ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଘନ କୁହୁଡ଼ି ପାଇଁ ଦିଲ୍ଲୀ ବିମାନ ବନ୍ଦରରୁ ଉଡ଼ି ପାରିଲାନି ୪୦ଟି ବିମାନ, ଘୁଞ୍ଚିଲା ଉଡ଼ାଣ ସମୟ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଲୀ: ଲଗାତାର ୫ ଦିନ ଧରି ଦିଲ୍ଲୀରେ ପ୍ରବଳ ଶୀତ ଲହରି ଜାରି ରହିଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଅଧିକାଂଶ ସ୍ଥାନର ତାପମାତ୍ରାଠାରୁ ମଧ୍ୟ କମ୍‌ ରହୁଛି। ବିଭିନ୍ନ ସ୍ଥାନରେ କେବଳ ୨୫ମିଟର ଦୂର ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଛି। ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ଆଜି ସକାଳେ ୩.୮ ଡିଗ୍ରି ସେଲସିୟସ ଥିଲା। ଘନ କୁହୁଡ଼ି ସମସ୍ୟା ପାଇଁ ଦିଲ୍ଳୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୪୦ଟି ବିମାନ ଉଡ଼ିପାରିନାହିଁ। ଏହି ବିମାନଗୁଡ଼ିକର ଉଡ଼ାଣ ସମୟ ଘୁଞ୍ଚାଇ ଦିଆଯାଇଛି।

କୁହୁଡ଼ି ଓ ଥଣ୍ଡା ପାଇଁ ଉଡ଼ାଣ ସମୟ ଘୁଞ୍ଚାଇ ଦିଆଯାଇଥିବା ବିମାନଗୁଡ଼ିକ ମଧ୍ୟରେ ରହିଛି ଦିଲ୍ଲୀ-କାଠମାଣ୍ଡୁ, ଦିଲ୍ଳୀ-ଜୟପୁର, ଦିଲ୍ଲୀ-ସିମ୍‌ଲା, ଦିଲ୍ଲୀ-ଡେରାଡୁନ୍‌, ଦିଲ୍ଲୀ-ଚଣ୍ଡିଗଡ଼-କୁଲ୍ଳୁ ଇତ୍ୟାଦି।

ସେହିପରି ଦିଲ୍ଲୀ ବିମାନ ବନ୍ଦରରେ ଖରାପ ପାଗ ହେତୁ ପ୍ରାୟ ୫୦ଟି ଘରୋଇ ବିମାନ ଉଡ଼ାଣ ଭରିବାରେ ବିଳମ୍ବ ହୋଇଥିଲ‌ା। ସେହିପରି ୧୮ଟି ବିମାନ ଅବତରଣ କରିବାରେ ବି ବିଳମ୍ବ ହୋଇଥିଲା।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କୁହୁଡ଼ିକୁ ଶ୍ରେଣୀଭୂକ୍ତ କରାଯାଇଛି। ୧୦୦୦ ମିଟର୍‌ ମଧ୍ୟରେ ଦୃଶ୍ୟମାନ ହରାଇଲେ କେବଳ ‘କୁହୁଡ଼ି’, ୨୦୦ରୁ ୫୦୦ ମିଟର ମଧ୍ୟରେ ଦୃଶ୍ୟମାନ ନହେଲେ ‘ଘନ କୁହୁଡ଼ି’ ଓ ୨୦୦ ମିଟରରୁ କମ୍‌ ଦୂରତାରେ ଦୃଶ୍ୟମାନ ନହେଲେ ‘ଅତି ଘନ କୁହୁଡ଼ି’ ବୋଲି କୁହାଯାଇଥାଏ। ଦିଲ୍ଳୀରେ ଏବେ ‘ଘଡ଼ କୁହୁଡ଼ି’ ଦେଖିବାକୁ ମିଳୁଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ