କଳା ଓ ସଂସ୍କୃତି ଧର୍ମ

ଘରେ ଆକ୍ୱାରିୟମ ରଖିବା ଦ୍ୱାରା ହୋଇପାରେ ଅସୁବିଧା, ଏହିସବୁ କଥା ଉପରେ ରଖନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ବାସ୍ତୁ ଶାନ୍ତ୍ର ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ବ୍ୟକ୍ତିର ଦୈନିକ ଜୀବନ ଉପରେ ସୀଧାସଳଖ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ ଯଦି ଘରେ ଜିନିଷ ଭୁଲ ଜାଗାରେ ରଖାଯାଇଛି ତେବେ ବ୍ୟକ୍ତିକୁ ନକାରାତ୍ମକତାର ସାମ୍ନା କରିବାକୁ ପଡ଼ିଥାଏ । ସଠିକ ଯାଗାରେ ସୁବ୍ୟବସ୍ଥିତ ବସ୍ତୁ ସକାରାତ୍ମକତା ସଞ୍ଚାର କରିଥାଏ ।


ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ତ୍ୱ ସହ ଜଡ଼ିତ ଜିନିଷ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ସକାରାତ୍ମକ ଉର୍ଜା ସଞ୍ଚାର ହୋଇଥାଏ । ଘରେ ସକାରାତ୍ମକତା ବଢ଼ାଇବା ପାଇଁ ଅଧିକାଂଶ ଲୋକ ଆକ୍ୱାରିୟମ ରଖିଥାଆନ୍ତି । ମାନ୍ୟତା ରହିଛି ଯେ, ଆକ୍ୱାରିୟମରେ ଥିବା ମାଛ ଘରର ନକାରାତ୍ମକ ଉର୍ଜାକୁ ନଷ୍ଟ କରିଥାଆନ୍ତି ।

ଅଧିକାଂଶ ଲୋକ ନିଜ ଘରେ ଆକ୍ୱାରିୟମ ରଖିଥାଆନ୍ତି କିନ୍ତୁ ଏହାକୁ କେଉଁ ଦିଗରେ ରଖାଯିବା ଉଚିତ ଏବଂ କେମିତି ରଖିବା ଉଚିତ ସେ ବାବଦରେ ଅଜ୍ଞାତ ଥାଆନ୍ତି । ଏହି କାରଣରୁ ଆକ୍ୱାରିୟମର ପୂର୍ଣ୍ଣ ଲାଭ ଉଠାଇବାରେ ଅକ୍ଷମ ହୋଇଥାଆନ୍ତି । ତେବେ ଆସନ୍ତୁ ଜାଣିବା ବାସ୍ତୁ ହିସାବରେ ଘରେ ଆକ୍ୱାରିୟମ ରଖିବାର କିଛି ଉପାୟ…

ଆକ୍ୱାରିୟମକୁ ଉତ୍ତର ପୂର୍ବ ଦିଗରେ ରଖିବା ଶୁଭ ମନେ କରାଯାଏ ।
ଆକ୍ୱାରିୟମର ପାଣି ସମୟ ସମୟରେ ବଦଳାଇବା ଉଚିତ, ଏହାଦ୍ୱାରା ଘରେ ସକାରାତ୍ମକ ଉର୍ଜା ବୃଦ୍ଧି ହୋଇଥାଏ ।
ଧ୍ୟାନ ରଖିବେ ଯେ, ଆକ୍ୱାରିୟମର ପାଣି ଯେମିତି କେବେ ସ୍ଥିର ନରହେ, ଅନ୍ୟଥା ଆର୍ଥିକ ଉନ୍ନତି ଉପରେ ପ୍ରଭାବ ପଡ଼ିଥାଏ ।
ଘରେ ଆକ୍ୱାରିୟମରେ ଏକ ନିର୍ଦ୍ଧିଷ୍ଟ ସଂଖ୍ୟାରେ ମାଛ ରଖିବା ଉଚିତ, ମାଛ ଆକ୍ୱାରିୟମରେ ୯ଟି ମାଛ ରଖିବା ଶୁଭ ମନେ କରାଯାଏ ।
ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରଖଇବା ପାଇଁ ଆକ୍ୱାରିୟମକୁ ଘରର ମୁଖ୍ୟ ଦ୍ୱାରାର ବାମ ପଟେ ରଖିବା ଉଚିତ ।
ଘରର ରୋଷେଇ ଘରେ ଆକ୍ୱାରିୟମ ରଖିବା ଉଚିତ ନୁହେଁ । ବାସ୍ତୁ ଅନୁସାରେ ରୋଷେଇ ଘରେ ଆକ୍ୱାରିୟମ ରଖିବା ଦ୍ୱାରା ପରସ୍ପର ମଧ୍ୟରେ କଳହ ସୃଷ୍ଟି ହେବାର ସମ୍ଭାବନା ଥାଏ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ