ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋଳାବନ୍ଧରେ ପ୍ରତିଷ୍ଠା ହେବ ଦ୍ବିତୀୟ ବୃହତ୍‌ ‘ଅଶୋକ ସ୍ତମ୍ଭ’

ବ୍ରହ୍ମପୁର : ଦେଶ ସମ୍ବିଧାନର ପ୍ରତୀକ ‘ଅଶୋକ ସ୍ତମ୍ଭ’ର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି ବ୍ରହ୍ମପୁରର ଶିଳ୍ପୀ ରାଜକୁମାର ବେହେରା।

ରାଜକୁମାର ନିର୍ମାଣ କରୁଥିବା ଅଶୋକ ସ୍ତମ୍ଭ ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ ସ୍ଥାପନ କରାଯିବ। ଏହାର ଉଚ୍ଚତା ହେଉଛି ୧୩ଫୁଟ। ନୂଆଦିଲ୍ଲୀସ୍ଥିତ ନୂତନ ସ˚ସଦ ଭବନ ପରିସରରେ ୨୧ ଫୁଟ ଉଚ୍ଚତା ବିଶିଷ୍ଟ ଦେଶର ସର୍ବବୃହତ୍‌ ଅଶୋକ ସ୍ତମ୍ଭ ସ୍ଥାପିତ ହୋଇଥିବା ବେଳେ ଏହାକୁ ଦ୍ବିତୀୟ ବୃହତ୍‌ ବୋଲି କହିଛନ୍ତି ସେ। ୮ଶହ କିଲୋ ଓଜନର ଗ୍ଲାସ୍‌ ଫାଇବର୍‌ରେ ଏହି ଅଶୋକ ସ୍ତମ୍ଭକୁ ନିର୍ମାଣ କରାଯାଇଥିବା ବେଳେ ବ୍ରୋଞ୍ଜ୍‌ ରଙ୍ଗରେ ରଙ୍ଗିନ କରାଯାଇଛି। ଏହି ନିର୍ମାଣ ପାଇଁ ସମୁଦାୟ ୪୦ଦିନ ଲାଗିଛି ଏବଂ ଏଥିପାଇଁ ସମୁଦାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ନିର୍ମାଣ କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆଗାମୀ ଦିନରେ ରାଷ୍ଟ୍ରପତିଙ୍କ କରକମଳରେ ଏହାକୁ ଲୋକାର୍ପିତ କରିବା ନେଇ ପ୍ରତିରକ୍ଷା ବିଭାଗ ପକ୍ଷରୁ ଯୋଜନା ରହିଥିବା ବୋଲି ଶିଳ୍ପୀ ରାଜକୁମାର ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ସମୟରେ ଗ୍ଲାସ୍‌ ଫାଇବରରେ ବିଭିନ୍ନ କାରୁକାର୍ଯ୍ୟ କରି ବେଶ୍‌ ସୁନାମ ଅର୍ଜନ କରିଛନ୍ତି ଶିଳ୍ପୀ ରାଜକୁମାର। ଏହାପୂର୍ବରୁ ସେ ରାଜ୍ୟର ସର୍ବବୃହତ୍‌ ୩୦ଫୁଟ ଉଚ୍ଚତା ବିଶିଷ୍ଟ ଶିବମୂର୍ତ୍ତି ରାମଲିଙ୍ଗମ୍‌ ପାର୍କରେ ସ୍ଥାପନ କରି ଚର୍ଚ୍ଚାକୁ ଆସିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।