କଳା ଓ ସଂସ୍କୃତି ଧର୍ମ

ଗୁରୁବାର ମୌନି ଅମାବାସ୍ୟା: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଓ ଏହାର ମହତ୍ତ୍ୱ

ଭୁବନେଶ୍ୱର ୧୦/୦୨ : ହିନ୍ଦୁ ଧର୍ମରେ ମାଘ ମାସର ଅନେକ ମହତ୍ତ୍ୱ ରହିଛି। ମାଘ ମାସ ପବିତ୍ର ମାସ ମଧ୍ୟରୁ ଗୋଟିଏ। ମାଘ ମାସରେ ଅନେକ ପର୍ବ ପର୍ବାଣି ପଡେ। ସେଥିପାଇଁ ମାଘ ମାସକୁ ଶୁଭ ବୋଲି କୁହାଯାଏ। ପୌରାଣିକ କଥା ଅନୁସାରେ, ମାଘ ମାସରେ ହିଁ ଦ୍ୱାପର ଯୁଗ ଆରମ୍ଭ ହୋଇଥିଲା। ମାଘ ମାସରେ ମୌନି ଅମାବାସ୍ୟା ପଡେ। ଏଥର ମୌନି ଅମାବାସ୍ୟା ଫେବୃଆରୀ ୧୧ ତାରିଖ ଗୁରୁବାର ଦିନ ପଡୁଛି। ମୌନି ଅମାବାସ୍ୟା ସହ ଅନେକ ବିଶ୍ୱାସ ଓ ପରମ୍ପରା ଜଡିତ। ମୌନି ଅମାବାସ୍ୟା ଅନେକ ସମସ୍ୟା ଦୂର କରିଥାଏ ଓ ସଫଳତା ଦେଇଥାଏ ବୋଲି ବିଶ୍ୱାସ ରହିଛି। ଏହି ଦିନ ମୌନ ରହିବାର ପରମ୍ପରା ମଧ୍ୟ ରହିଛି।

ମୌନି ଅମାବାସ୍ୟାରେ ଦାନ ଧର୍ମର ମଧ୍ୟ ମହତ୍ତ୍ୱ ରହିଛି। ଏହି ଦିନ ରାଶି, ରାଶି ଲଡୁ, ରାଶି ତେଲ, ଅଁଳା, ବସ୍ତ୍ର, ଦର୍ପଣ, ସ୍ଵର୍ଣ ତଥା କ୍ଷୀର ଦେଉଥିବା ଗାଈ ଆଦି ଦାନ କରାଯାଇଥାଏ। ଏହାସହ ଶୀତବସ୍ତ୍ର ମଧ୍ୟ ଦାନ କରାଯାଇଥାଏ। ଏହି ଦାନ କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ।

ଏହି ଦିନ ମୌନ ଧାରଣ କରାଯାଏ। ଶାସ୍ତ୍ରରେ କୁହାଯାଇଛି ଯେ ମୌନି ଅମାବାସ୍ୟା ଦିନ ମୌନ ଧାରଣ କଲେ ବିଶେଷ ଶକ୍ତି ମିଳିଥାଏ। ଏହି ପବିତ୍ର ଗଙ୍ଗା ସ୍ନାନର ମଧ୍ୟ ଅନେକ ମହତ୍ତ୍ୱ ରହିଛି। ଗଙ୍ଗା ସ୍ନାନ ଦ୍ୱାରା ଭୌତିକ, ଦୈହିକ ଓ ଦୈବିକ ୩ ପ୍ରକାର ପାପରୁ ମୁକ୍ତି ମିଳିଥାଏ। କୌଣସି କାରଣରୁ ଗଙ୍ଗା ନଦୀରେ ସ୍ନାନ କରିନପାରିଲେ ଯେକୌଣସି ପବିତ୍ର ନଦୀରେ ସ୍ନାନ କରିପାରିବେ।

ଶୁଭ ମୁହୂର୍ତ୍ତ – ହିନ୍ଦୁ ପାଞ୍ଜି ଅନୁସାରେ ମୌନି ଅମାବାସ୍ୟା ଆସନ୍ତାକାଲି, ଗୁରୁବାର ୦୧:୧୦:୪୮ ରୁ ଆରମ୍ଭ ହେବ ଓ ଶୁକ୍ରବାର ୦୦:୩୭:୧୨ ଯାଏଁ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ