ଅପରାଧ ରାଜ୍ୟ

ଗ୍ୟାରେଜ୍‌ରେ ପଶି ଜାଳିଦେଲେ ୬ଟି ବାଇକ୍‌ ଓ ୨ଟି କାର୍‌, ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ

ଧର୍ମଗଡ଼ ୨୮।୦୯ : କଳାହାଣ୍ଡି ଜିଲ୍ଲା ଭବନୀପାଟଣା ଇରିଗେସନ କଲୋନୀ ୧୭ ନମ୍ବରରେ ଲେନ୍‌ ଅଭାବନୀୟ ଘଟଣା । ଗ୍ୟାରେଜ୍‌ରେ ପଶି ଦୁର୍ବୃତ୍ତ ପୋଡିଦେଲେ ୬ଟି ବାଇକ୍‌ ଓ ଦୁଇଟି କାର୍‌ । ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ଖବର ଅନୁଯାୟୀ, ଇରିଗେସନ କଲୋନୀ ୧୭ନମ୍ବର ଲେନରେ ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ରୋଧନ ପାଣ୍ଡେଙ୍କ ଗ୍ୟାରେଜରେ ଥିବା ଗାଡି ଗୁଡ଼ିକରେ ନିଆଁ ଲଗାଇଦେଇଥିଲେ। ବାଇକ୍ ପୋଡ଼ିବା ଶବ୍ଦ ଶୁଣି ରୋଧନ ପାଣ୍ଡେ ଗ୍ୟାରେଜରେ ପହଞ୍ଚିଥିଲେ। ଦେଖୁ ଦେଖୁ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା। ଯାହାଫଳରେ ୬ଟି ବାଇକ୍ ଓ ଦୁଇଟି କାର୍ ପୋଡି ପାଉଁଶ ହୋଇଯାଇଛି। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସେପଟେ ଏହି ଅଗ୍ନିକାଣ୍ଡରେ ୫ଟି ବାଇକ, ଗୋଟିଏ ସ୍କୁଟି ଓ ଦୁଇଟି କାର ମଧ୍ୟ ଆଂଶିକ ପୋଡି ଯାଇଛି। ଘର ମାଲିକ ଏନେଇ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଥାନା ଅଧିକାରୀ ପ୍ରଦୀପ ଧରୁଆ ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏପିରିକି ଦୁର୍ବୃତ୍ତୃମାନେ ପ୍ରମାଣ ନଷ୍ଟ କରିବାକୁ ଲାଗିଥିବା ସିସିଟିଭି ମଧ୍ୟ ଭାଙ୍ଗି ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।