ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗୋଟିଏ ଦୁଇଟି ମ୍ୟାଚ୍ ଖେଳିଥିବା ଖେଳାଳି ବିରାଟଙ୍କୁ ଟାର୍ଗେଟ କରୁଛନ୍ତି- ଆକମଲ

ନୂଆଦିଲ୍ଲୀ ୨୧/୦୭: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟରୁ ଆଗଭଳି ଆଉ ବଡ ସ୍କୋର ବାହାରୁନି । ସହଜରେ ଆଉଟ ମଧ୍ୟ ହୋଇଯାଉଛନ୍ତି ରନ୍ ମେସିନ୍ । ଏଥିପାଇଁ ତାଙ୍କୁ ଅନେକ ବରିଷ୍ଠ ଖେଳାଳି ସମାଲୋଚନା କରୁଛନ୍ତି । ତେବେ ବିରାଟଙ୍କ ପାଇଁ ବାହାରିଛନ୍ତି ପାକିସ୍ତାନୀ କ୍ରିକେଟର କମରାନ ଆକମଲ୍ ।

ଆକମଲ କହିଛନ୍ତି ଯେ, ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ଖେଳିଥିବା ପ୍ଲେୟାର ବି କୋହଲିଙ୍କୁ ଟାର୍ଗେଟ୍ କରୁଛନ୍ତି । ଏହା ଦେଖିବା ପରେ ହସ ଲାଗୁଛି । ବିରାଟ ଜଣେ ଭିନ୍ନ ଖେଳାଳି । ସମସ୍ତେ ଏପରି ଖରାପ ଫର୍ମ ଦେଇ ଗତି କରିଥାନ୍ତି । କିଛି ଖେଳାଳିଙ୍କ ପାଇଁ ଏପରି କମ୍ ସମୟ ରହିଥାଏ । ଆଉ କେହି ଦୀର୍ଘ ଦିନ ଧରି ଖରାପ ଫର୍ମ ଦେଇ ଗତି କରିଥାନ୍ତି । ତେବେ ବିରାଟଙ୍କୁ କେବଳ ଗୋଟିଏ ବଡ ପାଳିର ଆବଶ୍ୟକତା ରହିଛି । କୋହଲିଙ୍କ ଆତ୍ମବିଶ୍ୱାସ ଓ ଖେଳ ଆଗକୁ ଜାରି ରଖିବାକୁ ଜିଦ୍ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

ପୂର୍ବତନ ପାକିସ୍ତାନୀ ଖେଳାଳି ଆହୁରି କହିଛନ୍ତି ଯେ, କୋହଲି ୭୦ ଶତକ ଲଗାଇଛନ୍ତି । ଏତେ ଶତକ ଲଗାଇବା ଖେଳାଳି କେବେ ଅନ୍ୟ କାହାର ସମାଲୋଚନା ଶୁଣିବା ଦରକାର ନାହିଁ । ସବୁ ଠିକ୍ ହୋଇଯିବ । କେବଳ ମସ୍ତିସ୍କକୁ ପଜିଟିଭ୍ ରଖିବାକୁ ହେବ । ଅତୀତରେ ଯାହା କିଛି ଭଲ ହୋଇଛି ତାହା ଭାବିବା ଦରକାର । ଅନେକ ପ୍ରତିକ୍ରିୟା ଆସିବ । କିନ୍ତୁ ଧ୍ୟାନ ଓ ଏକାଗ୍ରତା ବଜାତ ରଖିବା ଜରୁରୀ ବୋଲି କମରାନ୍ କହିଛନ୍ତି ।

ସୂଚନାଯୋଗ୍ୟ, କମରାନ ପାକିସ୍ତାନ ପାଇଁ ୫୩ଟି ଟେଷ୍ଟ୍ ଖେଳିଛନ୍ତି । ଏହାସହ ସେ ୧୫୭ ଦିନିକିଆ ଓ ୫୮ ଟି୨୦ ଖେଳିଛନ୍ତି । ପାକିସ୍ତାନକୁ ଅନେକ ସିରିଜ ବିଜୟୀ କରିବାରେ ତାଙ୍କର ମୁଖ୍ୟ ଭୂମିକା ରହିଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ