ଅପରାଧ ରାଜ୍ୟ

ଗ୍ରାମ ସଭାପତି ଚୟନକୁ ନେଇ ବିଳମ୍ୱିତ ରାତିରେ ତିଗିରିଆରେ ବୋମାମାଡ

ଆଠଗଡ଼ ୦୧/୦୬: ଗ୍ରାମ ସଭାପତି ଚୟନକୁ ନେଇ ତିଗିରିଆ ଥାନା ଅନ୍ତର୍ଗତ ବନମାଳୀପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ତିନୋଟି ବୋମା ମାଡ଼ ହୋଇଛି । ଦୁଇଜଣ ଆହତ ହୋଇ ତିଗିରିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଦୁଇ ଜଣଙ୍କୁ ଅଟକ ରଖିଛି ତିଗିରିଆ ପୋଲିସ ।

ବନମାଳୀପୁର ଗ୍ରାମର ଗ୍ରାମ ସଭାପତି ଚୟନକୁ ନେଇ ବୋମାମାଡ ହୋଇଥିବା ଜଣାପଡିଛି । ତିରିଶ ବର୍ଷ ଧରି ଗ୍ରାମର ସଭାପତି ଭାବରେ ଗ୍ରାମର ଶରତ ରାଉତ ଦାୟିତ୍ୱ ତୁଲାଉ ଥିବା ବେଳେ ଏହାକୁ ତିନିଜଣ ଲୋକ ବିରୋଧ କରୁଥିବା ଜଣାପଡିଛି । ତେବେ ଏହାକୁ କେନ୍ଦ୍ର କରି ଗ୍ରାମରେ ଦୀର୍ଘଦିନ ଧରି ଅଶାନ୍ତ ରହୁଥିବା ସୂଚନା ମିଳିଛି ।

ତେବେ ଫଳ ସ୍ୱରୂପ ଗତକାଲି ବିଳମ୍ବିତ ରାତିରେ ସେହି ତିନି ଜଣ ବ୍ୟକ୍ତି ଗ୍ରାମର ସଭାପତି ଥିବା ଶରତ ରାଉତଙ୍କ ଘର ଉପରକୁ ବୋମାମାଡ କରିଥିବା ଅଭିଯୋଗ ହୋଇଛି । ଏହି ବୋମା ମାଡ଼ରେ ଶରତ ରାଉତଙ୍କ ପୁଅ ଓ ଝିଆରୀ ଆହାତ ହୋଇଥିବା ଦେଖିବାକୁ ମିଳିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।