ଅପରାଧ ଦେଶ ବିଦେଶ

ଗୁଳିକାଣ୍ଡରେ ଥରିଲା ଓ୍ୱାଶିଂଟନ : ଜଣେ ମୃତ, ୬ ଗୁରୁତର

ନୂଆଦିଲ୍ଲୀ, ୨୪/୦୭: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନାହିଁ । ଗୁଳିକାଣ୍ଡ ଘଟଣା ଏଠାରେ ସାଧାରଣ କଥା ହୋଇଗଲାଣି । ଶନିବାର ସକାଳେ ଓ୍ୱାଶିଂଟନର ରେଣ୍ଟନ୍ ସହରରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି ।

ସିଏନଏନ ରିପୋର୍ଟ ଅନୁସାରେ, ଶନିବାର ସକାଳେ ରିଣ୍ଟେନ ସହରରେ ଗୁଳିକାଣ୍ଡ ଘଟଥିଲା । ଯେଉଁଥିରେ ଜଣେ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଗୁଳିମାଡ କରିଥିଲା ତାହା ସ୍ପଷ୍ଟ ହୋଇପାରି ନାହିଁ । ଘଟଣାର ତଦନ୍ତ ଜାରି ରହିଛି ।

ଚଳିତ ବର୍ଷ ୩୦୦ରୁ ଅଧିକ ଗୁଳିକାଣ୍ଡ

ଏକ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ସାରା ଆମେରିକାରେ ୩୦୨ଟି ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଏହାକୁ ନଜରରେ ରଖି ନିକଟରେ ରାଷ୍ଟ୍ରପତି ଜୋ ବାଇଡେନ୍ ସରକାର ଅସ୍ତଶସ୍ତ୍ର କ୍ରୟ ବୟସ ୧୮ରୁ ୨୧କୁ ବୃଦ୍ଧି କରିବା ନେଇ ବିଚାର କରିଥିଲେ ।

ସୂଚନାଯୋଗ୍ୟ, ଗତ ମେ ୨୪ ତାରିଖରେ ଟେକ୍ସାସରେ ଥିବା ଏକ ସ୍କୁଲରେ ଗୁଳିମାଡ ହୋଇତିଲା । ଏଥିରେ ୧୯ ଶିଶୁଙ୍କ ସମେତ ଅନେକ ପ୍ରାଣ ହରାଇଥିଲେ । ସେହିପରି ଜୁନ ୧ ତାରିଖରେ ଓକଲାହୋମା ସହରରେ ମଧ୍ୟ ଗୁଳିକାଣ୍ଡ ହୋଇଥିଲା । ଯେଉଁଥିରେ ୪ ଜଣ ପ୍ରାଣ ହରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ