଉଁଠି ଫାଟ ମଧ୍ୟ ସୃଷ୍ଟି ହୋଇଥାଏ।

ଏହି କାମ କରନ୍ତୁ ମିଳିବ ଲାଭ…

୧. ତୁଳସୀ ଗଛ ସର୍ବଦା ଉତ୍ତର ଦିଗରେ ଐଶାନ୍ୟ କୋଣରେ ରଖିପାରିବେ। ତାଛଡା ପଶ୍ଚିମ ଦିଗରେ ମଧ୍ୟ ରଖିପାରିବେ। ଏହାଦ୍ୱାରା ଘରେ ଓ ପରିବାରରେ ସକାରାତ୍ମକ ଶକ୍ତି ପ୍ରସାର ହୋଇଥାଏ।

୨. ତୁଳସୀ ପତ୍ରକୁ ଚୋବେକି ଖାଇବା ଅନୁଚିତ। ଏଜେକୁ ଦହିରେ ମିଶାଇ ଖାଇଲେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟା ଦୂର ହୋଇଥାଏ।

୩. ନିୟମିତ ତୁଳସୀ ଗଛକୁ ପୂଜା କଲେ ପରିବାର ସଦସ୍ୟଙ୍କ ମଧ୍ୟରେ ମତଭେଦ ଦୂର ହୋଇଥାଏ ଓ ସକାରାତ୍ମକ ପରିବେଶ ସୃଷ୍ଟି ହୋଇଥାଏ।

୪. ରୋଷେଇ ଘର ପାଖରେ ତୁଳସୀ ଗଛ ରଖିଲେ ପରିବାର ସଦସ୍ୟଙ୍କ ମଧ୍ୟରେ ସାମଞ୍ଜସ୍ୟ ବଢିଥାଏ। ପାରିବାରିକ ପ୍ରେମ ଓ ସଦ୍ଭାବ ବୃଦ୍ଧି ହୋଇଥାଏ।

(ଏହି ଖବର ରିସର୍ଚ୍ଚ ଓ ବିଶ୍ୱାସ ଆଧାରରେ ଲିଖିତ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ