ଅପରାଧ ରାଜ୍ୟ

ଗୋ ସୁରକ୍ଷାକାରୀଙ୍କୁ ଗୁଳିମାଡ ଘଟଣାରେ ୧୧ ଗିରଫ, ଗାଡି ଜବତ

କରଞ୍ଜିଆ ୨୧/୦୫: ଗୋ ସୁରକ୍ଷାକାରୀଙ୍କୁ ୪୯ନଂ ଜାତୀୟ ରାଜପଥ ବେଗୁନିଆ ଟୋଲ ଗେଟ ନିକଟରେ ଗୋ ମାଫିଆଙ୍କ ଗୁଳି ମାଡ଼ ଘଟଣାରେ ୧୧ ଜଣକୁ ଗିରଫ କଲା ପୋଲିସ । ଚାରୋଟି ୪ ଚକିଆ ଗାଡି ସହ ଗୋଟିଏ ୧୬ ଚକିଆ ଟ୍ରକ ଜବତ । ତାଙ୍କ ଠାରୁ ବନ୍ଧୁକ ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ କରିଛି ପୋଲିସ ।

ପୋଲିସର ୨ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାର ସୂଚନା ଦେଇଛନ୍ତି ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ମନୋରଞ୍ଜନ ବିଶ୍ୱାଳ । ସୂଚନା ଥାଉକି, ଭୋର ୪ଟା ସମୟରେ କିଛି ଗୋ ଚାଲାଣକାରୀ ୮ଟି ୧୬ଚକିଆ ଟ୍ରକରେ କଲିକତା ଅଭିମୁଖେ ଗୋ ଚାଲାଣ କରୁଥିବା ଖବର ପାଇ କଟକ ଶାଖାର ଦେଵସେନା ଓ ବଜରଙ୍ଗଦଳର ଗୋ ସୁରକ୍ଷା କର୍ମୀ କେନ୍ଦୁଝରରୁ ପିଛାକରି ବେଗୁନିଆ ଟୋଲଗେଟ ନିକଟକୁ ଯାଇ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।

ତେବେ ପାଟିତୁଣ୍ଡ ଏତେ ଉଗ୍ରଥିଲା ଯେ ଗୋ ଚାଲାଣକାରୀ ଗୋ ସୁରକ୍ଷା କର୍ମୀ ଉପରକୁ ଅତର୍କିତ ୪୦ରାଉଣ୍ଡ ଗୁଳିଚାଳନା କରିଥିଲେ । ଫଳରେ ଦୁଇ ଗୋସୁରକ୍ଷା କର୍ମୀ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ ଯଶୀପୁର ଓ ପରେ ବାରିପଦା PRM ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଜଣଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଅନ୍ୟଜଣଙ୍କ ହାତରେ ଗୁଳି ବାଜିଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।