ଲାଇଫ୍ ଷ୍ଟାଇଲ

ଘରୋଇ ଉପଚାରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ ଏପରି…

ଏବେ କରୋନା ସଂକ୍ରମଣ ସମୟରେ ଆମେ ସମସ୍ତେ ଉଣା ଅଧିକେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ଜାଣିବା ଏଥିଲାଗି କେଉଁ ମସଲାକୁ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବା ଉଚିତ ଓ ଏହାର କି ଲାଭ ରହିଛି ।

ହଳଦୀ: ଖାଦ୍ୟରେ ହଳଦୀର ପ୍ରୟୋଗ କରିଲେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ହଳଦୀ କାଛୁ କୁଣ୍ଡିଆ ଓ କ୍ଷତର ଭରଣା ମଧ୍ୟ କରିଥାଏ ।
ଜିରା: ଜିରା ହଜମ କ୍ରିୟାରେ ସହାୟତା କରୁଥିବା ସବୁଠୁଁ ଭଲ ମସଲା । ବିଶେଷ କରି ବାନ୍ତି ପାଇଁ ଏହା ମହୌଷଧି । ଜିରାକୁ ଫୁଟଣରେ ବ୍ୟବହାର କରାଯାଇଥାଏ, ଗରମ ମସଲା ହେଉ କି ସୋରିଷ ମସଲା ସବୁଥିରେ ସାମିଲ୍ କରାଯାଇଥାଏ । ଜିରାକୁ ପାଣିରେ ଫୁଟାଇ ପିଇଲେ ବି କୋଷ୍ଠ କାଠିନ୍ୟତାର ଦୂର ହୋଇଯାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

ଜୁଆଣି: ଯଦି ବଦହଜମୀର ଶିକାର ହୋଇଛନ୍ତି , ଅଧିକ ଏସିଡିଟି ହୋଇଛି, ତେବେ, ଜୁଆଣି ଏହା ପାଇଁ ମହୌଷଧି । ପାଣିରେ ଜୁଆଣି ପକାଇ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହିବ ନାହିଁ ।
ଅଦା: ଅଦା ପେଟ ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହା ଗ୍ୟାସଷ୍ଟ୍ରିକ୍ , ବଦହଜମି ଓ କ୍ଲଟିଂ ଭଳି ସମସ୍ୟାରୁ ରକ୍ଷା କରଥାଏ । ଅଦା ଥଣ୍ଡାକାଶ ଦୂର କରିବାରେ ସହାୟକ ହୋଇଥାଏ । ଅଦା ମିଶା ଚା’ ପିଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ । ଅଦା ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ