ରାଜ୍ୟ

ଗ୍ରାମେଶ୍ୱର ମହାଦେବ ମନ୍ଦିର ସମେତ ଲିଙ୍ଗରେ ଫାଟ

ଅସ୍ତରଙ୍ଗ: ଅସ୍ତରଙ୍ଗସ୍ଥିତ ଗ୍ରାମେଶ୍ୱର ମନ୍ଦିର ଓ ଶିବ ଲିଙ୍ଗରେ ଫାଟ ହେବାରୁ ମନ୍ଦିର ଭାଙ୍ଗିବା ପାଇଁ ଗ୍ରାମବାସୀ ମୁକ୍ତିମଣ୍ଡପ ସଭାପତିଙ୍କ ପରାମର୍ଶ ଲୋଡିଛନ୍ତି। ନିମନ୍ତ୍ରଣ ରକ୍ଷା କରି ମୁକ୍ତିମଣ୍ଡପ ସଭାପତି ବିଶ୍ୱନାଥ ମିଶ୍ର ଓ ଅନ୍ୟଜଣେ ପଣ୍ଡିତ ରାକେଶ କୁମାର ମିଶ୍ର ଅସ୍ତରଙ୍ଗ ଗସ୍ତ କରିଛନ୍ତି। ଏହି ଅବସରରେ ତାଙ୍କୁ ବାଜା ବାଣ ସହକାରେ ଗ୍ରାମବାସୀ ବଜାରସ୍ଥିତ ତାରିଣୀ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟି ନେଇଥିଲେ। ପରେ ଶ୍ରୀ ମିଶ୍ର ମନ୍ଦିରର ଗର୍ଭ ଗୃହ ଓ ଶିବ ଲିଙ୍ଗରେ ସୃଷ୍ଟିହୋଇଥିବା ଚଡକ ଫାଟର ସ୍ଥିତି ଅନୁଧ୍ୟାନ କରିଥିଲେ। ଶିକ୍ଷାବିତ୍ ରବୀନ୍ଦ୍ର କୁମାର ମହାନ୍ତି ମନ୍ତ୍ର ପାଠ କରିଥିଲେ। ମନ୍ଦିର ସ୍ଥିତି ଅନୁଧ୍ୟାନ କଲା ପରେ ମନ୍ଦିର କମିଟି ପକ୍ଷରୁ ଆୟୋଜିତ ସଭାରେ ଯୋଗଦେଇ ମନ୍ଦିର କିପରି ଭଙ୍ଗା ହେବ ସେ ସମ୍ପର୍କରେ ପରାମର୍ଶ ଦେଇଥିଲେ।

ସୂଚନା ଥାଉକି, ଅସ୍ତରଙ୍ଗ ଗ୍ରାମର ମୁଖ୍ୟ ରାସ୍ତାକଡରେ ଗ୍ରାମେଶ୍ୱର ନାମରେ ଏକ ପାତାଳଫୁଟି ମହାଦେବ ମନ୍ଦିର ରହିଛି। ଏହା ଏକ ହଜାର ବର୍ଷର ବୋଲି ଜନଶ୍ରୁତିରୁ ଜଣାଯାଏ। ୧୯୯୫ ମସିହାରେ ମନ୍ଦିର ତୋଳାଇ ପୂର୍ବରୁ ଚାଳ ଘରେ ପୂଜା ପାଉଥିବା ଶିବ ଲିଙ୍ଗକୁ ଅବସ୍ଥାପିତ କରାଯାଇଥିଲା। ରାସ୍ତା ଉପରେ ଭାରୀଯାନ ଚଳାଚଳ ଯୋଗୁ ଏବେ ମନ୍ଦିରର ଗର୍ଭଗୃହ ଓ ଶିବଲିଙ୍ଗରେ ଚଡକ ଫାଟ ହୋଇଛି। ଅନ୍ୟପକ୍ଷରେ ରାସ୍ତାର ଉଚ୍ଚତା ବୃଦ୍ଧିପାଇବାରୁ ବର୍ଷା ବେଳେ ନର୍ଦ୍ଦମା ପାଣି ମନ୍ଦିର ଭିତରକୁ ପ୍ରବେଶ କରି ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ମନ୍ଦିର ଭାଙ୍ଗି ଲିଙ୍ଗର ସ୍ଥାନ ପରିବର୍ତ୍ତନ କରିବାକୁ ଗ୍ରାମବାସୀଙ୍କ ମନରେ ଚିନ୍ତାବଢ଼ିଥିଲା।ଫଳରେ ସେମାନେ ମୁକ୍ତିମଣ୍ଡପ ପଣ୍ଡିତଙ୍କ ପରାମର୍ଶ ଲୋଡିଥିଲେ। ନିମନ୍ତ୍ରଣ କ୍ରମେ ମୁକ୍ତିମଣ୍ଡପର ସଭାପତି ବିଶ୍ୱନାଥ ମିଶ୍ର ଓ ଅନ୍ୟଜଣେ ପଣ୍ଡିତ ରାକେଶ କୁମାର ମିଶ୍ର ଅସ୍ତରଙ୍ଗ ଗ୍ରସ୍ତକରି ମନ୍ଦିର ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ଦିର ଭଙ୍ଗା ହୋଇପାରିବ କିନ୍ତୁ ବିଧି ବ୍ୟବସ୍ଥା ପୂର୍ବକ ଶିବ ଲିଙ୍ଗର ସ୍ଥାନ ପରିବର୍ତ୍ତନ ହୋଇପାରିବନି ବୋଲି ପରାମର୍ଶ ଦେଇଛନ୍ତି।

ପରାମର୍ଶ ପୂର୍ବକ ଚଡକ ଫାଟ ଥିବା ଶିବ ଲିଙ୍ଗରେ ରୁପାର ଛାଉଣୀ କରାଯିବ। ମନ୍ଦିର ଭାଙ୍ଗି ନୂତନ ଭାବେ ତୋଳିବାକୁ ଏକ ନିୟମ ପାଳନ କରିବାକୁ ପଡିବ ବୋଲି ସେ ସୂଚନା ଦେଇଥିଲେ। ଏକ ବୃଷଭକୁ ନିମନ୍ତ୍ରଣ କରି ତାକୁ ପୂଜାର୍ଚ୍ଚନା କରିବା ପରେ ତାକୁ ଖାଇବାକୁ ଦିଆଯିବ,ଏକ ବାଡ ବାନ୍ଧି ଉପରେ ନଡା ବା ଘାସ ରଖିବା ପରେ ବୃଷଭଟି ସେଠାରେ ରହି ଖାଦ୍ୟ ଖାଇବା ସମେତ ତାର ଶିଙ୍ଘ ବାଜି ମନ୍ଦିର କାନ୍ଥରୁ ମାଟି କିମ୍ବା ସିମେଣ୍ଟ ଖସିବା ପରେ ମନ୍ଦିର ଭାଙ୍ଗିବା ପାଇଁ ଅନୁମତି ମିଳିବ ବୋଲି ଶ୍ରୀ ମିଶ୍ର ଏଭଳି ସୂଚନା ଦେଇଥିଲେ। ଏହି ବିଧି ବ୍ୟବସ୍ଥାକୁ ଅନୁସରଣ କରି ଆସନ୍ତା ମେ ୨୨ରେ ମନ୍ଦିର ଭଙ୍ଗା ମନ୍ଦିର ଭାଙ୍ଗିବାକୁ ସ୍ଥାନୀୟ ଗ୍ରାମେଶ୍ୱର ମନ୍ଦିର କମିଟି ନିଷ୍ପତ୍ତି ନେଇଛି|ଆଜିର ଏହି କାର୍ଯ୍ୟରେ ମନ୍ଦିର କମିଟିର ସଭାପତି ଦୁଷ୍ମନ୍ତ କୁମାର ପରିଡା,ସମ୍ପାଦକ ଦିବ୍ୟଦର୍ଶୀ ବିଶ୍ୱାଳ ସମେତ ଅସ୍ତରଙ୍ଗ ସରପଞ୍ଚ ରାମଚନ୍ଦ୍ର କାଣ୍ଡି ,ପୂର୍ବତ୍ତନ ସମିତିସଭ୍ୟ ଦିବାକର ଛାଟୋଇ, ଅନନ୍ତ ପ୍ରସାଦ ଛାଟୋଇ, ଭ୍ରମରବର ମହାନ୍ତି, ପୁରନ୍ଦର ମହାନ୍ତି , ପ୍ରଫୁଲ ସ୍ୱାଇଁ, କୁନୀଳତା ନାୟକ, ଉଷାରାଣୀ ବସ୍ତିଆ ସମେତ ଗ୍ରାମର ଆବାଳବୃଦ୍ଧବନିତା ଶହ ଶହ ସଂଖ୍ୟାରେ ଯୋଗଦେଇ ମୁକ୍ତିମଣ୍ଡପ ପଣ୍ଡିତଙ୍କର ଆର୍ଶୀବାଦ ନେବାକୁ ଭୁଲିନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।