ଅପରାଧ ରାଜ୍ୟ

ଗୋ ସୁରକ୍ଷା କାରୀଙ୍କୁ ଗୁଳିମାଡ଼ ଘଟଣା, ଆଉ ୨ ଅଭିଯୁକ୍ତ ଗିରଫ

କରଞ୍ଜିଆ ୨୨।୦୫: ମୟୂରଭଞ୍ଜ କରଞ୍ଜିଆରେ ଗୋ ମାଫିଆଙ୍କ ଦ୍ୱାରା ଗୋ ସୁରକ୍ଷା କାରୀଙ୍କୁ ଗୁଳିମାଡ଼ ଘଟଣା । ଆଉ ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪ କୁ ବୃଦ୍ଧି ପାଇଛି ।

ଖବର ଅନୁଯାୟୀ, ଶନିବାର ଭୋର ୪ ଟା ସମୟରେ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲଗେଟ ନିକଟରେ ଗୋ ମାଫିଆ ମାନେ ଦେବସେନା ଓ ବଜରଙ୍ଗ ଦଳ କର୍ମୀଙ୍କ ଉପରେ ଗୁଳିମାଡ଼ କରି ୨ ଜଣଙ୍କୁ ଗୁରୁତର କରିଥିଲେ । ଯଶୀପୁର ପୋଲିସ ଶନିବାର ଦିନ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଆଜି ଆଉ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଧିକ ପଚରାଉଚରା ପରେ ୨ ଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି କରଞ୍ଜିଆ SDPO ସୁଦର୍ଶନ ଗାଙ୍ଗଇ ସୂଚନା ଦେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।