ଦେଶ ବିଦେଶ ମନୋରଞ୍ଜନ

ଗୋଆରେ ପଡିବ ମୌନି-ସୁରଜଙ୍କ ହାତଗଣ୍ଠି ! ଚାଲିଛି ବିବାହର ପ୍ରସ୍ତୁତି

ନୂଆଦିଲ୍ଲୀ ୧୩।୦୧ : ଗତ କିଛି ଦିନ ହେବ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ବିବାହର ଋତୁ ଚାଲିଛି । ଟେଲି ଜଗତରୁ ଆରମ୍ଭ କରି ଫିଲ୍ମର ଅନେକ ତାରକା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏହି ସବୁ ଲିଷ୍ଟରେ ବର୍ତ୍ତମାନ ଟିଭି ଏବଂ ଫିଲ୍ମ ଅଭିନେତ୍ରୀ ମୌନି ରାୟଙ୍କ ନାମ ଆଗକୁ ଆସିଛି । ଖବର ଆସିଛି ଯେ ସେ ମଧ୍ୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଦୀର୍ଘ ଦିନ ଧରି ଦୁବାଇର ବିଜନେସମ୍ୟାନ୍ ସୁରଜ ନାମ୍ବିଆରଙ୍କ ସହ ଅଭିନେତ୍ରୀଙ୍କ ନାମ ଯୋଡି ହୋଇ ରହିଛି। ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। କିଛି ଦିନ ପୂର୍ବରୁ ଖବର ଆସିଥିଲା ଯେ ​ମୌନି ଏବଂ ସୁରଜ ଏହି ମାସ ଇଟାଲୀ କିମ୍ବା ଦୁବାଇରେ ବିବାହ କରିବେ।

ହେଲେ ଶୁଣିବାକୁ ମିଳୁଛି ଯେ ଏବେ ଏହି ଦମ୍ପତି ଗୋଆରେ ବିବାହ କରିବାକୁ ଯାଉଛନ୍ତି। ଏଥି ସହିତ ମୌନି ରାୟଙ୍କ ବିବାହ ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ଅନେକ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଖବର ଅନୁଯାୟୀ, ମୌନି-ସୁରଜଙ୍କ ପ୍ରୀ ୱେଡିଂ କାର୍ଯ୍ୟକ୍ରମ ଏହି ମାସର ଶେଷ ସପ୍ତାହରେ ଆରମ୍ଭ ହେବ। ବିବାହ ରୀତିନୀତି ଦୁଇ ଦିନ ଧରି ଚାଲିବ। ୱେଡିଂ ଭେନ୍ୟୁକୁ ଧଳା ରଙ୍ଗରେ ସଜାଯିବ। ପ୍ରୀ ୱେଡିଂ କାର୍ଯ୍ୟକ୍ରମ ଗୁଡିକ ଜାନୁଆରୀ ୨୬ ରୁ ଆରମ୍ଭ ହେବ ଏବଂ ୨୭ ଜାନୁଆରୀରେ ଦୁହିଁଙ୍କର ବିବାହ ହେବ । ଉଭୟ ଦକ୍ଷିଣ ଗୋଆର ଏକ ଫାଇଭ୍ ଷ୍ଟାର୍ ହୋଟେଲ ବୁକ୍ କରିଛନ୍ତି। ମୌନିଙ୍କର ବିବାହରେ ବହୁ ବଡ ବଲିଉଡ ସେଲିବ୍ରେଟି ଯୋଗ ଦେବେ ବୋଲି ଆଶା କରାଯାଉଛି । ହେଲେ ବର୍ତ୍ତମାନ ଦୁହିଁଙ୍କର ବିବାହ ପ୍ରସ୍ତୁତି ଜୋରସୋରରେ ଚାଲିଛି। ହେଲେ ଏପର୍ଯ୍ୟନ୍ତ ବିବାହକୁ ନେଇ ଦୁହେଁ ମୁହଁ ଖୋଲି ନାହାନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ