ଧର୍ମ

ଗୋଟିଏ ଲେମ୍ବୁ ,ଗୋଟିଏ ନଡ଼ିଆ : ପୂର୍ଣ୍ଣ ହେବ ସମସ୍ତ ମନସ୍କାମନା

ଆଦିକାଳରୁ ଭାରତର ପ୍ରାୟତଃ ସମସ୍ତ ଧର୍ମରେ ବଳି ପ୍ରଥା ରହିଛି। ଆଜି ଯାଏଁ କେହି ଭଗବାନଙ୍କୁ କୌଣସି ବସ୍ତୁକୁ ଉପଭୋଗ କରିବାର ଦେଖି ନାହାନ୍ତି। ଭାରତର ଅନେକ ସ୍ଥାନରେ ଦେବୀ-ଦେବତା ଏବଂ ପଶୁଙ୍କ ବଳି ଦିଆଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ବଳି କାହିଁକି ଦିଆଯାଇଥାଏ। ଏହାର ମୂଳ କାରଣ ତନ୍ତ୍ରରେ ଲୁଚି ରହିଛି। ଏହି ପ୍ରଥାକୁ ବୁଝିବା ପାଇଁ ସର୍ବପ୍ରଥମେ ଆମକୁ ତନ୍ତ୍ରଶାସ୍ତ୍ର ଅଧ୍ୟୟନ କରିବାକୁ ପଡ଼ିବ କାରଣ ବଳିର ଆରମ୍ଭ ତନ୍ତ୍ରରୁ ହୋଇଛି।
ପ୍ରତ୍ୟେକ ଦେବୀ-ଦେବତାଙ୍କ ପାଇଁ ଭିନ୍ନ-ଭିନ୍ନ ଧ୍ବନି ବିକଶିତ କରାଯାଇଛି। ଏହା ସହ କିଛି ବିଶେଷ ବିଧି-ବିଧାନକୁ ଯୋଡ଼ିବା ସହ ଏହାକୁ ଶକ୍ତିରେ ପରିପୂର୍ଣ୍ଣ କରିବା ପାଇଁ କିଛି ପ୍ରୟୋଗ କରାଯାଇଥିଲା। ତନ୍ତ୍ର ଅନୁସାରେ ଏକ ଶକ୍ତିକୁ ଅନ୍ୟ ଏକ ଶକ୍ତିରେ ପରିବର୍ତ୍ତନ କରାଯାଇପାରିବ। ଯେକୌଣସି ଜିନିଷରୁ ଆପଣଙ୍କୁ ଶକ୍ତି ମିଳିପାରିବ ତାହା ଲେମ୍ବୁ ହେଉ କିମ୍ବା ପଶୁ। ଏମାନଙ୍କ ବଳି ଦେଇ ଏମାନଙ୍କ ଜୀବନ ଶକ୍ତିକୁ ମୁକ୍ତ କରି ଦିଆଯାଇଥାଏ ଏବଂ ତା’ପରେ ସେହି ଶକ୍ତିକୁ ନିୟନ୍ତ୍ରିତ କରି ଏହା ଦ୍ବାରା ମନ ମୁତାବକ କାର୍ଯ୍ୟ କରାଯାଇପାରିବ।
ମାଆ କାଳୀ ତଥା ଭୈରବ ମନ୍ଦିରରେ ଦିଆ ଯାଉଥିବା ବଳି ଏହାର ଉଦାହରଣ ଅଟେ। ସେଠାରେ ଜୀବଙ୍କ ଶକ୍ତିକୁ ମୁକ୍ତ କରି ଏହାକୁ ନିୟନ୍ତ୍ରିତ କରାଯାଇଥାଏ ଏବଂ ଏଥିରୁ ତାନ୍ତ୍ରିକ ଶକ୍ତି ପ୍ରାପ୍ତ କରାଯାଇଥାଏ।
ମନ୍ଦିରରେ ନଡ଼ିଆ ଫଟାଇବା କିମ୍ବା ଲେମ୍ବୁର ବଳି ଦେବା ମଧ୍ୟ ଏହାର ଏକ ଉଦାହରଣ ଅଟେ। ନଡ଼ିଆ ଏବଂ ଲେମ୍ବୁରେ ଥିବା ଜୀବନଶକ୍ତିକୁ ମୁକ୍ତ କରି ଏହାକୁ ଦେବତାଙ୍କୁ ସମର୍ପିତ କରାଯାଇଥାଏ ଯାହା ଦ୍ବାରା ସେ ଅନ୍ୟ କାର୍ଯ୍ୟରେ ଏହି ଶକ୍ତିର ଉପଯୋଗ କରିପାରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ