ଦେଶ ବିଦେଶ

ଘଟଗାଁ‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ: ମା’ ତାରିଣୀଙ୍କ ଦର୍ଶନ କରିବେ

ଘଟଗାଁ: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ଜନ୍ମମାଟକୁ ଆସିଛନ୍ତି। ସେ ସ୍ବତନ୍ତ୍ର ହେଲିକେପ୍ଟର ଯୋଗେ ଭୁବନେଶ୍ବରରୁ ଯାଇ ଘଟଗାଁରେ ପହଞ୍ଚିଛନ୍ତି। ସେଠାରେ ହଜାର ହଜାର ସଂଖ୍ୟାରେ ବିଜେପି କର୍ମୀ ଏବଂ ସାଧାରଣ ଜନତା ତାଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଲୋକଙ୍କୁ ନମସ୍କାର କରି ଓ ହାତ ହଲାଇ ଲୋକଙ୍କୁ ନିଜର କୃତଜ୍ଞତା ଜଣାଇଛନ୍ତି। ସେଠାରେ ଏକ ରୋଡ୍ ସୋ’ କରିବାପରେ ମା’ ତାରିଣୀଙ୍କ ଦର୍ଶନ କରିବେ। ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ନିଜ ଜିଲ୍ଲା ଗସ୍ତରେ ଆସିଛନ୍ତି।

ଏହାପରେ କେନ୍ଦୁଝର ସହରକୁ ଆସିବେ।ମଧ୍ୟାହ୍ନରେ ସର୍କିଟ ହାଉସ୍‌ରେ ରହି ମଧାହ୍ନଭୋଜନ କରିବା ପରେ ଅପରାହ୍ନ ୩ଟାରେ ବଳଦେବଜିଉଙ୍କ ଦର୍ଶନ କରିବେ। ଏହାପରେ ବଡ଼ଦାଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଆଟୋପୁର, ଚର୍ଚ୍ଚଛକ, ଜେଲ୍‌ରୋଡ ଛକ, ଗାନ୍ଧୀଛକ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଲାବଣ୍ୟ ଛକ, ଟେଲିଫୋନ ‌ଏକ୍ସଚେଞ୍ଜ ଦେଇ ଷ୍ଟାଡିୟମରେ ପହଞ୍ଚିବେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କଠାରୁ ସମ୍ବର୍ଦ୍ଧନା ଗ୍ରହଣ କରିବାପରେ ସର୍କିଟ ହାଉସ୍‌ରେ ରାତ୍ରିଯାପନ କରିବେ। ୨୪ ତାରିଖ ସକାଳେ ଜନ୍ମସ୍ଥାନ ରାଇକଳା ଗାଁକୁ ଯିବେ। ପୂର୍ବାହ୍ନ ୧୧ଟାରେ ରାଇକଳାଠାରୁ ଝୁମ୍ପୁରା ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରି ଦୁର୍ଗା ପଡ଼ିଆରେ ପହଞ୍ଚିବେ। ସେଠାରେ ମଧ୍ୟ ସାଧାରଣ ଲୋକଙ୍କ ଦ୍ବାରା ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି। ସେଠାରୁ ଫେରି ନିଜ ଗାଁ ରାଇକଳାରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଭୁ‌ବନେଶ୍ବର ଫେରିବ‌ାର କାର୍ଯ୍ୟକ୍ରମ ରହିଛି।

ସକାଳେ ରାଜଧାନୀରେ ଥିବା ଶ୍ୟାମା ପ୍ରସାଦ ମୁଖାର୍ଜୀ ପାର୍କରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ମହାନ୍ ଜନନାୟକ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କର ବଳିଦାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।  ତାଙ୍କ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ବିଧାୟକ ବାବୁ ସିଂହଙ୍କ ସମେତ ଅନେକ ବିଜେପି ନେତା ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ