ରାଜ୍ୟ ସ୍ପେଶାଲ ରିପୋର୍ଟ

ଗୁରୁ ଦିବସରେ ଭିନ୍ନ ଜଣେ ଶିକ୍ଷୟିତ୍ରୀଙ୍କ କାହାଣୀ: ପିଲାଙ୍କ ଆଖିରେ ଦୁନିଆ ଦେଖୁଛନ୍ତି ଅରୁଣା

ମାଲକାନଗିରି: ରାତି ପାହିଲେ ସାରା ଦେଶରେ ପାଳନ ହେବ ଗୁରୁ ଦିବସ। ସମାଜ ପ୍ରତି ଶିକ୍ଷକଙ୍କ ଅବଦାନ କଥା ଆଲୋଚନା ହେବ। ସର୍ବଶ୍ରେଷ୍ଠ ଅବଦାନ ପାଇଁ ଶିକ୍ଷକ ସମ୍ମାନିତ ଓ ପୁରସ୍କୃତ ହେବେ। କିନ୍ତୁ ସମାଜରେ ଏମିତି ବି ଶିକ୍ଷକ ଅଛନ୍ତି ‌ଯେଉଁମାନେ କୌଣସି ସ୍ବୀକୃତି କିମ୍ବା ସମ୍ମାନ ଅପେକ୍ଷାରେ ନାହାନ୍ତି। ସ୍ବଳ୍ପ ପାରିଶ୍ରମିକ ସତ୍ତ୍ବେ ନିଜ କର୍ମ କରି ଚାଲିଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଅନ୍ତର୍ଗତ ନାୟକଗୁଡ଼ା ସ୍ଥିତ ଇର୍ମବାକା ଜିଲ୍ଲା ସ୍ବତନ୍ତ୍ର ବିଦ୍ୟାଳୟର ଶିକ୍ଷୟିତ୍ରୀ ଅରୁଣା କୁମାରୀ ପଟ୍ଟନାୟକ ଏହାର ଗୋଟିଏ ବଡ଼ ଉଦାହରଣ।

ପାରଳାଖେମୁଣ୍ଡି ସହରର ମୂଳବାସିନ୍ଦା ଅରୁଣା ୨୧ବର୍ଷ ଧରି ସଂଗୀତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। କାମଳ ରୋଗରେ ପୀଡ଼ିତ ହୋଇ ହଠାତ୍‌ ଦୃଷ୍ଟିଶକ୍ତି ହରାଇଥିବା ଅରୁଣା ପ୍ରାଥମିକ ଶିକ୍ଷା ଜୟପୁର ଜୟପୁରରେ ଶେଷ କରିଥିଲେ। ସେହିପରି ଭୁବନେଶ୍ବର ସ୍ଥିତ ଉତ୍କଳ ସଙ୍ଗୀତ ବିଦ୍ୟାଳୟରେ ସଙ୍ଗୀତ ଓ ବାଦ୍ୟଯନ୍ତ୍ରରେ ୫ବର୍ଷ ଶିକ୍ଷା ଗ୍ରହଣ କରିଛନ୍ତି। ଦୃଷ୍ଟିଶକ୍ତି ହରାଇବା ପରେ ଶିକ୍ଷାଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ତେଣୁ କିଛି ବର୍ଷ ପାରଳାଖେମୁଣ୍ଡିରେ ପିଲାଙ୍କୁ ସଂଗୀତ ତାଲିମ ଦେଲେ। ୨୦୦୨ ମସିହାରେ ଥର୍ମବାକା ଜିଲ୍ଲା ସ୍ବତନ୍ତ୍ର ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ। ଏହାପରେ ତାଙ୍କ ଜୀବନ ସଂପୂର୍ଣ୍ଣ ବଦଳି ଯାଇଥିଲା। କାରଣ ବିଦ୍ୟାଳୟର ଦୃଷ୍ଟିବାଧିତ ପିଲାଙ୍କୁ ସଙ୍ଗୀତ ଶିକ୍ଷା ପାଇଁ ନିଯୁକ୍ତି ପାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ବ୍ରେଲି ଅକ୍ଷର ଶିଖାଇବା ସହ ସାହିତ୍ୟ, ସାମାଜିକ ବିଜ୍ଞାନ, ଭୂ ଗୋଳ ଆଦି ବିଷୟରେ ମଧ୍ୟ ପାଠ ପଢ଼ାଇଥିଲେ। ପିଲାଙ୍କୁ ଶିକ୍ଷାଦାନ ପାଇଁ କୌଣସି ପାରିଶ୍ରମିକ ମିଳୁନଥିଲା। କେବଳ ରହିବା ଏବଂ ଖାଇବା ଆଦି ଦିଆଯାଉଥିଲା। ପ୍ରାୟ ୧୭ବର୍ଷ ଧରି ନିରନ୍ତର ପିଲାଙ୍କୁ ମାଗଣା ଶିକ୍ଷା ଦେବା ପରେ ୨୦୧୯ ମସିହାରୁ ମାସିକ ୧୦ହଜାର ଟଙ୍କା ପାରିଶ୍ରମିକ ମିଳୁଛି। ସ୍ବଳ୍ପ ପାରିଶ୍ରମିକ ସତ୍ତ୍ବେ ପିଲାଙ୍କୁ ତାଲିମ ଦେବା ଏବଂ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କଥା ଶୁଣିବାର ସୁଖ କେବଳ ଅନୁଭବ କରିହେବ। ସେମାନଙ୍କ ଅନୁଭୂତି ଦ୍ବାରା ପୁଣି ଦୁନିଆକୁ ଦେଖୁଛି ବୋଲି ଅରୁଣା କୁହନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।