ପୁରୀ : ସ୍ବର୍ଣ୍ଣାଭ ବେଳାଭୂମିରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଚଳିତ ବର୍ଷର ‘ଗ୍ଲୋରି କୁଇନ’ ମୁକୁଟ ପିନ୍ଧିଛନ୍ତି ଭୁବନେଶ୍ବରର ହାଇଟେକ୍ କଲେଜ୍ ଅଫ ନର୍ସିଂ ଛାତ୍ରୀ ପୂଜା ବିଶ୍ବାସ। ପ୍ରଥମ ରନର୍ସଅପ୍ ବିଜେତା ହୋଇଛନ୍ତି ପୁରୀର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଛାତ୍ରୀ ମିନୁ ଭୋଇ। ଦ୍ବିତୀୟ ରନର୍ସଅପ୍ ହୋଇଛନ୍ତି ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଜାନୱି ପ୍ରଜ୍ଞାପ୍ତି। ଜାତୀୟ ଯୁବ ସମନ୍ବିତ କେନ୍ଦ୍ର ପକ୍ଷରୁ ୩ଦିନ ଧରି ଆୟୋଜିତ ଗ୍ଲୋରି ଫେଷ୍ଟ୍ର ଉଦଯାପନୀ ସନ୍ଧ୍ୟାରେ ଗ୍ଲୋରି କୁଇନ ପ୍ରତିଯୋଗିତାର ଫଳାଫଳ ସହ ମୁଖ୍ୟ ଆକର୍ଷଣ ସାଜିଥିଲେ ସାରେଗାମାପା ଫେମ ଅନିକ ଧୀର।

ରବିବାର ସନ୍ଧ୍ୟାକୁ ଉଦ୍ଘାଟନ କରି ‘ସମ୍ବାଦ ଗ୍ରୁପ୍’ର କାର୍ଯ୍ୟନିର୍ବାହୀ ନିର୍ଦେଶିକା ତନୟା ପଟ୍ଟନାୟକ କହିଲେ, ଯୁବକମାନେ ପୃଥିବୀ ପାଇଁ ଏକାଠି ହେବାର ସମୟ ଉପନୀତ। ସବୁଜ ସୁନ୍ଦର ପୃଥିବୀ ସହ ଆମ ମାଟି, ଭାଷା ଓ ପରମ୍ପରା ସହ ଯୁବକମାନେ ଯୋଡ଼ି ହୋଇ ରହିବାକୁ ସେ ଆହ୍ବାନ ଦେଇଛନ୍ତି। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ହରେକୃଷ୍ଣ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗ୍ଲୋରି ଫେଷ୍ଟ୍ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ତଥା ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ବକ୍ତବ୍ୟ ରଖିଥିଲେ। ଅଧିବକ୍ତା ବିଭୁପ୍ରସାଦ ତ୍ରିପାଠୀ ଉତ୍ସବ ଆୟୋଜନ ପ୍ରଚ୍ଛଦପଟରେ କର୍ମକର୍ତ୍ତାଙ୍କ ଭୂମିକା ଓ ଅବଦାନ ସହ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ପାଇଁ ଗ୍ଲୋରି ଫେଷ୍ଟ୍ ମଞ୍ଚର ଭୂମିକାକୁ ପ୍ରଶଂସା କରିଥିଲେ। ହୋଲି ସ୍ବସ୍ତିକ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ର ଏମ୍ଡି ପ୍ରଭାସ ମହାନ୍ତି ଅନ୍ୟତମ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିଲେ।
ଅନୁଷ୍ଠାନର ସାଂଗଠନିକ ଅଧ୍ୟକ୍ଷ ଶୁଭାଶିଷ ଖୁଣ୍ଟିଆ, କାର୍ଯ୍ୟକାରୀ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି, ଗୌରହରି ପ୍ରଧାନ, ଉପାଧ୍ୟକ୍ଷ ରାକେଶ ସାମଲ, ବିଦ୍ରୋହ କେଶରୀ ସିଂହ, ପୂର୍ଣ୍ଣେନ୍ଦୁ ପଟ୍ଟନାୟକ, ସାଧାରଣ ସଂପାଦକ ସଂଗ୍ରାମ କେଶରୀ କାନୁନ୍ଗୋ, ସଂଗଠନ ସଂପାଦକ ଦେବେନ୍ଦ୍ର ପ୍ରସାଦ ମହାପାତ୍ର, ଦାମୋଦର ଶତପଥୀ, ଜିତେନ୍ଦ୍ର ନାଥ କଟିସ, ସୌମିତ୍ର ହରିଚନ୍ଦନ, ସୌମ୍ୟରଞ୍ଜନ ମିଶ୍ର, ସଞ୍ଜୀବ କୁମାର ରଥଶର୍ମା ଓ ଆଲୋକ ଚନ୍ଦ୍ର ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ, ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l