ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋସେଇଁଧାରା ଜଳପ୍ରପାତରେ ୮୦ ଫୁଟ ତଳକୁ ଖସୁଛି ପାଣି, ପ୍ରଶାସନର ଅବହେଳା ଯୋଗୁଁ ବଦଳୁନି ଭାଗ୍ୟ?

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଅନେକ ପର୍ଯ୍ୟଟନସ୍ଥଳୀ। ବ୍ଲକରେ ରହିଥିବା ଅନେକ ଶୈବପୀଠ ଓ ଜଳପ୍ରପାତ ପର୍ଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ। ଏଥି ମଧ୍ୟରୁ ଅନ୍ୟତମ ଜଳପ୍ରପାତ ହେଉଛି ଗୋସେଇଁଧାରା। ଏହି ପର୍ଯ୍ୟଟନସ୍ଥଳୀର ଉପର ଭାଗରେ ରହିଛି ଶିବ ମନ୍ଦିର। ଶିବ ମନ୍ଦିର ନିକଟରେ ଏକ ପଥର କରଡ଼ରେ ରହିଛି ମା’ ପାର୍ବତୀଙ୍କ ଆସ୍ଥାନ। ଏହି ଦୁଇଟି ଆସ୍ଥାନ ମଧ୍ୟରେ ବୋହି ଯାଉଛି ଝରଣା। ବର୍ତ୍ତମାନ ଶୀତ ବଢ଼ିବାରେ ଲାଗିଥିବା ବେଳେ ସାଧାରଣତଃ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ଜମିଥାଏ। ଗୋସେଇଁଧା ଜଳ ପ୍ରପାତରେ ମଧ୍ୟ ପଡ଼ୋଶୀ ଛତିଶଗଡ଼ ସହିତ କଳାହାଣ୍ଡି, କୋରାପୁଟ ଭଳି ଅଞ୍ଚଳରୁ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। କିନ୍ତୁ ଅଦ୍ୟାବଧି ଏହି ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳି ନଥିବା ବେଳେ ପାରିପାର୍ଶ୍ବିକ ବିକାଶ ଦିଗରେ ସରକାର ଦୃଷ୍ଟି ଦେଉ ନଥିବାରୁ ପର୍ଯ୍ୟଟକଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଝରିଗାଁ ବ୍ଲକର ସଦର ମହକୁମାଠାରୁ ୫ କିଲୋମିଟର ଦୂରରେ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରା ରହିଥିବା ଏହି ଜଳପ୍ରପାତର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଏହି ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ଝରିଗାଁ ଠାରୁ ଝଲାଗୁଡା ରାସ୍ତା ଦେଇ ଯିବାକୁ ପଡ଼େ। ତେବେ ପ୍ରଶାସନ ତରଫରୁ ଝଲାଗୁଡା ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ହୋଇଥିବା ବେଳେ ଝଲାଗୁଡା ଠାରୁ ପ୍ରାୟ ଏକ କିଲୋମିଟର ଦୂର ରାସ୍ତା ନିର୍ମାଣ ହୋଇନାହିଁ। ଫଳରେ ପର୍ଯ୍ୟଟକମାନଙ୍କୁ ଜଙ୍ଗଲ ଓ ପାହାଡ଼ ରାସ୍ତା ଦେଇ ଚାଲିଚାଲି ଯିବାକୁ ପଡିଥାଏ। କିନ୍ତୁ ଜଳପ୍ରପାତ ନିକଟରେ ପହଂଚିବା ପରେ ପର୍ଯ୍ୟଟକଙ୍କ ସମସ୍ତ କଷ୍ଟ ଲାଘବ ହୋଇଯାଏ। ଏଠାରେ ପାହାଡ଼ ଉପରୁ ପ୍ରାୟ ୮୦ ଫୁଟ ତଳକୁ ଏଠାରେ ପାଣି ଖସୁଛି।

ସେହିପରି ଜଳପ୍ରପାତ ନିକଟରେ ସ୍ଥାନୀୟ ଲୋକଙ୍କ ତରଫରୁ ଏକ ଅସ୍ଥାୟୀ ଶିବ ମନ୍ଦିର ନିର୍ମାଣ ହୋଇଛି। ବିଶେଷ କରି ଏଠାରେ ସନ୍ଧ୍ୟା ସମୟର ଦୃଶ୍ୟ ଅତି ମନୋରମା।ପାହାଡ଼ରୁ ଖସିଆସୁଥିବା ପାଣି ଉପରେ ଅସ୍ତଗାମୀ ସୂର୍ଯ୍ୟକିରଣ ପଡ଼ି ଇନ୍ଦ୍ରଧନୁର ଭ୍ରମ ସୃଷ୍ଟି କରିଥାଏ।ଏଠାରେ ଛଟ ବଡ଼ ସାତଟି ଜଳପ୍ରପାତ ରହିଛି।
ବିଶେଷ କରି ଏହି ଜଳପ୍ରପାତ ନିକଟରେ ଶିବ ମନ୍ଦିର ଥିବାରୁ ବିଶେଷତଃ ଶ୍ରାବଣ ଓ କାର୍ତ୍ତିକ ମାସରେ ଭକ୍ତଙ୍କ ପ୍ରବଳ ଭିଡ ଜମି ଥାଏ।ସେହିପରି ଶୀତ ଋତୁରେ ଏହି ପର୍ଯ୍ୟଟନସ୍ଥଳୀର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି।କିନ୍ତୁ ଏହି ଜଳପ୍ରପାତର ରକ୍ଷଣାବେକ୍ଷଣ କରାଯାଉନାହିଁ।ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଜଳପ୍ରପାତର ବିକାଶ ଦିଗରେ ସରକାର ଦୃଷ୍ଟି ଦେଲେ ପର୍ଯ୍ୟଟକଙ୍କୁ ଏହା ବେଶ ଆକୃଷ୍ଟ କରିପାରିବ ବୋଲି ଅଂଚଳବାସୀ କହିଛନ୍ତି।

Video Player

00:00

00:30

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।