ରାଜ୍ୟ ସ୍ପେଶାଲ ରିପୋର୍ଟ

‘ଗୋ ରକ୍ଷକଙ୍କୁ ଗୁଣ୍ଡା କହିଥିବା ନ୍ୟାୟାଧିଶ କ୍ଷମା ମାଗନ୍ତୁ’

ପୁରୀ : ଗୋ ହତ୍ୟା ସମର୍ଥକ ଧର୍ମଦ୍ରୋହୀ। ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ, ଯଦି‌ କେହି ହିନ୍ଦୁ ଧର୍ମରୁ ଅନ୍ୟ ଧର୍ମକୁ ଯିବାକୁ ପ୍ରୋତ୍ସାହନ ଦେଉଛନ୍ତି, ଧର୍ମାନ୍ତରୀକରଣକୁ ସମର୍ଥନ ଜଣାଉଛନ୍ତି, ଭାରତରେ ହିନ୍ଦୁଙ୍କୁ ଅଳ୍ପ ସଂଖ୍ୟକ କରିବାକୁ ଅପଚେଷ୍ଟା କରୁଛନ୍ତି, ସେମାନେ ନେତା ହେବାକୁ ଅଯୋଗ୍ୟ। ଭାରତର ନାଗରିକ ହେବାକୁ ବି ଏମାନଙ୍କର ଯୋଗ୍ୟତା ନାହିଁ। ସେ ଉଚ୍ଚ ନ୍ୟାୟାଳୟ ହେଉ ନା କାହିଁକି, ହିନ୍ଦୁ ବିରୋଧୀ ହେବା ଅନୁଚିତ୍‌। ପୁରୀଠାରେ ଆୟୋଜିତ ଶ୍ରୀଜଗନ୍ନାଥ ବିଶ୍ବ ଆଧ୍ୟାତ୍ମିକ ସମାବେଶରେ ହିନ୍ଦୁ ଧର୍ମ ରକ୍ଷା ଓ ଗୋହତ୍ୟାକୁ ନେଇ ଏଭଳି କହିଛନ୍ତି ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜା।

ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡୱାଇଡ୍‌ ପକ୍ଷରୁ ବୁଧବାର ଦିନ ପୁରୀ ପୌର ସଦନଠାରେ ଅନୁଷ୍ଠିତ ଶ୍ରୀଜଗନ୍ନାଥ ବିଶ୍ବ ଆଧ୍ୟାତ୍ମିକ ସମାବେଶକୁ ଉଦ୍‌ଘାଟନ କରିଥିଲେ। ସେ କହିଥିଲେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଧ୍ୟାନ କଲେ ପ୍ରଜ୍ଞାଶକ୍ତି ଓ ପ୍ରାଣଶକ୍ତି ଉତ୍କର୍ଷ ହୋଇଥାଏ। ପରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତ‌ରଦେଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ, ଏଠି ଗୋରକ୍ଷକଙ୍କୁ ଗୁଣ୍ଡାର ଆଖ୍ୟା ଦିଆଯାଉଛି। ଯେଉଁ ନ୍ୟାୟାଧୀଶ ଗୋରକ୍ଷକଙ୍କୁ ଗୁଣ୍ଡାର ଆଖ୍ୟା ଦେଇଛନ୍ତି, ସେମାନେ କ୍ଷମା ମାଗିବା ଦରକାର। କାର୍ଯ୍ୟକ୍ରମରେ ସ୍ବାମୀ ସମର୍ପଣାନନ୍ଦ ଗିରି ଓ ଡ. ହରେକୃଷ୍ଣ ଶତପଥୀ ଅତିଥି ଭାବେ ଯୋଗଦେଇ ଆଧ୍ୟାତ୍ମିକ ଚେତନାର ଜାଗରଣ ସଂପର୍କରେ ଉଦ୍‌ବୋଧନ ଦେଇଥିଲେ।

ଅପରାହ୍ନ ଅଧିବେଶନରେ ସଚ୍ଚିଦାନନ୍ଦ ଦାସ ମହାରାଜା, ଆମେରିକା ନେଶଭିଲେର୍‌ ଡ. ପଞ୍ଚାନନ ଶତପଥୀ, କାନାଡ଼ାର ଡ. ସୁନନ୍ଦା ମିଶ୍ର, ସୁସ୍ମିତା ରାଜହଂସ, ବରିଷ୍ଠ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ. ନରେଶ ଚନ୍ଦ୍ର ଦାଶ ପ୍ରମୁଖ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମରେ ଭାରତ ସମେତ ବିଦେଶରୁ ବହୁ ଭକ୍ତ, ସାଧୁସନ୍ଥ ଯୋଗ ଦେଇଥିଲେ। ଡ. ଗୁରୁପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ୱାର୍ଲଡୱାଇଡ୍‌ର ଟ୍ରଷ୍ଟି ଡ. ଭଗବାନ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ ଓ ଟ୍ରଷ୍ଟି ଡ. ହରପ୍ରସନ୍ନ ଦାସ ବିବରଣୀ ପାଠ କରିଥିଲେ। ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରମେଶ ଚନ୍ଦ୍ର ବିଶ୍ବାଳ, ଟ୍ରଷ୍ଟି ସୁକାନ୍ତ ସାହୁ, ସଂଗ୍ରାମ କେଶରୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।