ଅପରାଧ ରାଜ୍ୟ

ଗୁଳି କରି ଗୋରୁ ବ୍ୟବସାୟୀଙ୍କୁ ହତ୍ୟା, ୨୦ ଲକ୍ଷ ଟଙ୍କା ଲୁଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରରାମାଞ୍ଚଳ ଥାନା ହାଟବାଦଡାରେ ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ଜଣେ ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ହେଲେ ପଶ୍ଚିମବଙ୍ଗ କମ୍ବାଲି ଥାନା ଅଞ୍ଚଳର ଜାମୁସ ଅଲ୍ଲୀ। ହାଟବାଦଡାରେ ଗୋରୁ ହାଟ ବସେ। ସେଠାକୁ ପଶ୍ଚିମବଙ୍ଗ ଅଞ୍ଚଳର ଅନେକ ବ୍ୟବସାୟୀ ଗୋରୁ କିଣିବା ପାଇଁ ଆସନ୍ତି। ବୁଧବାର ସକାଳ ପ୍ରାୟ ୭ଟାରେ ହାଟବାଦଡା ଗୋରୁ ହାଟରେ ବ୍ୟବସାୟ ଚାଲିଥିବାବେଳେ ହଠାତ ୪ଜଣ ଦୁର୍ବୃତ୍ତ ୨ ବ୍ୟବସାୟୀଙ୍କ ଉପରକୁ ଗୁଳି ଚଳାଇଥିଲେ। ସେମାନଙ୍କ ନିକଟରେ ଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଲୁଟ କରିଛନ୍ତି। ପ୍ରାୟ ୩ ରାଉଣ୍ଡ ଗୁଳି କରିଥିବା ଜଣାପଡିଛି। ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଗୁଳିମାଡ ପରେ ସମ୍ପୃକ୍ତ ବ୍ୟବସାୟୀ ତଳେ ପଡିଯାଇଥିଲେ। ଗୁଳିଟି ତାଙ୍କ ଛାତିରେ ବାଜିଥିବା ଅନୁମାନ କରାଯାଉଛି।

ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବ୍ୟବସାୟୀଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ବ୍ୟକ୍ତି ଜଣକଙ୍କୁ ଗୁଳି ବାଜି ନଥିବାରୁ ସେ ରକ୍ଷା ପାଇଯାଇଛନ୍ତି। ଅତ୍ୟଧିକ ରକ୍ତଶ୍ରାବ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।