ଅପରାଧ ଦେଶ ବିଦେଶ

ଗୁଳିକାଣ୍ଡରେ ଥରିଲା ଆମେରିକା : ଓ୍ୱାଶିଂଟନର ଏକ ଆପାର୍ଟମେଣ୍ଟରେ ବନ୍ଧୁକଧାରୀର ଆତଙ୍କ, ଜଣେ ମୃତ

ନୂଆଦିଲ୍ଲୀ ୦୨/୦୮: ଆମେରିକାରେ ଥମୁନି ଗୁଳିକାଣ୍ଡ ଘଟଣା । ଲଗାତର ଘଟୁଛି ଅଘଟଣ । ପୁଣି ଗୁଳିମାଡରେ ଥରିଛି ଓ୍ୱାଶିଂଟନ୍ । ସହରର ଏକ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିବାରୁ ଏକାଧିକ ପ୍ରାଣ ହରାଇଛନ୍ତି । ଏହାସହ ୫ ଜଣ ଆହତ ହୋଇଛନ୍ତି ।

ସୂଚନାନୁସାରେ, ସୋମବାର ବିଳମ୍ବିତ ରାତ୍ରରେ ଓ୍ୱାଶିଂଟନର ଉତ୍ତରପୂର୍ବ ପ୍ରାନ୍ତରେ ଥିବା ଏକ ଆପାର୍ଟମେଣ୍ଟରେ ଗୁଳିକାଣ୍ଡ ଘଟିଥିଲା । ଜଣେ ଦୁର୍ବୃତ୍ତ ହଠାତ ଆଖିବୁଜା ଗୁଳିମାଡ କରିଥିଲେ । ଏଥିରେ ଅନେକ ମୃତାହତ ହୋଇଥିବା ଜଣାପଡିଛି । କିନ୍ତୁ ସ୍ଥାନୀୟ ପୋଲିସ ଜଣଙ୍କର ମୃତ୍ୟୁ ହୋଇଥିବା କହିଛି । ଏହାସହ ଅନ୍ୟ ୫ ଜଣ ଆହତ ହୋଇଛନ୍ତି ।

ମେଟ୍ରୋପୋଲିଅନ ପୋଲିସ ବିଭାଗ କହିଛି ଯେ, ଆପ୍ରାଟମେଣ୍ଟର ୧୫୦୦ ବ୍ଲକରେ ଏହି ଘଟଣା ଘଟିଥିଲା । ତେବେ ପ୍ରକୃତରେ କେତେ ପ୍ରାଣ ହରାଇଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । ଏବେବି ତଦନ୍ତ ଜାରି ରହିଛି । ମୃତାହତଙ୍କ ସମ୍ପର୍କରେ ପୋଲିସ କିଛି ସୂଚନା ଦେଇନାହିଁ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ଆମେରିକାର ଅନେକ ସ୍ଥାନରେ ଗୁଳିକାଣ୍ଡ ଘଟିଥିଲା । ନିକଟରେ ଏକ ଶ୍ମଶାନ ଓ ସ୍କୁଲରେ ଗୁଳିକାଣ୍ଡରେ ୩୦ରୁ ଅଧିକ ଜଣ ପ୍ରାଣ ହରାଇଥିଲେ । ଯାହାପରେ ରାଷ୍ଟ୍ରପତି ଜୋ ବାଇଡେନ୍ ବନ୍ଧୁକ ଲାଇସେନ୍ସ ନିୟମ ପରିବର୍ତ୍ତନ ବାବଦରେ ବିଚାର କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ