କଳା ଓ ସଂସ୍କୃତି

ଘରର ଏହି ଦିଗରେ ଭୁଲରେ ବି କରନ୍ତୁ ନାହିଁ ରୋଷେଇ ଘର : ନଚେତ୍ ଭୋଗିବେ ଗମ୍ଭୀର ସମସ୍ୟା

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରୋଷେଇ ଘରର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ରୋଷେଇ ଘର ପାଇଁ ଘରର ଦକ୍ଷିଣ-ପୂର୍ବ ଦିଗକୁ ସର୍ବଶ୍ରେଷ୍ଠ କୁହାଯାଇଛି। ଏହି ଦିଗରେ ଅଗ୍ନି ଅର୍ଥାତ୍ ଉର୍ଜାଙ୍କ ବାସ ହୋଇଥାଏ। ଏହି ଦିଗର ସ୍ବାମୀ ଶୁକ୍ର ଗ୍ରହ ଅଟନ୍ତି। ସ୍ତ୍ରୀ ଲୋକଙ୍କ ଅଧିକାଂଶ ସମୟ ରୋଷେଇ ଘରେ କଟିଥାଏ। ଘରର କିଚେନରେ ବାସ୍ତୁ ଦୋଷ ହେବା ଦ୍ବାରା ସ୍ତ୍ରୀଙ୍କ ଉପରେ ନକରାତ୍ମକ ପ୍ରଭାବ ପଡ଼ିଥାଏ।

ବାସ୍ତୁ ଅନୁସାରେ ଭୁଲରେ ମଧ୍ୟ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ରୋଷେଇ ଘର ନିର୍ମାଣ କରିବା ଅନୁଚିତ୍। ଏହା ଏକ ବଡ଼ ବାସ୍ତୁ ଦୋଷ। ଦକ୍ଷିଣ-ପଶ୍ଚିମ ଦିଗରେ ରୋଷେଇ ଘର ରହିବା ଘରେ ଅନାବଶ୍ୟକ ଖର୍ଚ୍ଚକୁ ବଢ଼ାଇପାରେ।

ବାସ୍ତୁ ଅନୁସାରେ ଏହି ଦିଗରେ ରୋଷେଇ ଘର ହେବା କାରଣରୁ ଘରର ସଦସ୍ୟଙ୍କର ରୋଗ,ଦୁର୍ଘଟଣା,ସନ୍ତାନ ପ୍ରତି ଚିନ୍ତା ଭଳି ସମସ୍ୟା ହୋଇଥାଏ। ଆସନ୍ତୁ ଜାଣିବା କିଚେନ ସହ ଜଡ଼ିତ ବାସ୍ତୁ ଟିପ୍ସ…

– ରୋଷେଇ ଘରେ ଗ୍ୟାସ୍ ଚୁଲି ରଖିବା ପାଇଁ ପଥରର ସ୍ଲାବ୍ ପୂର୍ବ ତଥା ଉତ୍ତର ଦିଗରେ କରିବା ଉଚିତ୍। ଯାହା ଫଳରେ ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଗୃହିଣୀଙ୍କ ମୁହଁ ଉତ୍ତର କିମ୍ବା ପୂର୍ବ ଦିଗ ଆଡ଼କୁ ରହିବା ଉଚିତ୍।

– ବାସନ ଧୋଇବା ପାଇଁ ସିଙ୍କ୍ ଈଶାନ କୋଣ ଅର୍ଥାତ୍ ଉତ୍ତର ପୂର୍ବ ଦିଗରେ ବ୍ୟବସ୍ଥିତ ହେବା ସବୁଠୁ ଶୁଭ ହୋଇଥାଏ।

– ରୋଷେଇ ଘରେ ରଖା ହୋଇଥିବା ଇଣ୍ଡକ୍ସନ-ମାଇକ୍ରୋଓ୍ବେଭ ସବୁବେଳେ ଦକ୍ଷିଣ ପୂର୍ବ କୋଣରେ ରଖାଯିବା ଉଚିତ୍।

– ରୋଷେଇ ଘରେ ଆଲୋକର ବ୍ୟବସ୍ଥା ଯେପରିକି ଝରକା କିମ୍ବା ବଲ୍ବ ପୂର୍ବ ଏବଂ ଉତ୍ତର ଦିଗରେ ଲଗାଇବା ଉଚିତ୍।

– ରୋଷେଇ ଘରେ ଫ୍ରିଜ୍ ସବୁବେଳେ ଉତ୍ତର ପଶ୍ଚିମ ଦିଗରେ ରଖିବା ଉଚିତ୍।

– ରୋଷେଇ ଘରେ ବ୍ୟବହାର ହେଉଥିବା ଖାଦ୍ୟ ପଦାର୍ଥ ଅଟା,ଚାଉଳ,ଡାଲି ଆଦି ପଶ୍ଚିମ ଅଥବା ଦକ୍ଷିଣ ଦିଗରେ ରଖିବା ଉଚିତ୍।

– କେବେ ବି ରୋଷେଇ ଘରେ ମନ୍ଦିର କରିବା ଅନୁଚିତ୍। ଏହା ଦ୍ବାରା ପରିବାରର ଯେ କୌଣସି ସଦସ୍ୟଙ୍କ ରକ୍ତ ସମ୍ବନ୍ଧୀୟ ରୋଗ ହୋଇପାରେ।

– ରୋଷେଇ ଘର ଏବଂ ବାଥରୁମ୍ କେବେ ବି ଗୋଟିଏ ସିଧା ନ ହେବା ଉଚିତ୍। ଏହା ଦ୍ବାରା ପରିବାରରେ ସଦସ୍ୟଙ୍କ ସ୍ବାସ୍ଥ୍ୟ ଠିକ୍ ରହିନଥାଏ।

– ବାସ୍ତୁ ଦୋଷ ଦୂର କରିବା ପାଇଁ ରୋଷେଇ ଘରର ଦ୍ବାରରେ ଲାଲ ରଙ୍ଗର କ୍ରିଷ୍ଟାଲ୍ ଲଗାଇବା ଉଚିତ୍।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,