ଅପରାଧ ରାଜ୍ୟ

ଗୋଟିଏ ଦିନରେ ଚୋରି, ୭ଟି ବସ୍‌ରେ କଳା କନା ବୁଲାଇଲେ

କଣ୍ଟାବାଞ୍ଜି ୧୪/୧୧: କଣ୍ଟାବାଞ୍ଜି ବସ ଷ୍ଟାଣ୍ଡରେ ରହୁଥିବା ୭ଟି ବସରୁ ଚୋରି । ବିଲମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ । ଚୋରମାନେ ଏକା ଥରକେ ୭ଟି ଅଧି ବସ୍‌ରୁ ଚୋରି କରିଥିବା ବେଳେ କିଏ କିଛି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ବସ ଷ୍ଟାଣ୍ଡରେ ପୋଲିସ ପେଟ୍ରୋଲିଂ କରୁଥିବା ବେଳେ କେମିତି ଚୋର ମାନେ ବସ୍‌ରୁ ଚୋରି କରିବାରେ ସଫଳ ହେଲେ ତାହା ବର୍ତମାନ ସମୟରେ ପ୍ରଶ୍ନବାଚି ସୃଷ୍ଟି କରୁଛି ।

ବଲାଙ୍ଗିର, ଜୟପୁର, ଭବାନିପାଟଣା ରୁ ଆସୁଥିବା ବସ କଂଟାବାଞ୍ଜି ବସ ଷ୍ଟାଣ୍ଡରେ ରାତିରେ ରହି ପୁଣି ସକାଳୁ ବାହାରିଥାଏ । ତେବେ ଚୋର ମାନେ କିଛି ବସ ରୁ ମୋଇବାଲ, ଟଙ୍କା ନେଇଯାଇଥିବା ବେଳେ ଗାଡି କର୍ମଚାରୀ ମାନେ ବ୍ୟବହାର କରୁଥିବା କପଡା ମଧ୍ୟ ନେଇ ଫେରାର ହୋଇଯାଇଛନ୍ତି । ବାବା ଶଙ୍କର ଗାଡିରୁ ପ୍ରାୟ ୬ ହଜାର ଟଙ୍କା ନେଇଥିବା ବେଳେ ଶତାବ୍ଦି ବସରୁ ଗାଡିରେ ବ୍ୟବହାର ହେଉଥିବା ମୋବିଲ କାଟୁନ, ସେହି ପରି ସାରଲା, ବଜରଙ୍ଗବଲି, ଆକାଶ ବସ ରୁ ମଧ୍ୟ ଏମିତି ଚୋରି ହୋଇଛି ।

ବସଷ୍ଟାଣ୍ଡରେ ପେଟ୍ରୋଲିଂ କଡାକଡି କରିବାକୁ ବସ କର୍ମଚାରି ମାନେ ଦାବି କରିବା ସହ ଏହାର ତଦନ୍ତ କରି ଚୋରକୁ ଧରୁବାକୁ ଦାବି କରୁଛନ୍ତି । ଯଦି ଏମିତି ଚୋରି ହେବ ତେବେ ବସ କର୍ମଚାରି ମାନେ ତାଙ୍କ ଜିବିକା ହରାଇବେ ବୋଲି କହିଛନ୍ତି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।