ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗୋ ଫାଷ୍ଟ୍‌କୁ ସରକାର ଉଦ୍ଧାର କରିବେନି: ମନ୍ତ୍ରୀ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରିବା ପରେ ଉଡ଼ାଣ ବନ୍ଦ କରିଦେଇଥିବା ଘରୋଇ ଏୟାରଲାଇନ୍ସ ଗୋ ଫାଷ୍ଟ୍‌କୁ ସରକାରୀ ସହାୟତାରେ ଉଦ୍ଧାର କରାଯିବ ନାହିଁ ବୋଲି ବେସାମରକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି କେ ସିଂହ କହିଛନ୍ତି। ପ୍ରଥମେ କଂପାନିକୁ ବିମାନ ଇନ୍ଧିନ ସମସ୍ୟା ଦୂର କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। କଂପାନି ପାଖରେ ଥିବା ୪୫ ବିମାନ ମଧ୍ୟରୁ ଅଧାରୁ ଅଧିକ ବିମାନର ଇଞ୍ଜିନରେ ସମସ୍ୟା ରହିଛି।
ମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଯେ ଗୋ ଫାଷ୍ଟ୍‌ର ସମସ୍ୟା ହେଉଛି ତାହାର ବିମାନଗୁଡ଼ିକ ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନି ଇଞ୍ଜିନରେ ଚାଲୁଛି। କୋଭିଡ୍ ମହାମାରୀ ପରଠାରୁ ସେହି ସଂସ୍ଥା ପରିଚାଳନାଗତ ସମସ୍ୟା ଦେଇ ଗତି କରୁଛି। ଯେଉଁ ହାରରେ ଇଞ୍ଜିନ ତିଆରି ହେବା କଥା ତାହା ହୋଇପାରୁନାହିଁ। ତେଣୁ ପ୍ରାଟ୍‌ ଆଣ୍ଡ୍‌ ହ୍ବିଟ୍‌ନି କେଉଁଠୁ ଇଞ୍ଜିନ ଆଣିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଗୋ ଫାଷ୍ଟ୍‌ ନିଜକୁ ଦେବାଳିଆ ଘୋଷଣା କରିବା ଲାଗି ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର ଦ୍ବାରସ୍ଥ ହୋଇଛି। ଏହି ମାମଲାର ଶୁଣାଣି ଟ୍ରିବ୍ୟୁନାଲ୍‌ କରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି। ବୁଧବାର ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି। ଇତି ମଧ୍ୟରେ କଂପାନିଠାରୁ ନିଜ ବିମାନଗୁଡ଼ିକୁ ନେଇଯିବା ଲାଗି ଲିଜ୍‌ରେ ଦେଇଥିବା ସଂସ୍ଥାଗୁଡ଼ିକ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶକ (ଡିଜିସିଏ)ଙ୍କ ଦ୍ବାରସ୍ଥ ହୋଇଛନ୍ତି। ‌ଗୋ ଫାଷ୍ଟ୍‌ର ୪୫ଟି ବିମାନର ପଞ୍ଜୀକରଣକୁ ବାତିଲ କରି ସେଗୁଡ଼ିକୁ ଫେରାଇଦେବା ପାଇଁ ସେମାନେ ଡିଜିସିଏକୁ ଅନୁରୋଧ କରିଛନ୍ତି। ଯଦି ଲିଜ୍ ପ୍ରଦାନକାରୀମାନେ ବିମାନ ନ‌ନେବେ ତେବେ ସପ୍ତାହକ ଭିତରେ କଂପାନି ପୁଣି ଥରେ ଉଡ଼ାଣ ଆରମ୍ଭ କରିପାରିବ ବୋଲି ଗୋ ଫାଷ୍ଟ୍‌ର ସିଇଓ କୌଶିକ ଖୋନା କହିଥିଲେ।

ଗୋ ଫାଷ୍ଟ୍‌ ଏହାର ଉଡ଼ାଣକୁ ମେ’ ୧୨ ପର୍ଯ୍ୟନ୍ତ ଓ ଟିକଟ ବୁକିଂ ଓ ବିକ୍ରିକୁ ୧୫ ପର୍ଯ୍ୟନ୍ତ ବନ୍ଦର ରଖିଛି। କଂପାନିର ଏୟାର ଅପରେଟର ସାର୍ଟିଫିକେଟ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ଡିଜିସିଏ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି ଓ ୧୫ ଦିନରେ ଉତ୍ତର ଦେବାକୁ କଂପାନିକୁ କହିଛନ୍ତି। ଗୋ ଫାଷ୍ଟ୍‌ ଉପରେ ବିଭିନ୍ନ ସଂସ୍ଥାର ୧୧,୪୬୩ କୋଟି ଟଙ୍କା ବାକି ରହିଛି। ବ୍ୟାଙ୍କଗୁଡ଼ିକର ୬୫୦୦ କୋଟି ଟଙ୍କାର ଋଣ ଫସିରହିଛି। ଭେଣ୍ଡର ଓ କର୍ମଚାରୀମାନେ ମଧ୍ୟ ନିଜ ପ୍ରାପ୍ୟ ପାଇନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ