ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଗ୍ରାଇଣ୍ଡର ଖୋଳରେ ସାରା ରାତି ଫସି ରହିଲା ସାଢ଼େ ୩ ଫୁଟର ନାଗ, ଉଦ୍ଧାର ପର୍ଯ୍ୟନ୍ତ ପରିବାର ଲୋକଙ୍କ ଆଖିରୁ ହଜିଗଲା ନିଦ

ପୁରୀ ୧୦/୧୨: ଆଶ୍ଚର୍ଯ୍ୟ ମନେ ହେଉଥିଲେ ବି ଘଟଣା ଟି ସତ । ପୁରୀ ଜିଲ୍ଲା ଡେଲାଙ୍ଗ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମରେ ବିଶ୍ୱଜିତ ପ୍ରଧାନଙ୍କ ପୂଜା ଘରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଏକ ସାପ ପସିଥିବାର ପରିବାର ଲୋକ ଦେଇଥିଲେ । ସାପ ଟିକୁ ଘର ଭିତରୁ ଘଉଡାଇବାକୁ ଚେଷ୍ଟା କରିବା ବେଳେ ସାପଟି ସାମନା ଘରେ ତଳେ ରଖାଯାଇଥିବା ଏକ ମିକ୍ସଚର-ଗ୍ରାଇଣ୍ଡର ଥିବା ପ୍ୟାକେଟ ରେ ପଶି ଯାଇଥିଲା ।

ବିଶ୍ୱଜିତଙ୍କ ପରିବାର ସେଇ ପ୍ୟାକେଟକୁ ସଂଗେ ସଂଗେ ବନ୍ଦ କରିଦେଲେ । ଅଧିକ ସୁରକ୍ଷା ପାଇଁ ଏକ ଅଖା ଗୁଡେଇ ଭଲ ଭାବରେ ନିବୁଜ କରି ପ୍ୟାକ କରିଦେଲେ ଯେମିତି କି ଆଉ ସାପ ବାହାରି ନପାରିବ । ସ୍ଥାନୀୟ ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ବିଳମ୍ବିତ ଶୀତ ରାତି ଏବଂ ସାପଟି କବଜାରେ ଥିବାରୁ ସୁଶାନ୍ତ ସେଇ ଅଖା ଗୁଡା ବାକ୍ସକୁ ଘର ବାହାରେ ରଖିଦେବା ପାଇଁ ପରାମର୍ଶ ଦେଇ ସକାଳେ ଉଦ୍ଧାର ପାଇଁ ଆସିବା ପାଇଁ କହିଥିଲେ ।

ହେଲେ ଅତ୍ୟଧିକ ଭୟଭୀତ ହୋଇଥିବାରୁ ବିଶ୍ୱଜିତ ନିଜ ଘର ଠାରୁ ପ୍ରାୟ ୨ କିମି ଦୂର ପର୍ଯ୍ୟନ୍ତ ଯାଇ ରାସ୍ତା ତଳକୁ ସେଇ ପ୍ୟାକେଟକୁ ଫିଙ୍ଗି ଦେଇ ଘରକୁ ଫେରିଥିଲେ । ସକାଳ ହେବା ପରେ ଯାଇ ଦେଖଲା ବେଳକୁ ସେଇ ପ୍ୟାକେଟ ସେମିତି ଅବସ୍ଥାରେ ଥିଲା । ସ୍ନେକ ହେଲ୍ପ ଲାଇନ ସଦସ୍ୟ ସୁଶାନ୍ତ ପ୍ୟାକେଟ ଟିକୁ ଖୋଲି ମିକ୍ସଚର-ଗ୍ରାଇଣ୍ଡରକୁ ବାହାରକୁ ଆଣିବା ପରେ ତଳେ ସାଢ଼େ ୩ ଫୁଟ ଲମ୍ବର ନାଗ ସାପଟି ପରିଷ୍କାର ଦିଶିଥିଲା ।

ସାପଟିକୁ ତାର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ହେଲେ ରାତିରେ ସାପ କଥା ଭାବି ଭାବି ବିଶ୍ୱଜିତ ବାବୁଙ୍କ ଘରେ ଅନେକ ସଦସ୍ୟ ରାତିରେ ଭଲରେ ଶୋଇ ପାରିନଥିଲେ ବୋଲି କହିଛନ୍ତି । ସେହି ଗ୍ରାଇଣ୍ଡରକୁ ସାଧାରଣ ଭାବରେ ସାନିଟାଇଜ କରି ବ୍ୟବହାର କରିବା ପାଇଁ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପରାମର୍ଶ ଦେଇଛନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ