ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗ୍ୟାସ୍ କିମ୍ବା ପେଟ ଫୁଲା ସମସ୍ୟା ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଘରୋଇ ଉପଚାର, ତୁରନ୍ତ ମିଳିବ ଆରାମ

ଭୁବନେଶ୍ୱର ୨୬/୧୧ : ପେଟ ଫୁଲାଇବା ବା ଗ୍ୟାସ୍ ସମସ୍ୟା ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଗଲାଣି | ଆଜିକାଲିର ଜୀବନଶୈଳୀ ଓ ଖାଦ୍ୟାଭ୍ୟାସ ଯୋଗୁଁ ନାନା ସ୍ୱାସ୍ଥ୍ୟଗତ ସମସ୍ୟା ହେଉଛି। ଗ୍ୟାସ୍ ସମସ୍ୟା ଯୋଗୁଁ ଅଧିକାଂଶ ସମୟରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ | ଆମେ ଯେତେବେଳେ ଖାଦ୍ୟ ଖାଇଥାଉ ଆମ ପେଟରେ ସୃଷ୍ଟି ହେଉଥିବା ଏସିଡ୍ ଏହି ଖାଦ୍ୟକୁ ଛୋଟ ଛୋଟ ଟୁକୁଡାରେ ବଦଳାଇଥାଏ। ଏହି ପାଚନ ପ୍ରକ୍ରିୟା ସମୟରେ ପେଟରୁ ଗ୍ୟାସ ବାହାରିଥାଏ ଯେଉଁଥିପାଇଁ ବେଳେବେଳେ ସୁଜନ ଓ ପେଟରେ ଯନ୍ତ୍ରଣା ହୋଇଥାଏ। ପେଟ ଫୁଲାଇବା ଓ ଗ୍ୟାସ୍ ସମସ୍ୟାର କିଛି ଖାସ କାରଣ ରହିଛି।


ଆବଶ୍ୟକତା ଠାରୁ ଅଧିକ ଖାଦ୍ୟ ଗ୍ରହଣ କଲେ, ଖାଇବା ପିଇବା ସମୟରେ ପେଟକୁ ପବନ ପ୍ରବେଶ କରିବା, ସିଗାରେଟ ଟାଣିବା, ମସଲାଯୁକ୍ତ ଓ ତେଲିଆ ଖାଦ୍ୟ ଖାଇବାରୁ ଗ୍ୟାସ ହୋଇଥାଏ। ପେଟରେ ଗ୍ୟାସ ହେଲେ ଅନେକ ପ୍ରକାର ସମସ୍ୟା ହୋଇପାରେ। ସେଥିପାଇଁ ଖାଦ୍ୟାଭ୍ୟାସ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। କିଛି ଘରୋଇ ଉପଚାର ଦ୍ୱାରା ଗ୍ୟାସ ସମସ୍ୟାରୁ ତୁରନ୍ତ ଆଶ୍ବସ୍ତି ମିଳିପାରେ।

ଅଦା – ଅଦା ଗ୍ୟାସ ସମସ୍ୟାରୁ ତୁରନ୍ତ ଆଶ୍ବସ୍ତି ଦେଇଥାଏ। ଏକ ଇଞ୍ଚର ଅଦାକୁ ଛେଚି ଖାଇବା ପରେ ଏକ ଚାମଚ ଲେମ୍ବୁ ରସ ସହ ମିଶାଇ ସେବନ କରନ୍ତୁ। ପେଟ ଫୁଲା ସମସ୍ୟା ତୁରନ୍ତ ଦୂର ହୋଇଯିବ। ଗ୍ୟାସ ସମସ୍ୟାରୁ ମୁକ୍ତି ପାଇବାକୁ ଅଦା ଚା’ ପିଇବା ଏକ ଉତ୍ତମ ଘରୋଇ ଉପଚାର।


ଏପଲ୍ ସାଇଡ଼ର୍ ଭିନେଗାର୍ – ପ୍ରତିଦିନ ସକାଳୁ ଖାଲି ପେଟରେ ଗୋଟିଏ ଗ୍ଲାସ ପାଣିରେ ଏପଲ୍ ସାଇଡ଼ର୍ ଭିନେଗାର୍ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଦିନ ସାରା ପେଟ ଫୁଲେଇବା ନାହିଁ କି ଗ୍ୟାସ ହେବନାହିଁ। ଏପଲ୍ ସାଇଡ଼ର୍ ଭିନେଗାର୍ ବଦଳରେ ଲେମ୍ବୁ ରସ ମଧ୍ୟ ବ୍ୟବହାର କରିପାରିବେ।

ପ୍ଲାଣ୍ଟ ବେସ୍ଡ ଫୁଡ – ଯଦି ଆପଣଙ୍କୁ ସବୁବେଳେ ଗ୍ୟାସ ହେଉଥାଏ ତାହେଲେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ନିଜ ଡାଏଟରେ ପ୍ଲାଣ୍ଟ ବେସ୍ଡ ପ୍ରୋବାୟୋଟିକ୍ସ ଖାଦ୍ୟ ସାମିଲ କରନ୍ତୁ। ପ୍ରୋବାୟୋଟିକ୍ସ ଖରାପ ବ୍ୟାକ୍ଟେରିଆକୁ ବଢ଼ିବାରେ ରୋକିଥାଏ। ଫଳ, ପନିପରିବା, ଶସ୍ୟ ଜାତୀୟ ଖାଦ୍ୟ ଆଦି ଅଧିକ ମାତ୍ରାରେ ସେବନ କରନ୍ତୁ। ଏହିସବୁ ପେଟ ସଫା ରଖିବାରେ ସାହାଯ୍ୟ କରେ।

ଧୂମପାନ କରନ୍ତୁନି – ଧୂମପାନ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ। ଧୂମପାନ ଦ୍ୱାରା ନାନା ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଉପୁଜିଥାଏ। ଧୂମପାନ କରିବା ଦ୍ୱାରା ପାଚନ ତନ୍ତ୍ରରେ ପବନ ପ୍ରବେଶ କରିଥାଏ ଯେଉଁଥିପାଇଁ ଧୂମପାନ କରୁଥିବା ବ୍ୟକ୍ତିଙ୍କ ପେଟ ଭଲ ରହେନାହିଁ।

ପାନମଧୁରୀ ଚା’ – ଘରୋଇ ଉପଚାରରେ ପାନମଧୁରୀ ସବୁଠାରୁ ଅଧିକ ପ୍ରଭାବଶାଳୀ। ପାନମଧୁରୀକୁ ରାତି ସାରା ପାଣିରେ ବତୁରାଈ ତାକୁ ସକାଳୁ ଛାଣି ସେହି ପାଣିକୁ ସେବନ କରନ୍ତୁ। ଏହାଦ୍ୱାରା ପେଟ ଫୁଲିବା ସମସ୍ୟା ଦୂର ହେବ। ଯଦି ଆପଣଙ୍କ ପେଟରେ ସୁଜନ ହୋଇଯାଇଥାଏ ତାହେଲେ ପାନମଧୁରୀ ପକାଇ ଚା’ ତିଆରି କରି ପିଅନ୍ତୁ, ଆଶ୍ବସ୍ତି ମିଳିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ