ମନୋରଞ୍ଜନ

ଗୋଟିଏ ଗୀତଦୃଶ୍ୟରେ ୧୦୦୦ ନୃତ୍ୟଶିଳ୍ପୀ

ଏସ୍‌ଏସ୍‌ ରାଜାମୌଲୀ ସିନେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଶୋଭାବର୍ଦ୍ଧକ ଦୃଶ୍ୟ ଉପହାର ଦେଇଆସୁଛନ୍ତି। ଏବେ ସେ ତାଙ୍କ ନୂଆ ସିନେମା ‘ଆର୍‌ଆର୍‌ଆର୍‌’ରେ ଥିବା ଏକ ଗୀତଦୃଶ୍ୟର ସୁଟିଂ ପାଇଁ ଏକ ବିଶାଳ ସେଟ୍ ପ୍ରସ୍ତୁତ କରିଛନ୍ତି। ନିଜ କ୍ୟାରିୟର୍‌ରେ ଏହା ବୋଧେ ସବୁଠୁ ଚମତ୍କାର ଦୃଶ୍ୟ ହେବ। କାହିଁକି ଜାଣନ୍ତି? ଏଇ ଚଳଚ୍ଚିତ୍ରରେ ମୁଖ୍ୟ ଚରିତ୍ରରେ ଥିବା ଜୁନିୟର ଏନ୍‌ଟିଆର୍‌ ଓ ରାମଚରଣଙ୍କ ସହ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଅଛନ୍ତି। କେବଳ ଏଇ ଗୀତଦୃଶ୍ୟ ପାଇଁ ୩ କୋଟି ଟଙ୍କାର ବଜେଟ୍ ଅଟକଳ କରାଯାଇଛି। ଗୀତଦୃଶ୍ୟରେ ଏନ୍‌ଟିଆର୍‌, ରାମଚରଣ ଓ ଆଲିଆଙ୍କ ପ୍ରଚ୍ଛଦରେ ପାଖାପାଖି ୧୦୦୦ଜଣ ନୃତ୍ୟଶିଳ୍ପୀ ରହିବେ। ଏହାର ସୁଟିଂ ହାଇଦ୍ରାବାଦରେ ଥିବା ଏକ ଷ୍ଟୁଡିଓ ପରିସରରେ ହେବ।

ଶୁଣାଯାଉଛି ଜୁଲାଇ ୧୮ ତାରିଖରୁ ନିର୍ଦ୍ଦେଶକ ରାଜାମୌଲୀ ‘ଆର୍‌ଆର୍‌ଆର୍‌’ ଚଳଚ୍ଚିତ୍ରର ପ୍ରୋମୋସନ୍ ଆରମ୍ଭ କରିବେ। ଯଦିଓ କୋଭିଡ୍ ସଂକ୍ରମଣକୁ ନେଇ ନିର୍ଦ୍ଦେଶକ ରାଜାମୌଲୀ ଟିକେ ଚିନ୍ତିତ ଅଛନ୍ତି, ତଥାପି ସେ କହିଛନ୍ତି ସୁଟିଂ ବେଳେ ଯେ ସୁଟିଂସେଟ୍‌ରେ କୋଭିଡ୍ ବାବଦରେ ସରକାର କରିଥିବା ସମସ୍ତ କଟକଣାକୁ ମାନିବେ। ଗୀତଦୃଶ୍ୟ ପୂର୍ବରୁ ହେବାକୁ ଥିବା ରିହର୍ସାଲ୍ ଓ ଚୂଡ଼ାନ୍ତ ଚିତ୍ରୋତ୍ତୋଳନରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ନୃତ୍ୟଶିଳ୍ପୀଙ୍କର କୋଭିଡ୍‌ ଟେଷ୍ଟ କରାଯିବ। ଏଇ ଗୀତଦୃଶ୍ୟର ସୁଟିଂ ସାତ ଦିନ ପର୍ଯ୍ୟନ୍ତ ଚାଲିବ। ଏହାର ପ୍ରୋମୋସନ୍ ମଧ୍ୟ ପ୍ରତିଟି ଭାରତୀୟ ଭାଷା ଅଧାରରେ କରାଯିବ। ଅକ୍ଟୋବର ୧୩ ତାରିଖରେ ସାରା ବିଶ୍ବରେ ଫିଲ୍ମ ‘ଆର୍‌ଆର୍‌ଆର୍‌’ ମୁକ୍ତିଲାଭ କରିବ ବୋଲି ଜଣାପଡ଼ିଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ