ରାଜ୍ୟ ସ୍ପେଶାଲ ରିପୋର୍ଟ

ଗ୍ରାମାଞ୍ଚଳରେ ଲୋକଙ୍କ ସହାୟକ ସାଜିଛି ‘ବିକଳ୍ପ’

ରାୟଗଡା: ସବୁ ସରକାରୀ ସହଯୋଗ ସତ୍ବେ ସମାଜର ବହୁ ଲୋକ ଅବହେଳିତ ହୋଇ ରହିଛନ୍ତି। ବ୍ୟକ୍ତିଗତସ୍ତରରେ ଅସହାୟ ହୋଇ ଭାଗ୍ୟକୁ ଆଦରି ପଡି ରହୁଛନ୍ତି।ଉପଯୁକ୍ତ ପ୍ରୋତ୍ସାହନ ଅଭାବରୁ ଅନେକ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚତର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି। ସ୍ବୟଂ ସହାୟକ ମହିଳା ଗୋଷ୍ଠୀର ମହିଳାମାନେ ସରକାରୀ ସ୍ତରରେ ନିଜର କାର୍ଯ୍ୟକୁ ନିଜେ ସୂଚାରୁ ରୂପେ କରିପାରିବେ ସେଥିପ୍ରତି ସଚେତନ କରାଇବା ସହ ଗ୍ରାମାଞ୍ଚଳ ଅସହାୟ ଲୋକଙ୍କ ପ୍ରତି ସହାୟ ହେବା ଉଦ୍ଦେଶ୍ୟରେ ଏକ ନୂତନ ଚିନ୍ତାରେ ପ୍ରତିଷ୍ଠା କରାଯାଇଛି ‘ବିକଳ୍’। ଏହାର ପ୍ରମୁଖ ଉଦ୍ଦେଶ୍ୟ ହେଲା ସମାଜ ପରିବର୍ତ୍ତନର ସଂକଳ୍ପ।ଶିକ୍ଷା, ସ୍ଵାସ୍ଥ୍ୟ, ମାନସିକ ସୁସ୍ଥତା, ପୋଷଣ ଓ ଗ୍ରାମାଞ୍ଚଳ ଲୋକଙ୍କ ଭିତରେ ଆତ୍ମ ସଚେତନ କରିବା, ଅନ୍ତର୍ନିହିତ ପ୍ରତିଭାର ଚିହ୍ନଟ ସହ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇବା ଉଦ୍ଦେଶ୍ୟରେ କିଛି ସମଭାପନ୍ନ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଛି ବିକଳ୍ପ।

ପ୍ରଥମ ପର୍ଯ୍ୟାୟରେ ରାୟଗଡା ବ୍ଲକ କୋଡାପାଡୁ ଗ୍ରାମକୁ ଫୋକସ କରାଯାଇଛି। ନିୟମିତ ସେଇ ଗ୍ରାମକୁ ଯାଇ ମହିଳାମାନଙ୍କୁ ସଚେତନ କରାଯାଉଛି। ଆର୍ଥିକ ସ୍ବାବଲମ୍ବୀ ସହ ସରକାରୀ କାର୍ଯ୍ୟାଳୟରେ ନିଜର କାର୍ଯ୍ୟକୁ କିଭଳି ଅନ୍ୟର ବିନା ସହାୟତାରେ କରିପାରିବେ ସେଥିପାଇଁ ତାଲିମ ଦିଆଯାଉଛି। ଅନ୍ୟର ଠକାମୀରୁ କିଭଳି ନିଜକୁ ରକ୍ଷା କରି ପାରିବେ ସେଥିପାଇଁ ଗ୍ରାମର ଲୋକଙ୍କୁ ସଚେତନ କରାଯାଉଛି। ଗ୍ରାମରେ ଥିବା ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ଶିକ୍ଷାଦାନ ପ୍ରଦାନର ବ୍ୟବସ୍ଥା କରାଯାଉଛି। ସେହିପରି ଅଧାରୁ ପାଠ ଛାଡି ରହି ଯାଇଥିବା ପିଲାଙ୍କୁ କାଉନସିଲିଂ କରି ପୁନଃ ପାଠ ପଢ଼ିବାକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି। ପିଲାଙ୍କୁ ପୋଷଣଯୁକ୍ତ ଖାଦ୍ୟ ପ୍ରଦାନ ଲାଗି ମଧ୍ୟ ବ୍ୟବସ୍ଥା କରାଯାଉଛି। ଏସମସ୍ତ ସହଯୋଗ ସହ ବିଭିନ୍ନ ସରକାରୀ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଯାଉଛି। ଏସବୁ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଉପଯୁକ୍ତ ସରକାରୀ ସ୍ତରରେ ବିକଳ୍ପର ସଦସ୍ୟମାନେ ପ୍ରତ୍ୟକ୍ଷ ଭାବେ ମଧ୍ୟସ୍ଥି ସ୍ଥାପନ କରି ହିତାଧିକାରୀଙ୍କୁ ସୁଫଳ ପ୍ରଦାନ ଦିଗରେ ବ୍ୟବସ୍ଥା କରାଯାଉଛି।

ଏଇକ୍ରମରେ କୋଡାପାଡୁ ଗ୍ରାମରେ ଜଣେ ଗୁରୁତର ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା, ପିଲାଙ୍କୁ ଆନନ୍ଦମୟ ଶିକ୍ଷାଦାନ ସହ ସାଧାରଣ ଜ୍ଞାନ ପ୍ରଦାନ, ଅର୍ଥ ଅଭାବରୁ ମାଟ୍ରିକ ପାଶ କରିଥିବା ପିଲାଙ୍କୁ କଲେଜରେ ନାମ ଲେଖାଇବା, ଆବାସିକ ବିଦ୍ୟାଳୟରେ ଜନଜାତି ପିଲାଙ୍କୁ ଭର୍ତ୍ତି କରିବା, ଜଣେ ଭିନ୍ନକ୍ଷମ ବାଳିକାର ଭିନ୍ନକ୍ଷମ ପ୍ରମାଣପତ୍ର ସହ ତାକୁ ଭତ୍ତା ଓ ଟ୍ରାଇ ସାଇକେଲ ସହ ଆନୁଷଙ୍ଗିକ ସରକାରୀ ସହାୟତା ମିଳିବା ବ୍ୟବସ୍ଥା,ମହିଳାମାନଙ୍କୁ ଆତ୍ମ ସଚେତନ ଦିଗରେ ବିକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଛି।ଅଵସରପ୍ରାପ୍ତ ପ୍ରଫେସର ଶଶୀ ଭୂଷଣ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ଗଠିତ ଏକ ବୁଦ୍ଧିଜୀବୀ ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ବିନୋଦ କୁମାର ପାତ୍ର, ରାଜ୍ୟ ଶିକ୍ଷକ ସମ୍ମାନପ୍ରାପ୍ତ ଶିକ୍ଷକ ଜଗଦୀଶ ଚନ୍ଦ୍ର ଦୋରା,ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମନ୍ମଥ ତୁଳ, ସାମାଜିକ କର୍ମୀ ତଥା ଆଇନଜୀବୀ ରବି ନାରାୟଣ ଶତପଥୀ ଏବଂ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ, ଆଦିବାସୀ ଗବେଷକ ତଥା ଲେଖକ ଦ୍ବିତୀ ଚନ୍ଦ୍ର ସାହୁ ପ୍ରମୁଖ ନିୟମିତ ଭାବେ କୋଡାପାଡୁ ଗ୍ରାମକୁ ଯାଇ କାର୍ଯ୍ୟ କରୁଛନ୍ତି। ବିକଳ୍ପ ଚଳିତ ବର୍ଷ ଠାରୁ ତାର କାର୍ଯ୍ୟ ଅବ୍ୟାହତ ରଖିଛି। ପ୍ରତିବର୍ଷ ଜିଲ୍ଲାର ଏକ ନୂତନ ଗ୍ରାମକୁ ଚୟନ କରାଯାଇ ଅନୁରୂପ ସମସ୍ତ କାର୍ଯ୍ୟକ୍ରମ ପର୍ଯ୍ୟାୟକ୍ରମେ କରାଯିବ ଏବଂ ଗୋଟିଏ ଗ୍ରାମର ସମ୍ପୂର୍ଣ୍ଣ ସଫଳତା ପାଇଲା ପରେ ପରବର୍ତ୍ତୀ ଗ୍ରାମକୁ ଲକ୍ଷ୍ୟ ଧାର୍ଯ୍ୟ କରାଯିବ ବୋଲି ଡ଼ଃ ମହାନ୍ତି କହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।