ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୋପାଳ ଅଡ଼ୁଆ ବଢ଼ିଲା, ବେଙ୍ଗାଲୁରୁ ନେଇ ମାନସିକ ଚିକିତ୍ସା କରିବା ଆବେଦନ କୋର୍ଟରେ ଖାରଜ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

କଟକ : ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ପୁଲିସ ଏଏସଆଇ ଗୋପାଳ ଦାସର ମାନସିକ ରୋଗ ପରୀକ୍ଷା ପାଇଁ ଅନୁମତି ଲୋଡ଼ି ଏବେ ଅଡ଼ୁଆରେ ପଡିଛି କ୍ରାଇମବ୍ରାଞ୍ଚ। ଗୋପାଳର ମାନସିକ ରୋଗ ସଂପର୍କରେ ଅଧିକ ସ୍ପଷ୍ଟ ହେବା ପାଇଁ ତାକୁ ବେଙ୍ଗାଲୁରୁ ସ୍ଥିତ ନିମହାନ୍‌ସ (ଦି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ୍ ହେଲଥ ଆଣ୍ଡ ନ୍ୟୁରୋ ସାଇନ୍ସ)କୁ ନେବା ପାଇଁ କ୍ରାଇମବ୍ରାଞ୍ଚ ଝାରସୁଗୁଡ଼ାର ଜେଏମ୍‌ଏଫ୍‌ସି-୧ରେ ଅନୁମତି ଲୋଡି ଥିବା ବେଳେ ଅଦାଲତ ତାହାକୁ ଖାରଜ କରି ଦେଇଛନ୍ତି। ଫଳରେ କ୍ରାଇମବ୍ରାଞ୍ଚ ଏବେ ଏହି ଅନୁମତି ପାଇଁ ଉଚ୍ଚ ଅଦାଲତକୁ ଯିବାର ଯୋଜନା କରୁଛି ବୋଲି ଆଜି ଏକ ପ୍ରେସ୍ ବିବୃତି ଜରିଆରେ ସୂଚନା ଦେଇଛି। କିନ୍ତୁ ଗୋପାଳର ଏଭଳି ମାନସିକ ସମସ୍ୟା ଦିଗଟିକୁ ସିଦ୍ଧ କରି କଣ ପ୍ରମାଣ କରିବାକୁ ଉଦ୍ୟମ ହେଉଛି, ତାହା ବିଭିନ୍ନ ମହଲରେ ଏବେ ସନ୍ଦେହର କାରଣ ହୋଇଛି।

କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ପ୍ରେସ ବିବୃତିରେ ଉଲ୍ଲେଖ କରାଯାଇଛି ଯେ ଗୋପାଳର ଲମ୍ବା ମାନସିକ ସମସ୍ୟା ରେଡର୍କ ଥିବାରୁ ସେ ସଂପର୍କରେ ଛାନଭିନ୍ କରିବା ପାଇଁ ଏକ ଚାରି ଜଣିଆ କମିଟି ଗଠନ ହୋଇଥିଲା। କଟକର ଏସସିବି ମେଡିକାଲ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନର ୪ ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଏକ ସ୍ବତନ୍ତ୍ର ମେଡିକାଲ୍ ବୋର୍ଡ ଗଠନ କରାଯାଇଥିଲା। ଏହି ବୋର୍ଡ ଝାରସୁଗୁଡା ଯାଇ ଗୋପାଳର ବିଭିନ୍ନ ପରୀକ୍ଷାନିରୀକ୍ଷା କରିଥିଲେ। କିନ୍ତୁ ଏହି ମେଡିକାଲ ବୋର୍ଡ ଗୋପାଳର ମାନସିକ ସମସ୍ୟାକୁ ନେଇ କୌଣସି ଚୂଡାନ୍ତ ଅଥବା ସ୍ପଷ୍ଟ ନିଷ୍କର୍ସରେ ପହଞ୍ଚି ପାରି ନଥିଲା। ଫଳରେ ଏହି ବୋର୍ଡର ପରାମର୍ଶ ଅନୁଯାୟୀ ଗୋପାଳର ମାନସିକ ସମସ୍ୟା ସଂପର୍କିତ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାକୁ ବେଙ୍ଗାଲୁରୁ ନିମହାନ୍‌ସ ନେବା ପାଇଁ ଅନୁମତି ଦେବାକୁ କ୍ରାଇମବ୍ରାଞ୍ଚ ଅଦାଲତରେ ଆବେଦନ କରିଥିଲା। ସେହି ଆବେଦନ କିନ୍ତୁ ଖାରଜ ହୋଇଯିବା ପରେ କ୍ରାଇମବ୍ରାଞ୍ଚ ଏକପ୍ରକାର ଅଡୁଆରେ ପଡିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି ଯେ କୋର୍ଟର ଅର୍ଡର କପିକୁ ଅପେକ୍ଷା କରାଯାଉଛି। ତାହାକୁ ତର୍ଜମା କରାଯିବା ପରେ ଏଥିପାଇଁ ଅନୁମତି ନେବାକୁ ଆବଶ୍ୟକ ପଡ଼ିଲେ ଉପ‌ର ଅଦାଲତରେ ଆବେଦନ କରାଯିବ।

ସୂଚନାଯୋଗ୍ୟ ଯେ ଜାନୁଆରି ୨୯ ତାରିଖରେ ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ହତ୍ୟା କରିବା ପରେ ଗୋପାଳର ପତ୍ନୀ ଜୟନ୍ତୀ ଦାସ ପ୍ରଥମେ ସ୍ବାମୀଙ୍କ ମାନସିକ ରୋଗ ସମ୍ପର୍କିତ ତଥ୍ୟ ରଖିଥିଲେ। ଗୋପାଳକୁ ଚିକିତ୍ସା କରୁଥିବା ଡାକ୍ତର ବି ସମାନ ମତ ରଖିଥିଲେ। ଏଭଳି ପରିସ୍ଥିତିରେ ଗୋପାଳର ମାନସିକ ସ୍ଥିତିର ପରୀକ୍ଷା ପାଇଁ ଫେବ୍ରୁଆରି ୫ ତାରିଖରେ କଟକ ବଡ଼ ଡାକ୍ତରଖାନାର ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନରୁ ଏକ ଟିମ୍ ଝାରସୁଗୁଡ଼ା ଯାଇଥିଲେ। କିନ୍ତୁ ଏହି ବୋର୍ଡ କୌଣସି ସ୍ପଷ୍ଟ ନିଷ୍ପତ୍ତିରେ ପହଞ୍ଚି ପାରି ନଥିବାରୁ ଅଧିକ ପରୀକ୍ଷା ପାଇଁ ବାଙ୍ଗାଲୋର ନେବାକୁ ପରାମର୍ଶ ଦେଇଥିଲା।

ଅନ୍ୟପଟେ ଗୋପାଳର ହାତ ଲେଖା ଚିଠି କୁହାଯାଉଥିବା ୨୨ଖଣ୍ଡ କାଗଜ ଟୁକୁଡ଼ାର ହ୍ୟାଣ୍ଡ ରାଇଟିଂ ଯାଞ୍ଚ ପାଇଁ ରସୁଲଗଡ଼ ଫରେନସିକ୍ ସାଇନ୍ସ ଲାବରେଟୋରିକୁ କ୍ରାଇବ୍ରାଞ୍ଚ ପଠାଇଥିବା ବେଳେ ଏ ସମ୍ପର୍କରେ କୌଣସି ତଥ୍ୟ ଏଯାଏ ସାମନାକୁ ଆସିନାହିଁ। ଯେଉଁ ବନ୍ଧୁକରୁ ଗୋପାଳ ଗୁଳି ଫୁଟାଇଥିବା କ୍ରାଇମବ୍ରାଞ୍ଚ ଦାବି କରୁଛି, ଏ ସମ୍ପର୍କିତ ବାଲାଷ୍ଟିକ ରିପୋର୍ଟ ବି ଏବେ ଅନ୍ଧାରରେ। ଗୋପାଳର ନାର୍କୋ ଓ ପଲିଗ୍ରାଫ ପରୀକ୍ଷା ଗୁଜୁରାଟର ଗାନ୍ଧୀନଗର ଫରେନସିକ୍ ଲାବରୋଟୋରିରେ ହୋଇଥିବା ବେଳେ କ୍ରାଇମବ୍ରାଞ୍ଚ ଏହି ରିପୋର୍ଟକୁ ବି ସାମନାକୁ ଆଣିନାହିଁ। ଏଭଳି ସ୍ଥିତିରେ ଗୋପାଳକୁ ମାନସିକ ରୋଗୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରକାର ଉଦ୍ୟମ ହେଉଛି କି ବୋଲି ମଧ୍ୟ ବିଭିନ୍ନ ମହଲରେ ସନ୍ଦେହ ବଢିବାରେ ଲାଗିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।