ରାଜ୍ୟ ସ୍ୱାସ୍ଥ୍ୟ

ଗୋଷ୍ଠୀ ସଂକ୍ରମଣର ପ୍ରମାଣ ନାହିଁ, ଟିକା ହିଁ ଏକମାତ୍ର ଉପାୟ

ଭୁବନେଶ୍ୱର ୦୧।୦୧: ଗୋଷ୍ଠୀ ସଂକ୍ରମଣ ନେଇ ପ୍ରାମାଣିକ ତଥ୍ୟ ନାହିଁ । ଆମ ରାଜ୍ୟରେ ଯେତିକି ପଜିଟିଭି୍‌ ରେଟ୍‌ ଅଛି । ସେହି ହିସାବରେ ସାମ୍ପୁଲ ସାଇଜନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମହାରଷ୍ଟ୍ର ସହ ଅନ୍ୟ ରାଜ୍ୟରେ ଓମିକ୍ରନ ବଢୁଛି । ଆମକୁ ଏଥିପ୍ରତି ସଜାଗ ରହିବାକୁ ପଡିବ। ଆମ ରାଜ୍ୟରେ ବି ବଢୁଛି ସଂକ୍ରମଣ। ଗୋଷ୍ଠି ସଂକ୍ରମଣ ହେଉ ଅବା ନହେଉ କୋଭିଡ଼ ସଂକ୍ରମଣ ରହିଛି। ଭାଇରସ ଅଛି ମାନେ କେସ ଲୋଡ଼ ବଢିବ। ସବୁଠାରୁ ବଡ କଥା ହେଲା ସଂକ୍ରମଣକୁ ରୋକିବା । ଟିକା ହିଁ ସଂକ୍ରମଣ ରୋକିପାରିବ। ଆଜିର ଦିନରେ ସମସ୍ତଙ୍କୁ ଅନୁରାଧ କରୁଛୁ। ସମସ୍ତେ କୋଭିଡ ନିୟମ ମାନନ୍ତୁ। ନିଜେ ସୁରକ୍ଷିତ ରହିବା ସହ ଅନ୍ୟ ମାନଙ୍କ ସୁରକ୍ଷିତ ରଖିବା।

ଭାରତ ସରକାରଙ୍କ ପକ୍ଷରୁ ଗାଇଡ଼ ଲାଇନ ଦିଆଯାଇଛି। କେତେ ପଜିଟିଭିଟି ରେଟରେ, କଣ କରାଯିବ। ତାଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ସରକାର। ମାନିଟରିଂ ଚାଲିଛି। ସ୍ୱାସ୍ଥ୍ୟ ସଚିବ ଏହାକୁ ମାନିଟରିଂ କରୁଛନ୍ତି। ପ୍ରୋଟୋକାଲ ଅନୁସାରେ ଆକ୍ସନ ନିଆଯାଉଛି। ଥଣ୍ଡା କାଶ ଲକ୍ଷଣ ଥିଲେ ଆସିକି ଟେଷ୍ଟ କରାନ୍ତୁ। ଖୋର୍ଦ୍ଧା ମେଡ଼ିକାଲ ହବ ଥିବାରୁ ଅଧିକ ସଂକ୍ରମଣ ରହୁଛି।

ଲୋକ ସଂଖ୍ୟା ଅଧିକ, ଚଳପ୍ରଚଳ ଅଧିକ ତେଣୁ ଖୋର୍ଦ୍ଧାରେ ବଢୁଛି। ଭାରତ ସରକାର ପଜିଟିଭିଟିରେଟ ଠାରୁ ଆମ ରାଜ୍ୟରେ କମ୍ ରହିଛି। ଯେତିକି ପଜିଟିଭ ବାହାରିବ ସେଗୁଡିକ ଜିନମ ସିକ୍ୟୁନସିଂ ପାଇଁ ପଠାଯିବ। ଜିନମ ସିକ୍ୟୁନସିଂ ପାଇଁ ସାମ୍ପୁଲ ସାଇଜ କରାଯାଏ। ଏବେ ବିଦେଶ ଫେରନ୍ତାଙ୍କର କରାଯାଉଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ