ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗ୍ରାହକଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ! ୮୦୦୦ ଟଙ୍କା ଶସ୍ତା ହେଲା ସୁନା

ନୂଆଦିଲ୍ଲୀ ୨୬/୧୧: ଘରେ ଉତ୍ସବ ପାଖେଇ ଆସିଲେ ଲୋକେ ସୁନା ଦାମ ପଚାରନ୍ତି। ଦାମ କମ ଥିଲେ ଲୋକେ ଅବିଳମ୍ବେ ସୁନା ଦୋକାନରେ ହାଜର ହୋଇଯାଆନ୍ତି। କିଛି ନା କିଛି ସୁନା ଅଳଙ୍କାର କିଣି ଆଣନ୍ତି। ଏବେ ଗ୍ରାହଙ୍କ ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ। ସୁନା ଦାମ କମିଛି। ଗତ ଗୋଟିଏ ସପ୍ତାହ ହେଲା ସୁନା ଦାମ ୨.୫ ପ୍ରତିଶତ ଓ ରୂପା ୩.୫ ପ୍ରତିଶତ ହ୍ରାସ ପାଇଥିବା ଜଣାପଡ଼ିଛି। ସୁନା ରେକର୍ଡ ସ୍ତର ତୁଳନାରେ ପାଖାପାଖି ୮୦୦୦ ଟଙ୍କା ଶସ୍ତା ହୋଇଛି।

୭ ଅଗଷ୍ଟ ୨୦୨୦ରେ ସୁନା ୫୬୧୯୧ ଟଙ୍କା ପ୍ରତି ୧୦ ଗ୍ରାମ ଥିବା ବେଳେ ୨୫ ଅଗଷ୍ଟରେ କମି ୪୮,୫୦୦ ଟଙ୍କାକୁ ଖସିଆସିଥିଲା। ଏ​‌ବେ ବି ସୁନା ଦାମ ଖସିଥିବା ଜଣାପଡ଼ିଛି। ବୁଲିୟନ ଓ୍ବେବ୍‌ସାଇଟ୍‌ରୁ ମିଳିଥିବା ରିପୋର୍ଟ ଅନୁସାରେ ଆଜି ଦିଲ୍ଲୀରେ ୧୦ ଗ୍ରାମ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୪୪୭୦୫ ଟଙ୍କା ଥିବା ବେଳେ ଗତକାଲି ଏହାର ଦାମ ୪୪୮୨୪ ଥିଲା। ଅର୍ଥାତ ଆଜି ୧୧୯ ଟଙ୍କା ହ୍ରାସ ପାଇଥିବା ବେଳେ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୧୦ ଗ୍ରାମ ଉପରେ ୧୩୦ ଟଙ୍କା ହ୍ରାସ ପାଇଛି।

ଦିଲ୍ଲୀ ବ୍ୟତୀତ ଅନ୍ୟ ମେଟ୍ରୋ ସହରରେ ସୁନା ମୂଲ୍ୟ କମିଛି। ବେଙ୍ଗାଲୁରୁରେ ସୁନା ଦାମ ୪୬୨୦୦ ଟଙ୍କା ଥିବା ବେଳେ ଚେନ୍ନାଇରେ ୪୬୪୦୦ ଟଙ୍କା ରହିଛି। କୋଲକାତାରେ ୫୦୦୭୦ ଟଙ୍କା ମୁମ୍ବାଇରେ ସୁନା ଦାମ ୪୯୮୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି। ସେପଟେ ରୂପା ଦାମ ମଧ୍ୟ ସ୍ଥିର ରହିଛି । ମିଳିଥିବା ସୂଚନା ଅନୁସାରେ ଆଜି ୧ କେ.ଜି. ରୂପାର ଦାମ ୬୦,୦୫୦ ଟଙ୍କା ରହିଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ