ମନୋରଞ୍ଜନ

ଗୁଲସନ୍ କୁମାର ହତ୍ୟା ମାମଲା: ଆସିଲା ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତି, ଅଭିଯୁକ୍ତ ଅବଦୁଲ ରସିଦର ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଲେ କୋର୍ଟ

ମୁମ୍ବାଇ ୦୧/୦୭: ପ୍ରସିଦ୍ଧ ସଙ୍ଗୀତକାର ଗୁଲସନ କୁମାରଙ୍କ ହତ୍ୟା ମାମଲାରେ ବମ୍ବେ ହାଇକୋର୍ଟ ଗୁରୁବାର ଦିନ ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟକୁ ଦୋଷୀ ସାବ୍ୟସ୍ତ କରି ତାର ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଛନ୍ତି । ଜଷ୍ଟିସ୍ ଯାଦବ ଏବଂ ଜଷ୍ଟିସ୍ ବୋରକରଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି। ଅଭିଯୁକ୍ତ ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟ ଆଇପିସିର ଧାରା ୩୦୨, ୩୦୭ ଏବଂ ୩୪ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇଛି । ଏହି ଆଧାରରେ ବମ୍ବେ ହାଇକୋର୍ଟ ତାର ଆଜୀବନ କାରାଦଣ୍ଡାଦେଶକୁ କାଏମ ରଖିଛନ୍ତି।

ଗୁଲସନ କୁମାରଙ୍କ ହତ୍ୟାର ଦୋଷୀ ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟ ବର୍ତ୍ତମାନ ଫେରାର ଅଛି । ପେରୋଲରେ ମୁକ୍ତ ହେବା ପରଠାରୁ ଫେରାର ଅଛି । ବମ୍ବେ ହାଇକୋର୍ଟର ବେଞ୍ଚ କହିଛନ୍ତି ଯେ ଏକ ସପ୍ତାହ ମଧ୍ୟରେ ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟଙ୍କୁ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ପଡିବ। ତାଙ୍କୁ ପାସପୋର୍ଟକୁ ପୋଲିସ ଷ୍ଟେସନରେ ମଧ୍ୟ ଦାଖଲ କରିବାକୁ ପଡିବ।

ବେଞ୍ଚ ଆହୁରି କହିଛନ୍ତି ଯେ ଯଦି ଅବଦୁଲ ରସିଦ ଦାଉଦ ମର୍ଚାଣ୍ଟ ତାହା ନକରେ ତେବେ ସେସନ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରି ତାଙ୍କ ହେପାଜତକୁ ନେଇପାରିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ