ରାଜ୍ୟ

‘ଗୁରୁ ଦକ୍ଷିଣା’ର ଉଦ୍‌ଯାପନୀ ସନ୍ଧ୍ୟା: ଅନ୍ତିମ ଦିନରେ ମନମୋହିଲା ‘ପ୍ରିୟ ସଖା’

ଭୁବନେଶ୍ବର: ସାଂସ୍କୃତିକ ଅନୁଷ୍ଠାନ ‘କଳାଶ୍ରମ’ ପକ୍ଷରୁ ତିନିଦିନ ବ୍ୟାପୀ ଚାଲିଥିବା ୧୮ତମ ଗୁରୁ ଦକ୍ଷିଣା ଉତ୍ସବ ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ଉଦ୍‌ଯାପିତ ହୋଇଯାଇଛି। ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଛତିଶଗଡ଼ରୁ ଆସିଥିବା ନୃତ୍ୟଶିଳ୍ପୀ ଆର୍ଯ୍ୟା ନନ୍ଦଙ୍କ ‘ଅର୍ଦ୍ଧନାରୀଶ୍ବର’ ନୃତ୍ୟରୁ ଆରମ୍ଭ ହୋଇଥିଲା ସନ୍ଧ୍ୟା। ତା’ ପରେ ଗୁରୁ ନିତ୍ୟାନନ୍ଦ ଦାସ ଓ ବିଜୟ ଦାସ ନିଜ ‌ଜୀବନଶୈଳୀ ଉପରେ ଆଧାରିତ କୃଷ୍ଣ ସୁଦାମାର କାହାଣୀ ‘ପ୍ରିୟ ସଖା’ ପରିବେଷଣ କରିଥିଲେ। ଜଣେ ଦିବ୍ୟାଙ୍ଗ ନୃତ୍ୟ ଶିଳ୍ପୀଙ୍କ ଏଭଳି ଭାବଭରା ନୃତ୍ୟ ଦର୍ଶକଙ୍କ ଆଖିରେ ଲୋତକ ଭରି ଦେଇଥିଲା। ପରେ କଳାଶ୍ରମ ଓ ପ୍ରଜ୍ଞା ନୃତ୍ୟାୟନ ଅନୁଷ୍ଠାନ ପକ୍ଷରୁ ନୃତ୍ୟଶିଳ୍ପୀମା‌ନେ ଲୋକନୃତ୍ୟ ପରିବେଷଣ କରିଥିଲେ। ଶେଷରେ ‘ତରଙ୍ଗ ଥିଏଟର୍‌’ ଗ୍ରୁପ୍‌ର କଳାକାରମାନେ ‘ଗାନ୍ଧୀଙ୍କ ସହ ରାତିଟିଏ’ ନାଟକ ପରିବେଷଣ କରିଥିଲେ। ବହୁବିଧ ସାଂସ୍କୃତିକ କାର୍ଯ୍ୟକ୍ରମର ସମାହାରରେ ଏଭଳି ଏକ ସନ୍ଧ୍ୟା ଉପସ୍ଥିତ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଞ୍ଚ ନିକଟରେ ବାନ୍ଧି ରଖିଥିଲା।

କାର୍ଯ୍ୟକ୍ରମ‌ରେ ଅତିଥି ଭାବେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଅଶୋକ ତ୍ରିପାଠୀ ଯୋଗ ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ବିଶିଷ୍ଟ କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ୍‌ ଧନ୍ୟବାଦ ଦେଇଥିବାବେଳେ ଶ୍ରୀନିବାସ ଘଟୁଆରୀ ସଂଯୋଜନା କରିଥିଲେ। ଗୁରୁ ରତିକାନ୍ତ ମହାପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଗୁରୁ ସଂ‌ଯୁକ୍ତା ଦାସଙ୍କୁ ଚଳିତବର୍ଷର ‘ଗୁରୁ ଦକ୍ଷିଣା ସମ୍ମାନ’ ଓ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କୁ ‘ସୃଜନଶୀଳ ପ୍ରତିଭା ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।