କଳା ଓ ସଂସ୍କୃତି ଧର୍ମ

ଘରର ଏହି ଦିଗର ସ୍ୱାମୀ ହେଉଛନ୍ତି ଧନର ଦେବତା କୁବେର: ଏଠାରେ ଧନ ରଖିବା ହୋଇଥାଏ ଶୁଭ

ଭୁବନେଶ୍ୱର ୧୫/୧୧ : ପ୍ରାୟ ସମସ୍ତଙ୍କ ଘରେ ଗହଣା ଓ ନଗଦ ଟଙ୍କା ଥାଏ। ଅଧିକାଂଶ ଲୋକ ଘରେ ନଗଦ ଟଙ୍କା ଓ ଗହଣା ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ଦିଗରେ ଧନ ବା ଗହଣା ରଖିଲେ ଧନ ବୃଦ୍ଧି ହୋଇଥାଏ। ଘରେ ଧନ କିମ୍ବା ଗହଣା ରଖିବାର ସଠିକ ଦିଗ କେଉଁଟି ଜାଣନ୍ତୁ।

ଧନ ରଖିବାକୁ ଘରର ଉତ୍ତର ଦିଗ ସବୁଠାରୁ ଶୁଭ ବୋଲି କୁହାଯାଏ। କାରଣ ଉତ୍ତର ଦିଗର ସ୍ୱାମୀ ଧନର ଦେବତା କୁବେର। ଯଦି ଆପଣ ଧନ ବା ଗହଣା ଆଲମାରୀରେ ରଖନ୍ତି ତାହେଲେ ଆଲମାରୀ ଘରର ଉତ୍ତର ଦିଗରେ କୋଠରୀ ଭିତରେ ଦକ୍ଷିଣ କାନ୍ଥକୁ ଲଗାଇ ରଖନ୍ତୁ। ଏହିଭଳି ରଖିଲେ ଆଲମାରୀ ସବୁବେଳେ ଉତ୍ତର ଦିଗ ଆଡକୁ ଖୋଲିବ। ଫଳରେ ଆଲମାରୀରେ ଧନ ଓ ଆଭୂଷଣ ବୃଦ୍ଧି ହେବ।

ଉତ୍ତର ଓ ପୂର୍ବ ମଧ୍ୟରେ ଥିବା କୋଣକୁ ଐଶାନ୍ୟ କୋଣ କୁହାଯାଏ। ବୁଦ୍ଧିମାନ ଲୋକେ ସବୁବେଳେ ଏହି ଦିଗରେ ଧନ, ଆଭୂଷଣ ରଖିଥାନ୍ତି। ଯଦି ଆପଣ ଘରେ ଟ୍ରେଜେରି ରଖିବାକୁ ଚାହୁଁଛନ୍ତି ତାହେଲେ ପୂର୍ବ ଦିଗ ଶୁଭ ବୋଲି କୁହାଯାଏ। ଟ୍ରେଜେରି ସବୁବେଳେ ପୂର୍ବ ଦିଗରେ ରଖିବା ଉଚିତ।

କେଉଁ ଦିଗରେ ଟଙ୍କା ରଖିବା ଉଚିତ ନୁହେଁ ଜାଣନ୍ତୁ :

ଦକ୍ଷିଣ ଓ ପୂର୍ବ ମଧ୍ୟରେ ଥିବା ଦିଗକୁ ଆଗ୍ନେୟ କୋଣ କୁହାଯାଏ। ଏହି କୋଣରେ ଧନ ରଖିବା ଅଶୁଭ ବୋଲି କୁହାଯାଏ। ଦକ୍ଷିଣ ଦିଗରେ ଧନ ରଖିଲେ କୌଣସି କ୍ଷତି ହୋଇନଥାଏ କିନ୍ତୁ ଧନ ବୃଦ୍ଧି ମଧ୍ୟ ହୋଇନଥାଏ। ପଶ୍ଚିମ ଦିଗ ଓ ଵାୟଵ୍ୟ କୋଣରେ ଧନ ରଖିବା ଅଶୁଭ ବୋଲି ବିଶ୍ୱାସ କରାଯାଏ। ଦକ୍ଷିଣ ପଶ୍ଚିମ ଦିଗ ମଧ୍ୟରେ ଥିବା ନୈଋତ୍ୟ କୋଣକୁ ନେଇ ଏକ ବିଶ୍ୱାସ ରହିଛି। ଯେଉଁମାନେ ଭୁଲ ତରିକାର ଧନ ରୋଜଗାର କରିଥାନ୍ତି ସେମାନେ ଏହି କୋଣରେ ଧନ ରଖନ୍ତି। ତେବେ ଏହି କୋଣରେ ରଖିଥିବା ଧନ ବହୁ ଦିନ ଯାଏଁ ରହେ ବୋଲି କୁହାଯାଏ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ