ମନୋରଞ୍ଜନ

ଗୋଲଡେନ୍ ଗ୍ଲୋ ଲୁକରେ ଶିଳ୍ପା : ଭାଇରାଲ ହେଉଛି ଫଟୋ

ମୁମ୍ବାଇ ୨୯/୦୮ : ସୋନି ଟିଭିର ଡ୍ୟାନ୍ସ ରିଆଲିଟି ସୋ ‘ସୁପର ଡାନ୍ସର୍ -୪’ରେ ପ୍ରାୟ ଏକ ମାସ ପରେ ଶିଳ୍ପା ଶେଟ୍ଟୀ ଜଜ୍ ହୋଇ ଶୋକୁ ଫେରିଛନ୍ତି। ସ୍ୱାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ନିଜକୁ ଶୋ’ରୁ ଦୂରେଇ ରଖିଥିଲେ। ତାଙ୍କ ଅନୁପସ୍ଥିତିରେ ଚଳଚ୍ଚିତ୍ର ଜଗତ ସହିତ ଜଡିତ ଅନ୍ୟ ଅଭିନେତ୍ରୀ ଗୀତା କପୁର ଏବଂ ଅନୁରାଗ କଶ୍ୟପଙ୍କ ସହ ଶୋ’ର ଅତିଥି ଜଜ ଥିଲେ। ଶୋ’କୁ ଫେରିବା ପରେ ଶିଳ୍ପାଙ୍କୁ ଗ୍ରାଣ୍ଡ ଭାବେ ସ୍ବାଗତ କରାଯାଇଥିଲା । ଏହାକୁ ଦେଖି ଶିଳ୍ପା ବହୁତ କାନ୍ଦୁଥିଲେ। ଶୋ’ରୁ ଶିଳ୍ପା ତାଙ୍କର ଅନେକ ଫଟୋ ସେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ଶିଳ୍ପା ପୁଣି ସୋସିଆଲ ମିଡିଆରେ ନିଜର ଫଟୋ ସେୟାର କରି ସମସ୍ତଙ୍କୁ ଘାଇଲା କଲେ । ସ୍ବାମୀ ରାଜ୍ କୁନ୍ଦ୍ରାଙ୍କ ଖବର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ପରେ ଶିଳ୍ପା କିଛି ସମୟ ମିଡିଆ ଆଗରୁ ଦୂରେଇ ଯାଇଥିଲେ । ବର୍ତ୍ତମାନ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ନିଜର ଏକ ଚମତ୍କାର ଓ ଦମଦାର ଲୁକରେ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଏକ ସୁବର୍ଣ୍ଣ ହଳଦିଆ ରଙ୍ଗର ଶାଢୀରେ ଫଟୋସୁଟ କରିଛନ୍ତି । ସେହି ଫଟୋସୁଟ୍ କରୁଥିବା ସମୟରେ ଶିଳ୍ପା କନଫିଡେନ୍ସ ଦେଖାଉଥିବାର ନଜର ଆସିଥିଲେ । ତାଙ୍କର ଏହି ଗୋଲଡେନ ୱେଲୋ ରଙ୍ଗର ସାଢ଼ୀ ଦେଖି ଫ୍ୟାନ୍ସଙ୍କୁ ପୂରା ଦିୱାନା ହୋଇଛନ୍ତି । ଯାହାକି ଏବେ ତାଙ୍କର ଏହି ଫଟୋ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ ସେୟାର କରି ଶିଳ୍ପା ଏକ ଅତି ଷ୍ଟାଇଲିସ୍ କ୍ୟାପସନ୍ ‘ଗ୍ଲୋୱୋଲଡେନ୍ ହାୱାର’ ଲେଖିଛନ୍ତି । ଶିଳ୍ପାଙ୍କର ଏହି ଫଟୋ ସେୟାର କରିବାର ଦୁଇ ଘଣ୍ଟା ମଧ୍ୟରେ, ୨ ଲକ୍ଷ ୨୨ହଜାରରୁ ଅଧିକ ଲାଇକ୍ ଆସିଥିଲା ।

ଅନ୍ୟପଟେ ସ୍ବାମୀ ରାଜଙ୍କ ଗିରଫ ପରେ ଶିଳ୍ପା ବହୁ ଚିନ୍ତାରେ ରହିଥିଲେ । ସମସ୍ତ ପ୍ରଶ୍ନରୁ ଦୂରେଇ ରହିବା ପାଇଁ ସେ ନିଜକୁ ମିଡିଆରୁ ଦୂରେଇ ଯାଇଥିଲେ । କିନ୍ତୁ ଶିଳ୍ପାଙ୍କୁ ଏହିସମୟରେ ଇଣ୍ଡଷ୍ଟ୍ରିରୁ ବହୁତ ସପୋର୍ଟ ମିଳିଥିଲା । ଶେଷରେ ସେ ରିଆଲିଟି ଶୋ ସୁପର ଡ୍ୟାନ୍ସରକୁ ଫେରି ସମସ୍ତଙ୍କୁ ଖୁସି କରାଇଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ