ଅପରାଧ ରାଜ୍ୟ

ଗୋ ଚାଲାଣର କରିଡର କେନ୍ଦୁଝର: ପୁଲିସ ଛାଡୁଛି, ଏସ୍‌ଟିଏଫ୍‌ ଧରୁଛି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କେନ୍ଦୁଝର : କେନ୍ଦୁଝର ପାଲଟିଛି ବେଆଇନ ଗୋ ଚାଲାଣର କରିଡର। କେବେ ପିକ୍‌ଅପ୍‌ ଭ୍ୟାନ ତ ଆଉକେବେ କଣ୍ଟେନର ଭର୍ତ୍ତି ଗୋରୁ କେନ୍ଦୁଝର ଛାତି ଉପରେ ନିୟମିତ ଚାଲାଣ ହେଉଛି। ପୁଲିସ ଗୋରୁ ଚାଲାଣକାରୀଙ୍କୁ ହାତ ମାରିପାରୁ ନଥିବା ବେଳେ ଏସ୍‌ଟିଏଫ୍‌ ଚଢ଼ଉ କରି ଧରୁଛି। ବଜରଙ୍ଗ ଦଳ, ଗୋ ସୁରକ୍ଷା ସମିତି କର୍ମକର୍ତ୍ତା ଅନେକ ସମୟରେ ଗୋରୁଗାଡ଼ି ଅଟକାଉଛନ୍ତି। ତେବେ, ପ୍ରଶାସନର କାର୍ଯ୍ୟାନୁଷ୍ଠାନ ନାହିଁ। ଗତକାଲି ଜୁଡିଆ ଘାଟିରେ ମାଫିଆଙ୍କ ଗୁଳିଚାଳନା ସତ୍ତ୍ବେ ଏସ୍‌ଟିଏଫ୍‌ ଦ୍ବାରା ଦୁଇଟି ଗୋରୁ ବୋଝେଇ କଣ୍ଟେନର ଧରାପଡ଼ିବା ଏକ ଉଦାହରଣ ମାତ୍ର।
କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକର ଛାମୁଣ୍ଡା, ବେଲଦା ଭଳି ହାଟରୁ ନିୟମିତ ଗୋରୁ ସଂଗ୍ରହ ହୁଏ। ଗୋରୁଗୁଡ଼ିକୁ ପଣ୍ୟଦ୍ରବ୍ୟ ଭଳି କଣ୍ଟେନରରେ ଭର୍ତ୍ତିକରି ପଶ୍ଚିମବଙ୍ଗ ଦେଇ ବାଂଲାଦେଶ ଚାଲାଣ ହୋଇଥାଏ। ଖାଲି କେନ୍ଦୁଝର ନୁହେଁ, ନିକଟସ୍ଥ ଅନୁଗୁଳ ଜିଲ୍ଲାର ବଅଁରପାଳ ସହିତ ଦେବଗଡ଼ ଜିଲ୍ଲାର ବାରକୋଟ, ସମ୍ବଲପୁର, ବରଗଡ଼ ଏବଂ ବଲାଙ୍ଗିର ଜିଲ୍ଲାରୁ ଗୋରୁ ସଂଗ୍ରହ କରାଯାଇ କେନ୍ଦୁଝର ଜିଲ୍ଲା ଦେଇ ପଶ୍ଚିମବଙ୍ଗ ଚାଲାଣ କରାଯାଇଥାଏ। ଗୋରୁ ଗାଡ଼ିଗୁଡ଼ିକ କେନ୍ଦୁଝର ଜିଲ୍ଲାର ଜାତୀୟ ରାଜପଥ ଅତିକ୍ରମ କରୁଥିଲେ ମଧ୍ୟ ହତାଗୁଞ୍ଜା ନେଇ ପୁଲିସ ସନ୍ତୁଷ୍ଟ ହୋଇଯାଏ।

କେନ୍ଦୁଝର ଜିଲ୍ଲାର ପ୍ରବେଶପଥ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁରଠାରେ ଏକ ପୁଲିସ ଆଉଟ୍‌ପୋଷ୍ଟ ଅଛି। ନିୟମିତ ପୁଲିସ ଏଠାରେ ରୁହନ୍ତି ଏବଂ ସନ୍ଦିଗ୍ଧ ଗାଡ଼ିକୁ ଯାଞ୍ଚ୍‌ କରନ୍ତି। ତେବେ, ଆଶ୍ଚର୍ଯ୍ୟର ବିଷୟ ନିୟମିତ ଭାବେ ଏହି ରାସ୍ତାରେ ଗୋରୁଗାଡ଼ି ପାର ହେଉଛି। ଏହାପରେ କାଂଜିପାଣି ଥାନା, ଶୁଆକାଟି ଫାଣ୍ଡି, ଟାଉନ୍‌ ଥାନା, ସଦର ଥାନା, ତୁରୁମୁଙ୍ଗା ଥାନା ଆଦି ରହୁଥିଲେ ମଧ୍ୟ ଗୋରୁଗାଡ଼ିକୁ ଅଟକାଯାଉନି। ଏହି ଜାତୀୟ ରାଜପଥର ଖିରେଇଟାଙ୍ଗିରିଠାରେ ଏକ ଟୋଲ୍‌ଗେଟ ଥିବା ସତ୍ତ୍ବେ ବେଳେ ବେଳେ ଫାଟକ ଭାଙ୍ଗି ଗୋରୁଗାଡ଼ି ଅତିକ୍ରମ କରୁଛି। ଗତ ମେ ୧୫ ତାରିଖରେ କେନ୍ଦୁଝର ୪୯ ନମ୍ବର ଜାତୀୟ ରାଜପଥରେ ଏକ ପିକ୍‌ଅପ୍‌ ଭ୍ୟାନରେ ଗୋରୁ ଭର୍ତ୍ତି ହୋଇ ଯାଉଥିବା ନେଇ କେନ୍ଦୁଝର ସହରର ବଜରଙ୍ଗଦଳ କର୍ମୀମାନେ ପିଛା କରିଥିଲେ। ତେବେ ଭ୍ୟାନଟି ଖିରେଇଟାଙ୍ଗିରି ଟୋଲଗେଟ୍‌ ବୁମ୍‌ ବ୍ୟାରିଅର ଭାଙ୍ଗି ଫେରାର ହୋଇଯାଇଥିଲା।

ଗତକାଲି କେନ୍ଦୁଝର ଦେଇ ୫ଟି କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ବେଳେ ମାଫିଆମାନେ ୧୦ଟି ଗାଡ଼ିରେ ଆଗପଛ ହୋଇ ଯାଇ ସୁରକ୍ଷା ଯୋଗାଉଥିଲେ। ଏସ୍‌ଟିଏଫ୍‌ ଚଢ଼ଉ ବେଳେ ଗୁଳି ଫୁଟାଇ ତିନୋଟି କଣ୍ଟେନର ଟୋଲ୍‌ଗେଟ୍‌ ଭାଙ୍ଗି ପାର ହୋଇଥିବା ବେଳେ ଦୁଇଟି ଧରାପଡ଼ିଥିଲା। ତେବେ ପୁଲିସ ଏହି ଗୋଚାଲାଣ ସଂପର୍କରେ ​ସୂଚନା ନପାଇବା କିମ୍ବା ଗାଡ଼ି ଜବତ କରି ନପାରିବା ନାନା ପ୍ରଶ୍ନ ଠିଆ କରୁଛି।

ଗତ ୨୦୨୧ ମସିହାରେ ପୁଲିସ ବିଭାଗର ମୋବାଇଲ ଟିମ୍‌ରେ ସବ୍‌ଇନ୍‌ସପେକ୍ଟର ଥିଲେ ବିଶ୍ବଜିତ ବେହେରା। ସେହି ସମୟରେ ମାତ୍ର ୬ ମାସ ମଧ୍ୟରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ୨୫୦୦ରୁ ଊର୍ଦ୍ଧ୍ବ ଗୋରୁ ଜବତ ହୋଇଥିଲା। କିନ୍ତୁ ତାଙ୍କର ବଦଳି ପରେ ପୁଲିସ ଆଉ ଗୋରୁଗାଡ଼ି ଧରିପାରୁନି। ପୁଲିସ ଗୋରୁଗାଡ଼ି ଧରୁନି ନା ଧରାପଡୁନି ସେ ସଂପର୍କରେ ତଦନ୍ତ ହେଲେ ବହୁ ରହସ୍ୟ ପଦାରେ ପଡ଼ିବ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।