ଅପରାଧ ରାଜ୍ୟ

ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ, ପୂର୍ବ ଶତ୍ରୁତାରୁ ଆକ୍ରମଣ

କେନ୍ଦ୍ରାପଡ଼ା ୧୫।୦୯ : ଘରକୁ ଡାକି ଦୁଇ ଭାଇଙ୍କୁ ହାଣିଲା ପଡୋଶୀ । କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଜଇପୁରାରେ ଘଟିଛି ଅଘଟଣ । . ଆକ୍ରମଣରେ ସେକ ଅବଦୁଲ କାଦିର, ସେକ୍ ଅବଦୁଲ ସାଜିଦ ଆହତ ହୋଇଛନ୍ତି । ଉଭୟଙ୍କୁ ଆହତ ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ସୂଚନା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଉଭୟ ପରିବାର ମଧ୍ୟରେ ଦୀର୍ଘଦିନ ହେବ ଜମିବାଡ଼ି ବିବାଦ ଲାଗି ରହିଥିଲା । ଗୁରୁବାର ସକାଳୁ ଘର ପାଖରେ ଅଳିଆ ପକାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହି ସମୟରେ ହଠାତ୍ ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନ ପଡୋଶୀ ସେକ୍ ଅବଦୁଲ କାଦିର ଓ ସେକ୍ ଅବଦୁଲ ସାଜିଦକୁ ଘର ଭିତରକୁ ଡାକି ନେଇଥିଲେ । ଏହାପରେ ଭିତର ପଟୁ କବାଟ ବନ୍ଦ କରି ଏକ ଧାରୁଆ ଛୁରୀରେ ଦୁଇଭାଇଙ୍କୁ ଆକ୍ରମଣ କରିଥିଲା । ଏଥିରେ ସେକ୍ ଅବଦୁଲ କାଦିର ଓ ସେକ୍ ଅବଦୁଲ ସାଜିଦଙ୍କ ହାତ, ପିଠି ଓ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ସେକ୍ ସଲିମ ଉଦ୍ଦିନ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।