ଅପରାଧ ରାଜ୍ୟ

ଗ୍ରାହକଙ୍କୁ ଠକୁଥିଲେ କାର ସୋ’ ରୁମ୍ ମାଲିକ, ଏବେ ଗଣିବେ ୩ ଲକ୍ଷ ୧୦ ହଜାର ଟଙ୍କା ଫାଇନ

ଭୁବନେଶ୍ୱର ୦୭।୦୫: ମହଙ୍ଗା ପଡିଲା ଗ୍ରାହକଙ୍କୁ ଠକିବା ଓ ମାନସିକ ନିର୍ଯାତନା ଦେବା । ରାଜଧାନୀର ଏକ କାର୍‌ ସୋ ରୁମ୍‌କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର ଉପଭୋକ୍ତା ଅଦାଲତ । ଏଥି ସହ ମାନସିକ ନିର୍ଯାତନା ପାଇଁ ଅଧିକ ୧୦ ହଜାର ଓ ଅଦାଲତ ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ ଅଧ୍ୟକ୍ଷ କେ.ସି ରଥ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।

ଖବର ଅନୁଯାୟୀ, ଖଣ୍ଡଗିରି ଥାନା ଜାଗମରା ମଲ୍ଲିକ୍‌ କମ୍ପେ୍ଲକ୍ସରେ ରହୁଛନ୍ତି ପାର୍ଥ ସାରଥୀ ବେହେରା । ତାଙ୍କ କାର୍‌ ଇଞ୍ଜିନରେ ସମସ୍ୟା ଦେଖାଦେବାରୁ ସେ ୨୦୧୮ ଡିସେମ୍ବର ୩ ତାରିଖରେ କାର୍‌ ସୋ ରୁମ୍‌କୁ ମରାମତି ପାଇଁ ନେଇଥିଲେ । ମରାମତି ପାଇଁ ୩୬ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ସୋ ରୁମ୍‌ ପକ୍ଷରୁ କୁହାଯାଇଥିଲା । ପାର୍ଥ ଟଙ୍କା ଭରିବା ସତ୍ତେ୍ୱ ଠିକ୍‌ ସମୟରେ କାର୍‌ ଫେରସ୍ତ କରି ନଥିଲେ । ୨୦୧୯ ଜୁଲାଇ ୨୬ ତାରିଖରେ କାର୍‌ ମାଲିକ ପହଞ୍ଚିଥିଲେ ସୋ ରୁମ୍‌ରେ । ସେଠାରେ ଦେଖିଥିଲେ କାର୍‌ର ବିଭିନ୍ନ ଅଂଶ ନାହିଁ । ଭିତରେ ପାଣି ଲହଡ଼ି ମାରୁଛି । ଗଛ ବି ଉଠିଗଲାଣି । ଏହାପରେ ମ୍ୟାନେଜରଙ୍କୁ ଦେଖା କରିବାରେ ସେ ପ୍ରତିଶ୍ରୁତି ଦେଇଥିଲେ କମ୍‌ ଦିନରେ ଗାଡ଼ି ଠିକ୍‌ କରି ଫେରସ୍ତ କରିଦେବେ ।

କିଛି ଦିନ ପରେ ସୋ ରୁମ୍‌ ପାର୍ଥଙ୍କୁ ଫୋନ୍‌ କରି କହିଥିଲେ, ଗାଡିର ଇସିଏମ୍‌ ଖରାପ ଅଛି । ସେଥିପାଇଁ ଅଢ଼େଇ ଲକ୍ଷ ଟଙ୍କା ଲାଗିବ । ପାର୍ଥ ଅଢ଼େଇ ଲକ୍ଷରେ ଇସିଏମ୍‌ କିଣି ଦେଇଥିଲେ । ତଥାପି ତାଙ୍କ ଗାଡ଼ି ଠିକ୍‌ କରି ପାରିନଥିଲେ ସୋ ରୁମ୍‌ କର୍ତ୍ତୃପକ୍ଷ । ଦାମୀ କାର୍‌କୁ ସମ୍ପୂର୍ଣ୍ଣ ନଷ୍ଟ କରିଥିଲେ । ଶେଷରେ ପାର୍ଥ ୨୦୧୯ ନଭେମ୍ବର ୬ ତାରିଖରେ ଉପଭୋକ୍ତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ । ପାର୍ଥଙ୍କ ମାମଲାରେ ଅଦାଲତ ପକ୍ଷରୁ ସଂପୃକ୍ତ ସୋ ରୁମ୍‌ କର୍ତ୍ତୃପକ୍ଷଙ୍କୁ ପକ୍ଷ ରଖିବାକୁ ଏକାଧିକ ନୋଟିସ୍‌ କରାଯାଇଥିଲା । ହେଲେ ସେମାନେ ହାଜର ନ ହୋଇ ଓକିଲଙ୍କ ମାଧ୍ୟମରେ କିଛି କାଗଜପତ୍ର ଅଦାଲତରେ ଦାଖଲ କରିଥିଲେ । ବିଚାର ବେଳେ ସେସବୁ କାଗଜପତ୍ରରୁ ଅନେକ ଭୁଲ୍‌ ବାହାରିଥିଲା । ଏହାପରେ ଉପଭୋକ୍ତା ଅଦାଲତ ଉପରୋକ୍ତ ରାୟ ଶୁଣାଇଛନ୍ତି । ୬୦ ଦିନ ମଧ୍ୟରେ ସବୁ କ୍ଷତିପୂରଣ ଟଙ୍କା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।