ଏବେ କରୋନା ସଂକ୍ରମଣ ସମୟରେ ଆମେ ସମସ୍ତେ ଉଣା ଅଧିକେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାକୁ ଚାହୁଁଛୁ। ତେବେ ଆସନ୍ତୁ ଜାଣିବା ଏଥିଲାଗି କେଉଁ ମସଲାକୁ ନିଶ୍ଚିତ ରୂପେ ଖାଦ୍ୟରେ ସାମିଲ କରିବା ଉଚିତ ଓ ଏହାର କି ଲାଭ ରହିଛି ।
ହଳଦୀ: ଖାଦ୍ୟରେ ହଳଦୀର ପ୍ରୟୋଗ କରିଲେ, ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ । ହଳଦୀ କାଛୁ କୁଣ୍ଡିଆ ଓ କ୍ଷତର ଭରଣା ମଧ୍ୟ କରିଥାଏ ।
ଜିରା: ଜିରା ହଜମ କ୍ରିୟାରେ ସହାୟତା କରୁଥିବା ସବୁଠୁଁ ଭଲ ମସଲା । ବିଶେଷ କରି ବାନ୍ତି ପାଇଁ ଏହା ମହୌଷଧି । ଜିରାକୁ ଫୁଟଣରେ ବ୍ୟବହାର କରାଯାଇଥାଏ, ଗରମ ମସଲା ହେଉ କି ସୋରିଷ ମସଲା ସବୁଥିରେ ସାମିଲ୍ କରାଯାଇଥାଏ । ଜିରାକୁ ପାଣିରେ ଫୁଟାଇ ପିଇଲେ ବି କୋଷ୍ଠ କାଠିନ୍ୟତାର ଦୂର ହୋଇଯାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।
ଜୁଆଣି: ଯଦି ବଦହଜମୀର ଶିକାର ହୋଇଛନ୍ତି , ଅଧିକ ଏସିଡିଟି ହୋଇଛି, ତେବେ, ଜୁଆଣି ଏହା ପାଇଁ ମହୌଷଧି । ପାଣିରେ ଜୁଆଣି ପକାଇ ଫୁଟାଇ ତାକୁ ଥଣ୍ଡା କରି ପିଇଲେ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ରହିବ ନାହିଁ ।
ଅଦା: ଅଦା ପେଟ ପାଇଁ ଅତ୍ୟନ୍ତ ଲାଭପ୍ରଦ । ଏହା ଗ୍ୟାସଷ୍ଟ୍ରିକ୍ , ବଦହଜମି ଓ କ୍ଲଟିଂ ଭଳି ସମସ୍ୟାରୁ ରକ୍ଷା କରଥାଏ । ଅଦା ଥଣ୍ଡାକାଶ ଦୂର କରିବାରେ ସହାୟକ ହୋଇଥାଏ । ଅଦା ମିଶା ଚା’ ପିଇଲେ ଖାଦ୍ୟ ସହଜରେ ହଜମ ହୋଇଥାଏ । ଅଦା ସେବନ କଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।
ଘରୋଇ ଉପଚାରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରନ୍ତୁ ଏପରି…
argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
Previous Articleଖୁବ୍ କମ୍ ଟଙ୍କାରେ ସମାଧାନ ହେବ କେଶ ଝଡ଼ିବା ସମସ୍ୟା, ଆପଣାନ୍ତୁ ଏହି ଉପାୟ